Deprecated: Return type of Wslm_ProductLicense::offsetExists($offset) should either be compatible with ArrayAccess::offsetExists(mixed $offset): bool, or the #[\ReturnTypeWillChange] attribute should be used to temporarily suppress the notice in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/license-manager/ProductLicense.php on line 97

Deprecated: Return type of Wslm_ProductLicense::offsetGet($offset) should either be compatible with ArrayAccess::offsetGet(mixed $offset): mixed, or the #[\ReturnTypeWillChange] attribute should be used to temporarily suppress the notice in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/license-manager/ProductLicense.php on line 101

Deprecated: Return type of Wslm_ProductLicense::offsetSet($offset, $value) should either be compatible with ArrayAccess::offsetSet(mixed $offset, mixed $value): void, or the #[\ReturnTypeWillChange] attribute should be used to temporarily suppress the notice in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/license-manager/ProductLicense.php on line 105

Deprecated: Return type of Wslm_ProductLicense::offsetUnset($offset) should either be compatible with ArrayAccess::offsetUnset(mixed $offset): void, or the #[\ReturnTypeWillChange] attribute should be used to temporarily suppress the notice in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/license-manager/ProductLicense.php on line 109

Deprecated: Return type of ameMetaBoxSettings::offsetExists($offset) should either be compatible with ArrayAccess::offsetExists(mixed $offset): bool, or the #[\ReturnTypeWillChange] attribute should be used to temporarily suppress the notice in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/extras/modules/metaboxes/ameMetaBoxSettings.php on line 88

Deprecated: Return type of ameMetaBoxSettings::offsetGet($offset) should either be compatible with ArrayAccess::offsetGet(mixed $offset): mixed, or the #[\ReturnTypeWillChange] attribute should be used to temporarily suppress the notice in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/extras/modules/metaboxes/ameMetaBoxSettings.php on line 102

Deprecated: Return type of ameMetaBoxSettings::offsetSet($offset, $value) should either be compatible with ArrayAccess::offsetSet(mixed $offset, mixed $value): void, or the #[\ReturnTypeWillChange] attribute should be used to temporarily suppress the notice in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/extras/modules/metaboxes/ameMetaBoxSettings.php on line 119

Deprecated: Return type of ameMetaBoxSettings::offsetUnset($offset) should either be compatible with ArrayAccess::offsetUnset(mixed $offset): void, or the #[\ReturnTypeWillChange] attribute should be used to temporarily suppress the notice in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/extras/modules/metaboxes/ameMetaBoxSettings.php on line 133
