ପାଠ ପାଇଁ ମୂଲ ଲାଗୁଛନ୍ତି ବଣ୍ଡା ଝିଅ

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଯୁକ୍ତ ଦୁଇ ବାଣିଜ୍ୟରେ ବଣ୍ଡାଘାଟିର ବାଣ୍ଡିପଡା ଗ୍ରାମର ଛାତ୍ରୀ କର୍ମା ମୁଦୁଲି ଗୋବିନ୍ଦପାଲ୍ଲୀ ମହା ବିଦ୍ୟାଳ୍ୟରେ ଅଧ୍ୟୟନ କରି ଜିଲ୍ଲାରେ ୮୦ ପ୍ରତିଶତରୁ ଊର୍ଦ୍ଧ୍ୱ ନମ୍ବର ରଖି ଜିଲ୍ଲା ଟପର ହୋଇଥିଲେ । ସାରା ଜିଲ୍ଲାରେ କୁମାରୀ କରମାଙ୍କୁ ପ୍ରଶଂସାର ସୁଅ ଛୁଟିଥିଲାା ଗତବର୍ଷ ସ୍ୱାଧୀନତା ଦିବସ ଅଗଷ୍ଟ ୧୫ ତାରିଖ ଦିନ ରାଜ୍ୟ ସରକାରଙ୍କ ତରଫରୁ ମାଲକାନଗିରି ଜିଲ୍ଲା ସ୍ତରୀୟ ପ୍ୟାରେଡ ଉତ୍ସବରେ ଶିକ୍ଷାମନ୍ତ୍ରୀ ସ୍ୱତନ୍ତ୍ର ଭାବେ କୁମାରୀ କରମାଙ୍କୁ ସମ୍ମାନୀତ କରିଥିଲେ । ଏପରିକି ରାଜ୍ୟପାଳ ମଧ୍ୟ ଟ୍ୱିଟ୍ କରି ଶୁଭେଛା ଜଣାଇଥିଲେ । ଜିଲ୍ଲା ପ୍ରଶାସନ ତରଫରୁ ଭୁବନେଶ୍ୱର ସ୍ଥିତ ରମାଦେବୀ ମହିଳା ବିଶ୍ୱ ବିଦ୍ୟାଳୟରେ ଯୁକ୍ତ ତିନିରେ ତାଙ୍କର ନାମ ଲେଖା ହୋଇ କେତେକ ପୁସ୍ତକ ଓ ନୋଟବୁକ ଦିଆ ଯାଇଥିଲା । କିନ୍ତୁ ବର୍ତ୍ତମାନ କୁମାରୀ କାରମା ପ୍ରକାଶ କରିଛନ୍ତି ଯେ, ଭୁବନେଶ୍ୱର ପରି ଜାଗାରେ କେବଳ ନାମ ଲେଖାଇଦେଲେ ତାଙ୍କର ରହିବା ଓ ଅନ୍ୟାନ୍ୟ ଖର୍ଚ ତୁଲାଇବା ତାଙ୍କ ପରିବାର ପକ୍ଷେ ସମ୍ଭବ ନୁହାଁ ତେଣୁ ସେ ବାଧ୍ୟ ହୋଇ ଭୁବନେଶ୍ୱରରୁ ଆସି ମାଲକାନଗିରି ଜିଲ୍ଲାରେ ଅର୍ଥ ଉପାର୍ଜନ ପାଇଁ କୁଲି କାମ କରୁଛିା ଦୈନିକ ମଜୁରି ମିଳୁଥିବା ଅର୍ଥକୁ ନେଇ ସେ ପାଠ୍ୟ ଉପକରଣ କିଣି ନିଜର ଖର୍ଚ ଉଠାଇ ପଧିବେ ବୋଲି ପ୍ରକାଶ କରିଛନ୍ତି । ଜିଲ୍ଲା ପ୍ରଶାସନ ପକ୍ଷରୁ ତାଙ୍କୁ ତୁରନ୍ତ ସହଯୋଗ ଯୋଗାଇବାକୁ ସାଧାରଣରେ ଦାବି ହୋଇଛି । ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟରେ ନାମ ଲେଖାଇଲେ । ହଷ୍ଟେଲ୍ରେ ରହିଥିଲେ । କର୍ମାଙ୍କ କହିବା ଅନୁସାରେ ରାଜଧାନୀରେ ବଡ଼ କଲେଜ ଦେଖି ପ୍ରଥମେ ଡରି ଯାଇଥିଲି । ସାଙ୍ଗମାନଙ୍କ ହାଇଫାଇ ଲାଇଫ୍?ଷ୍ଟଇଲ ଦେଖିଲେ ମନହୁଏ । ହେଲେ ଅର୍ଥ ଅଭାବ ଯୋଗୁ ପାଦ ପଛକୁ ଫେରାଇ ଆଣେ । ଧୀରେ ଧୀରେ ସମୟ ସହିତ ତାଳ ଦେଇ ସାଙ୍ଗମାନଙ୍କ ସହ ମିଶିବା ଆରମ୍ଭ କରିଛି । କିନ୍ତୁ ସବୁ ସାଙ୍ଗମାନଙ୍କ ସହିତ ମିଶି ପାରିନାହିଁ । କିନ୍ତୁ ପ୍ରତିବନ୍ଧକ ସାଜିଛି ଅର୍ଥ । ନାମ ଲେଖାବେଳେ ଚେରିଟେବୁଲ ଟ୍ରଷ୍ଟ ପକ୍ଷରୁ ଗୋଟିଏ ଖାତା ବଣ୍ଡଲ ଦିଆଯାଇଥିଲା । ସେହି ଖାତାରେ ପ୍ରଥମେ ପେନ୍ସିଲ୍ରେ ଲେଖୁଛି । ତାକୁ ରବରରେ ଲିଭାଇ ତା’ ଉପରେ ପେନ୍ରେ ଲେଖୁଛି । ଅଭାବ ଯୋଗୁ ଏପରି କରିବାକୁ ପଡ଼ୁଛି । ପ୍ରଥମ ସେମିଷ୍ଟାରରେ ସବୁ ଖାତା ସରିଗଲା । ହେଲେ ପାଖରେ ଆଉ ଖାତା କଲମ କିଛି ନାହିଁ । ଅଭାବୀ ଜୀବନ ଭିତରେ ବାପା ମାଆ ଯାହା ସଞ୍ଚୟ କରୁଛନ୍ତି, ତାହା ମୋତେ ଦେଉଛନ୍ତି । ସେଥିରେ ହଷ୍ଟେଲ୍ରେ ଚଳିବା କଷ୍ଟକର ବୋଲି କର୍ମା କହିଛନ୍ତି ।

Leave a Reply

Your email address will not be published. Required fields are marked *