Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ମଣିପୁର ବିଚ୍ଛିନ୍ନତାବାଦୀମାନେ ସୁରକ୍ଷା ବାହିନୀ ଉପରେ ଆକ୍ରମଣ କରିବା ପାଇଁ ଲୋକଙ୍କୁ ମାନବ ଢାଲ ଭାବେ ବ୍ୟବହାର କରିବାକୁ ଯୋଜନା କରୁଛନ୍ତି: ସେନା - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ମଣିପୁର ବିଚ୍ଛିନ୍ନତାବାଦୀମାନେ ସୁରକ୍ଷା ବାହିନୀ ଉପରେ ଆକ୍ରମଣ କରିବା ପାଇଁ ଲୋକଙ୍କୁ ମାନବ ଢାଲ ଭାବେ ବ୍ୟବହାର କରିବାକୁ ଯୋଜନା କରୁଛନ୍ତି: ସେନା

ନୂଆଦିଲ୍ଲୀ: ହିଂସା ପ୍ରଭାବିତ ମଣିପୁରରେ ଆକ୍ରମଣ ଓ ବିନାଶ ଘଟାଇବା ପାଇଁ ମହିଳା ଓ ଶିଶୁଙ୍କ ସମେତ ନିରୀହ ଲୋକଙ୍କୁ ମାନବ ଢାଲ ଭାବେ ବ୍ୟବହାର କରିବା ପାଇଁ ବିଚ୍ଛିନ୍ନତାବାଦୀମାନେ ଏକ ଘୃଣ୍ୟ ଷଡ଼ଯନ୍ତ୍ର ରଚନା କରିଛନ୍ତି । ତେବେ, ବିଚ୍ଛିନ୍ନତାବାଦୀମାନଙ୍କର ଏହି ଘୃଣ୍ୟ ଷଡ଼ଯନ୍ତ୍ରର ପର୍ଦ୍ଦାଫାସ କରିଛି ଭାରତୀୟ ସେନା । ମେ’ ୨୮ ତାରିଖରେ ଭାରତୀୟ ସେନାର ସ୍ପିୟର କର୍ପସ ପକ୍ଷରୁ କରାଯାଇଥିବା ଏକ ଟୁଇଟ୍?ରୁ ଜଣାପଡ଼ିଛି ଯେ ମଣିପୁରର ଗାଁ ଓ ସୁରକ୍ଷା ବାହିନୀ ଉପରେ ଆକ୍ରମଣ କରିବା ସମୟରେ ବିଚ୍ଛିନ୍ନତାବାଦୀମାନେ ମାନବ ଢାଲ ବ୍ୟବହାର କରିବାକୁ ଯୋଜନା କରୁଥିବାର ପର୍ଦ୍ଦାଫାସ ହୋଇଥିଲା । ନିରୀହ ନାଗରିକମାନଙ୍କୁ ମାନବ ଢାଲ ଭାବେ ବ୍ୟବହାର କରିବା ଏବଂ ସୁରକ୍ଷା ବାହିନୀକୁ ସେମାନଙ୍କ କର୍ତ୍ତବ୍ୟ ପାଳନରୁ ରୋକିବା ପାଇଁ ବିଚ୍ଛିନ୍ନତାବାଦୀଙ୍କ ଏହି ଯୋଜନା ବିଷୟରେ ଏହି ଟୁଇଟ୍?ରେ କୁହାଯାଇଛି । ସେନା ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଏହି ଯୋଜନା ଅନୁଯାୟୀ, ବିଚ୍ଛିନ୍ନତାବାଦୀମାନଙ୍କର ପାର୍ଟି ‘ଏ’ ଦଳ ’ବି’ ଦଳକୁ ନିଦେ୍ର୍ଦଶ ଓ ସୂଚନା ଦେଉଛି ଯେ ସେମାନଙ୍କୁ ମେ’ ୨୭ ସୁଦ୍ଧା ଏକ କାର୍ଯ୍ୟ ସମ୍ପୂର୍ଣ୍ଣ କରିବାକୁ ପଡ଼ିବ ଏବଂ ଲୋକଙ୍କୁ ମାନବ ଢାଲ ଭାବେ ବ୍ୟବହାର କରି ଏକ ଗାଁକୁ ଧ୍ୱଂସ କରିବାକୁ ପଡ଼ିବ । ଅଟକ ହୋଇଥିବା ବିଚ୍ଛିନ୍ନତାବାଦୀମାନଙ୍କର ବୟାନରୁ ଏହା ମଧ୍ୟ ଜଣାପଡ଼ିଥିଲା ଯେ ବିଦ୍ରୋହୀମାନଙ୍କ ପାଖରେ ପର୍ଯ୍ୟାପ୍ତ ପରିମାଣର ଅସ୍ତ୍ରଶସ୍ତ୍ର ମହଜୁଦ୍? ଥିଲା ଏବଂ ସେମାନଙ୍କୁ ଆହୁରି ଅଧିକ ଅସ୍ତ୍ରଶସ୍ତ୍ର ଯୋଗାଇ ଦିଆଯିବ ବୋଲି ଆଶା କରୁଥିଲେ ।

Leave a Reply