ଆମନେଷ୍ଟି : ମାନବିକ ଅଧିକାରର ମୁଖା ପିନ୍ଧି ହିନ୍ଦୁ ଓ ଭାରତ ବିରୋଧୀ ଅଭିଯାନ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଆମନେଷ୍ଟି : ମାନବିକ ଅଧିକାରର ମୁଖା ପିନ୍ଧି ହିନ୍ଦୁ ଓ ଭାରତ ବିରୋଧୀ ଅଭିଯାନ


ଡ. ସମନ୍ୱୟ ନନ୍ଦ
ବିଦେଶରୁ ବିପୁଳ ଅର୍ଥ ପାଇ ଭାରତ ଭଳି ବିଭିନ୍ନ ଦେଶରେ ପରିଚାଳିତ ହେଉଥିବା ଏନଜିଓ ମାନଙ୍କର ଏକ ଘୋଷିତ ଉଦେ୍ଦଶ୍ୟ ଥାଏ ଏବଂ ଏକ ଅଘୋଷିତ ଓ ଲୁକ୍କାୟିତ ଉଦେ୍ଦଶ୍ୟ ଥାଏ । ଏମାନଙ୍କ ଘୋଷିତ ଉଦେ୍ଦଶ୍ୟ ଅତ୍ୟନ୍ତ ଆକର୍ଷଣୀୟ ହୋଇଥାଏ । ସେମାନଙ୍କର ଘୋଷିତ ଉଦେ୍ଦଶ୍ୟ ବିଷୟରେ ଜାଣି ଯେ କେହି ହେଲେ ପ୍ରଭାବିତ ହେବାର ସମ୍ଭାବନା ରହିଥାଏ । ଏହି ଏନଜିଓ ମାନେ ମାନବିକ ଅଧିକାରର ରକ୍ଷା, ପଶୁ ପକ୍ଷୀ ମାନଙ୍କ ବିରୁଦ୍ଧରେ ଅତ୍ୟାଚାରକୁ ରୋକିବା, ଦୁର୍ନୀତି ବିରୁଦ୍ଧରେ ଲଢେଇ, ଲୋକ ମାନଙ୍କର ଆର୍ଥିକ ସ୍ଥିତିରେ ସୁଧାର କରିବା ଭଳି ଆକର୍ଷଣୀୟ ଉଦେ୍ଦଶ୍ୟ ନେଇ କାମ କରୁଥିବା ଦାବି କରିଥାନ୍ତି । ହେଲେ ବାସ୍ତବିକ ଭାବେ ସେମାନଙ୍କର କାମ କରିବାର ଉଦେ୍ଦଶ୍ୟ ଓ ଲକ୍ଷ୍ୟ ଏହାର ବିଲକୁଲ ଓଲଟା ହୋଇଥାଏ । ସେମାନେ ଭାରତ ଭଳି ଦେଶରେ ହିନ୍ଦୁ ସଭ୍ୟତା, ସଂସ୍କୃତି ଓ ଭାରତ ବିରୁଦ୍ଧରେ କାମ କରିଥାନ୍ତି । ଏଥି ପାଇଁ ସେମାନଙ୍କୁ ବିପୁଳ ମାତ୍ରାରେ ଅର୍ଥ ବିଦେଶରୁ ପ୍ରାପ୍ତ ହୋଇଥାଏ । ଏହି ଅର୍ଥକୁ ସେମାନେ ସେମାନଙ୍କର ଭାରତକୁ ଓ ହିନ୍ଦୁ ସଭ୍ୟତା- ସଂସ୍କୃତିକୁ ଦୁର୍ବଳ କରିବା ଲ କ୍ଷ୍ୟ ନେଇ ବ୍ୟବହାର କରିଥାନ୍ତି । ତେଣୁ ଏଭଳି ବିଦେଶରୁ ଅର୍ଥ ପାଉଥିବା ଏନଜିଓ ଗୁଡିକୁ ଭାରତ ଓ ଭାରତୀୟ ସଭ୍ୟତା ପାଇଁ ସବୁଠାରୁ ବଡ ଶତ୍ରୁ । ଏହା ଅନେକ ଥର ପ୍ରମାଣିତ ହୋଇ ସାରିିଛି । ଏବେ ତାହାର ଏକ ସଦ୍ୟତମ ଉଦାହରଣ ସାମନାକୁ ଆସିଛି ।
ଏଭଳି ଏକ ସଂସ୍ଥା ରହିଛି ଆମନେଷ୍ଟି ଇଂଟରନ୍ୟାସନାଲ । ଏହି ସଂସ୍ଥା ନିଜକୁ ମାନବିକ ଅଧିକାର ପାଇଁ କାମ କରୁଛି ବୋଲି ଦାବି କରିଥାଏ । ଭାରତରେ ଏହି ସଂସ୍ଥାର ଶାଖା ସଂସ୍ଥା ଆମନେଷ୍ଟି ଇଂଟରନ୍ୟାସନାଲ ଇଣ୍ଡିଆ । ଭାରତ ବିରୁଦ୍ଧରେ ଦୁଷ୍ପ୍ରଚାରର କରିବାର ଏହି ସଂସ୍ଥାର ଏକ ଲମ୍ବା ଇତିବାସ ରହିଛି । ନିଜକୁ ମାନବିକ ଅଧିକାରର ରକ୍ଷା କାରୀ ସଂସ୍ଥା ବୋଲି ଦାବି କରୁଥିବା ଏହି ସଂସ୍ଥାର ବାସ୍ତବିକ ଚରିତ୍ର ପୁଣି ଥରେ ଲୋକ ଲୋଚନକୁ ଆସିଛି ।
