କେନ୍ଦ୍ରମନ୍ତ୍ରୀଙ୍କ ଦ୍ୱାରା ଏକଲବ୍ୟ ଆଦର୍ଶ ବିଦ୍ୟାଳୟର ଶିଳାନ୍ୟାସ

ରାଇକିଆ- କନ୍ଧମାଳ ଜିଲ୍ଲା ରାଇକିଆ ଓ ଉଦୟଗିରି ବ୍ଲକ ଠାରେ କେନ୍ଦ୍ର ସରକାର ଙ୍କ ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟର ଶିଳାନ୍ୟାସ ଉଦ୍ଘାଟିତ ହୋଇଯାଇଅଛି । ଏହି କାର୍ଯ୍ୟକ୍ରମ ରେ ମୂଖ୍ୟ ଅତିଥି ଭାବେ କେନ୍ଦ୍ର ମନ୍ତ୍ରୀ ବିଶ୍ୱେଶର ଟୁଡୁ ଉପସ୍ଥିତ ରହି ଥିବା ବେଳେ ଅତିଥି ଭାବେ ପୂର୍ବତନ ବିଧାୟକ କରେନ୍ଦ୍ର ମାଝୀ,ତହସିଲଦାର ଅକ୍ଷୟ ପାଣି ଉଡୁ,ଜିଲ୍ଲା ସଭାପତି ଜଗନ୍ନାଥ ସାହୁ,ରାଇକିଆ ବିଡ଼ିଓ ଶରତ ଚନ୍ଦ୍ର ପାତ୍ର,ମଞ୍ଚାସିନ ରହିଥିଲେ । କେନ୍ଦ୍ର ମନ୍ତ୍ରୀ ବିଶେଶ୍ୱର ଟୁଡୁ ଙ୍କ କରକମଳ ରେ ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ ର ଶିଳାନ୍ୟାସ ଉଦ୍ଘାଟିତ କରାଯାଇଥିଲା ।ଏହି ବିଦ୍ୟାଳୟ ଦ୍ୱାରା ଦୁର୍ଗମ ଅଞ୍ଚଳ ର ୪୮୦ ଜଣ ଅନୁସୂଚିତ ଜନଜାତି ଛାତ୍ର ଛାତ୍ରୀ ଙ୍କୁ ଗୁଣାତ୍ମକ ମଧ୍ୟମ ଏବଂ ଉଚ୍ଚଶିକ୍ଷା ଯୋଗାଇଦେବା କେନ୍ଦ୍ର ସରକାର ଙ୍କ ଲକ୍ଷ ବୋଲି ତାଙ୍କ ଅଭିଭାଷଣ ରେ କହିଥିଲେ । କେନ୍ଦ୍ର ମନ୍ତ୍ରୀ ଙ୍କ ଗ୍ରସ୍ତ ସମୟ ରେ ରାଇକିଆ ବ୍ଲକ ର ସମସ୍ତ ବିଜେପି କର୍ମୀ ଉପସ୍ଥିତ ରହି ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିବା ସହ ଜିଲ୍ଲାର ବିଭିନ୍ନ ବ୍ଲକ ର ଛାତ୍ର ଛାତ୍ରୀ ଗରୀବ ନିରିହ ଶ୍ରେଣୀର ବହୁତ ପିଲା ମାନେ ଉପକ୍ରୃତ ହେବେ ବୋଲି ଜିଲ୍ଲାର ଜିଲ୍ଲା ବାସୀ ଖୁସି ହୋଇ କେନ୍ଦ୍ର ସରକାରଙ୍କୁ କୃତଜ୍ଞତା ଜ୍ଞାପନ ଜଣେଇଛନ୍ତି ।

Leave a Reply

Your email address will not be published. Required fields are marked *