Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ମଧ୍ୟପ୍ରଦେଶର ବିଭିନ୍ନ ସ୍ଥାନରେ ଏନ୍ଆଇଏର ଚଢାଉ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ମଧ୍ୟପ୍ରଦେଶର ବିଭିନ୍ନ ସ୍ଥାନରେ ଏନ୍ଆଇଏର ଚଢାଉ

ଭୋପାଳ : ଆକ୍ସନରେ ପୁଣି ଜାତୀୟ ତଦନ୍ତକାରୀ ସଂସ୍ଥା (ଏନ୍ଆଇଏ) । ମଧ୍ୟପ୍ରଦେଶର ଜବଲପୁରରେ ବିଭିନ୍ନ ସ୍ଥାନରେ ଏନ୍ଆଇଏ ପକ୍ଷରୁ ରେଡ୍ କରାଯାଉଛି । ଏହି ଚଢାଉରେ ଜାତୀୟ ତଦନ୍ତାକାରୀ ସଂସ୍ଥାର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ରହିଛନ୍ତି । ଖବର ଅନୁଯାୟୀ, ଆତଙ୍କୀ ଗତିବିଧି ନେଇ ମଧ୍ୟପ୍ରଦେଶର ଜବଲପୁରରେ ଶନିବାର ଦିନ ଜାତୀୟ ତଦନ୍ତାକାରୀ ସଂସ୍ଥା ପକ୍ଷରୁ ରେଡ୍ କରାଯାଇଛି । ଏକାସାଙ୍ଗେ ୧୩ଟି ସ୍ଥାନରେ ଚଢାଉ ଜାରି ରହିଥିବା ସୂଚନା ମିଳିଛି । ଚଢାଉ ହେଉଥିବା ସ୍ଥାନମାନଙ୍କ ସହି ଆତଙ୍କୀ ସଂଗଠନ ଜମାତ-ଉଲ୍-ମୁଜାହିଦ୍ଦିନ ବାଂଲାଦେଶର ଲିଙ୍କ ରହିଛି । ଏ ନେଇ ଏନ୍ଆଇଏକୁ ପୂର୍ବରୁ ସୂଚନା ମଧ୍ୟ ମିଳିଛି । ଏହାସହିତ ଏହି ଆତଙ୍କବାଦୀ ସଂଗଠନ ସହିତ ଟଙ୍କା ନେଣଦେଣ ମଧ୍ୟ ଛାନ୍ଭିନ୍ କରୁଛି ଜାତୀୟ ତଦନ୍ତକାରୀ ସଂସ୍ଥା । ଏହି ରେଡ୍ରେ ମଧ୍ୟ ପ୍ରଦେଶ ପୋଲିସ ମଧ୍ୟ ସହଯୋଗ କରୁଛି । ଏହାପୂର୍ବରୁ ମେ’ ୨୫ରେ ଉତ୍ତରପ୍ରଦେଶର କିଛି ସ୍ଥାନରେ ଚଢାଉ କରିଥିଲା ଏନ୍ଆଇଏ । ସେହିଠାରୁ ହିଁ ମଧ୍ୟପ୍ରଦେଶର ଭୋପାଳରେ ଆତଙ୍କୀ ଲିଙ୍କ ମିଳିଥିଲା । ଯାହାପରେ ଅକ୍ସନକୁ ଆସିଛି ଜାତୀୟ ତଦନ୍ତକାରୀ ସଂସ୍ଥା ।

Leave a Reply