ବର୍ତମାନ କିଛି ଦିନ ତଳେ କର୍ଣାଟକରେ ନିର୍ବାଚନ ସରିଛି । ସେଠାରେ ବିଜେପି ସରକାରକୁ ହଟାଇବା ପରେ କଂଗ୍ରେସ କ୍ଷମତାରେ ଆସିଛି । କଂଗ୍ରେସ କ୍ଷମତାକୁ ଆସିବା ପରେ ପରେ ହିଁ ଏହି ସଂସ୍ଥା ନବ ନିର୍ବାଚିତ ସରକାର ନିକଟରେ କର୍ଣାଟକରେ ମାନବିକ ଅଧିକାରର ରକ୍ଷା ପାଇଁ ହିନ୍ଦୁ ବିରୋଧୀ ଦାବି ଗୁଡିକର ତାଲିକା ରଖିଛି । କର୍ଣାଟକର ନବ ନିର୍ବାଚିତ ସରକାର ଏହି ହିନ୍ଦୁ ବିରୋଧୀ ଦାବି ଗୁଡିକର ତାଲିକାକୁ ଖୁବ ଶୀଘ୍ର ପୂରଣ କରିବା ଉଚିତ ବୋଲି ସଂସ୍ଥା କହିଛି ।
ଏବେ ଦୃଷ୍ଟି ପକାଇବା ଆମନେଷ୍ଟି ଇଂଟରନ୍ୟାସନାଲ ଇଣ୍ଡିଆର ଦାବି ତାଲିକାରେ କଣ ରହିଛିା ସଂସ୍ଥାର ପ୍ରଥମ ଦାବି ହେଲା ଯେ ଶୈକ୍ଷଣିକ ସଂସ୍ଥା ଗୁଡିକରେ ମହିଳା ମାନଙ୍କ ହିଜାବ ପିନ୍ଧା ଉପରେ ଲଗା ଯାଇଥିବା ବ୍ୟାନକୁ ହଟା ଯାଉ । ଏଭଳି ବ୍ୟାନ ଲଗା ଯିବା ଦ୍ୱାରା ମୁସଲମାନ ଝିଅ ମାନଙ୍କର ମାନବିକ ଅଧିକାର କ୍ଷୁର୍ଣ ହେଉଛି ବୋଲି ସଂସ୍ଥା ଦର୍ଶାଇଛି । ଏଠାରେ ଉଲ୍ଲେଖ କରା ଯିବା ଜରୁରୀ ଯେ ଭାରତରେ ମୁସଲମାନ ମହିଳା ମାନଙ୍କୁ ହିଜାବ ପିନ୍ଧିବାରେ କୌଣସି ପ୍ରକାର ପ୍ରତିବନ୍ଧକ ନାହିାଁ ହେଲେ କୌଣସି ଶୈକ୍ଷଣିକ ସଂସ୍ଥାରେ ଡ୍ରେସ କୋଡ ରହିଥାଏ । ସମସ୍ତେ ସେହି ଡ୍ରେସ କୋଡ ପିନ୍ଧିଥାନ୍ତି । ଏହା ଦ୍ୱାରା ସେଠାରେ ପଢୁଥିବା ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ସମାନ ଭାବନା ଆସିଥାଏ । ଏହା ହିଁ ଡ୍ରେସ କୋଡର ଉଦେ୍ଦଶ୍ୟା ଏହି ବ୍ୟବସ୍ଥା ସାରା ବିଶ୍ୱ ପାଇଁ ପ୍ରଯୁଜ୍ୟ ହୋଇଥିବା ବେଳେ ଆମନେଷ୍ଟି ସଂସ୍ଥା କିନ୍ତୁ ଭାରତରେ ମୁସଲମାନ ମହିଳା ମାନଙ୍କ ପାଇଁ ଏଭଳି ଡ୍ରେସକୋଡକୁ ବିରୋଧ କରେ । ଏହି ମାମଲା ନ୍ୟାୟାଳୟରେ ବିଚାରାଧୀନ ରହିଛି । କର୍ଣାଟକ ହାଇକୋର୍ଟ ଏହି ମାମଲାର ଶୁଣାଣୀ କରି ଶିକ୍ଷାନୁଷ୍ଠାନ ମାନଙ୍କରେ ହିଜାବ ବ୍ୟାନ ନିଷ୍ପତିକୁ ଠିକ ବୋଲି କହିଥିଲେ । ଏହା ପରେ କିଛି ମୁସଲମାନ ଏହି ରାୟ ବିରୁଦ୍ଧରେ ସୁପ୍ରିମକୋର୍ଟ ଯାଇଛନ୍ତି । ମାମଲା ବର୍ତମାନ ସୁପ୍ରିମକୋର୍ଟରେ ବିଚାରାଧୀନ ରହିଛି । ଏଭଳି ଦାବି କରି ଆମନେଷ୍ଟି ଭାରତର ନ୍ୟାୟ ବ୍ୟବସ୍ଥାରେ ହସ୍ତକ୍ଷେପ କରିବାକୁ ଚେଷ୍ଟା କରିଛି । ଏପରି ଦାବି ସୁପ୍ରିମକୋର୍ଟର ରାୟକୁ ପ୍ରଭାବିତ କରିବାକୁ ପ୍ରୟାସ ରୁପେ ଦେଖା ଯାଉଛି । ଏହି କ୍ଷେତ୍ରରେ ଇସଲାମିଷ୍ଟ ମାନଙ୍କ ସହ ଏହି ସଂସ୍ଥା ଖୋଲାଖୋଲି ଭାବେ ଠିଆ ହୋଇଥିବା ଦେଖିବାକୁ ମିଳିଛି ।
କର୍ଣାଟକରେ ବିଜେପି ସରକାର ଦ୍ବାରା ଗୋ ହତ୍ୟା ଉପରେ କଡା କଟକଣା ଓ ଗୋ ହତ୍ୟା କରୁଥିବା ଲୋକଙ୍କ ବିରୁଦ୍ଧରେ କଠୋର ଦଣ୍ଡର ବ୍ୟବସ୍ଥା କରୁଥିବା ଆଇନ ପ୍ରଣୟନ କରିଥିଲେ । ଆମନେଷ୍ଟି ତାର ଦ୍ୱିତୀୟ ଦାବିରେ ଏହି ଗୋହତ୍ୟା ବିରୋଧୀ ଆଇନର ସମୀକ୍ଷା କରିବା ଓ ପରେ ଏହି ଆଇନକୁ ରଦ୍ଦ କରିବାକୁ ଅନୁରୋଧ କରିଛି । ଭାରତର ସଂସ୍କୃତିରେ ଗାଈର ସ୍ଥାନ ଅନନ୍ୟ । ଏହାକୁ ଭଲ ଭାବେ ଜାଣି ସୁଦ୍ଧା ଆମନେଷ୍ଟି ଏହି ଆଇନକୁ ରଦ୍ଦ କରିବାକୁ ଦାବି କରିଛିା ଅନ୍ୟ ଶବ୍ଦରେ କହିବାକୁ ଗଲେ ଭାରତରେ ଗୋ ହତ୍ୟା ଅବାଧ ଭାବେ ଚାଲୁ ଏହା ଆମନେଷ୍ଟି ଚାହୁଁଛି ।
କର୍ଣାଟକରେ ବିଜେପି ସରକାର ଥିବା ବେଳେ ସେଠାରେ ଜୋର ଜବରଦସ୍ତି, ପ୍ରଲୋଭନ ଦେଖାଇ, ଛଳ, କପଟରେ ଧର୍ମାନ୍ତରୀକରଣକୁ ରୋକିବାକୁ ଏକ କଠୋର ଆଇନ ପ୍ରଣୟନ କରିଥିଲେ । ଆମନେଷ୍ଟି ଏହି ଧର୍ମାନ୍ତରୀକରଣ ରୋକିବାକୁ ବିଜେପି ସରକାର ଆଣିଥିବା ଆଇନକୁ ସମୀକ୍ଷା କରି ଏହାକୁ ହଟାଇବାକୁ ଦାବି କରିଛି । ଏହାକୁ ଯଦି ସରଳ ଅର୍ଥରେ କହିବା ତେବେ ଭାରତରେ ଧର୍ମାନ୍ତରୀକରଣ ଅବାଧରେ ଓ ଜୋର ସୋରରେ ହେଉ, ତା ପାଇଁ ବ୍ୟବସ୍ଥା କରିବାକୁ ଆମନେଷ୍ଟି ଚାହୁଁଛି । ଜୋର ଜବରଦସ୍ତି, ପ୍ରଲୋଭନ ଦେଖାଇ, ଛଳ, ବଳ କପଟ ଜରିଆରେ, ବେଆଇନ ଭାବେ କରାଗଲେ ସୁଦ୍ଧା କୌଣସି କାର୍ଯ୍ୟାନୁଷ୍ଠାନ ନ ହେଉ ତାହା ଆମନେଷ୍ଟି ଚାହୁଁଛି ।
ମୋଟ ଉପରେ କହିବାକୁ ଗଲେ ଗୋ ହତ୍ୟା, ଧର୍ମାନ୍ତରୀକରଣ ଅବାଧରେ ହେବାକୁ ଦେବା, ଇସଲାମିଷ୍ଟ ମାନଙ୍କୁ ଖୋଲା ଖୋଲି ଭାବେ କାମ କରିବାକୁ ଦେବାକୁ ଆମନେଷ୍ଟି ଦାବି କରି ପୁଣି ଥରେ ପ୍ରମାଣିତ କରିଛି ଯେ ତାର ଉଦେ୍ଦଶ୍ୟ ମାନବିକ ଅଧିକାରର ସୁରକ୍ଷା ନୁହେଁ ବରଂ ଭାରତୀୟ – ହିନ୍ଦୁ ସଭ୍ୟତା, ସଂସ୍କୃତିକୁ ସମାପ୍ତ କରିବା ହେଉଛି ଏହାର ମୂଳ ଲକ୍ଷ୍ୟ ।
ଆମନେଷ୍ଟିର ଏହି ଚରିତ୍ର ଭାରତବାସୀଙ୍କ ପାଇଁ କିଛି ନୂଆ ନୁହେଁ । ଏହି ସଂସ୍ଥା ସବୁବେଳେ ଭାରତକୁ ବିଭାଜନ ପାଇଁ ଚେଷ୍ଟିତ ଥିବା ବ୍ରେକିଂ ଇଣ୍ଡିଆ ଶକ୍ତି ମାନଙ୍କ ପାଇଁ କାମ କରି ଆସିଛି । ଏହି ସଂସ୍ଥା କାଶ୍ମୀରରେ ପାକିସ୍ତାନ ପ୍ରାୟୋଜିତ ଆତଙ୍କବାଦର ସମର୍ଥନ କରି ଆସିଛି । ଭାରତୀୟ ସେନା କାଶ୍ମୀରରେ ଆତଙ୍କବାଦୀ ମାନଙ୍କୁ ନିପାତ କରିବାକୁ ମାନବିକ ଅଧିକାରର ଉଲ୍ଲଂଘନ ବୋଲି କହି ରିପୋର୍ଟ ମାନ ପ୍ରକାଶିତ କରି ଆସିଛି । ତେବେ ଏହି ସଂସ୍ଥା ଇସଲାମୀ ଆତଙ୍କବାଦୀଙ୍କ ଦ୍ୱାରା ଭାରତର ନୀରିହ ଲୋକ ମାନଙ୍କର ହତ୍ୟାରେ କୌଣସି ପ୍ରକାର ମନ୍ତବ୍ୟ ଦେଇ ନ ଥାଏ, ସତେ ଯେପରି ନୀରିହ ଭାରତୀୟଙ୍କ ମାନବିକ ଅଧିକାର ନ ଥାଏ, କେବଳ ଆତଙ୍କବାଦୀଙ୍କର ମାନବିକ ଅଧିକାର ଥାଏ ।
୨୬-୧୧ ମୁମ୍ବାଇ ଆକ୍ରମଣର ଦୋଷୀ ଅଜମଲ କସାବ ହେଉ ବା ସଂସଦ ଉପରେ ଆକ୍ରମଣର ଦୋଷୀ ଅଫଜଲ ଗୁରୁ ହେଉ ବା ୧୯୯୩ ମୁମ୍ବାଇ ସିରିଏଲ ବ୍ଲାଷ୍ଟ ମାମଲାର ଦୋଷୀ ୟାକୁବ ମେନନ ହେଉ, ଏ ସମସ୍ତଙ୍କର ସମର୍ଥନରେ ଆମନେଷ୍ଟି ସାରା ବିଶ୍ୱରେ ଅଭିଯାନ ଚଳାଇଥିଲା । ଭୀମା କୋରେଗାଓଁ ହିଂସା ମାମଲାରେ ମଧ୍ୟ ଏହି ସଂସ୍ଥା ବକ୍ତବ୍ୟ ଜାରୀ କରି ହିଂସାକାରୀ ମାନଙ୍କର ସମର୍ଥନ କରିଥିଲା । ବିଦେଶରେ ଭାରତର ଭାବମୂର୍ତି କିପରି ଖରାପ ହେବ ସେ ନେଇ ଆମନେଷ୍ଟି ସଂସ୍ଥାର ସବୁବେଳେ ଚେଷ୍ଟିତ ଥାଏ । ଦିଲ୍ଲୀରେ ହୋଇଥିବା ଦଙ୍ଗା ମାମଲାରେ ମଧ୍ୟ ଆମନେଷ୍ଟିର ଭୂମିକା ସଂଦିଗ୍ଧ ରହିଥିଲା । ଆମନେଷ୍ଟି ପକ୍ଷରୁ ୨୦୧୬ ମସିହାରେ ବେଙ୍ଗାଲୁରୁ ଠାରେ କାଶ୍ମୀରକୁ ନେଇ ଆୟୋଜିତ ଏକ କାର୍ଯ୍ୟକ୍ରମରେ ପାକିସ୍ତାନ ଜିନ୍ଦାବାଦର ସ୍ଲୋଗାନ ଦିଆ ଯାଇଥିଲା ।
ପ୍ରବର୍ତନ ନିର୍ଦେଶାଳୟ ପକ୍ଷରୁ କରା ଯାଇଥିବା ଜାଂଚରେ ସ୍ପଷ୍ଟ ହୋଇଥିଲା ଯେ ଆମନେଷ୍ଟି ଦେଶ ବିରୋଧୀ କାର୍ଯ୍ୟକଳାପ ପାଇଁ ଭାରତକୁ ୫୧ କୋଟି ଟଙ୍କା ପଠାଇଥିଲା । ପଂଜାବ ଓ କାଶ୍ମୀରକୁ ନେଇ ଭାରତ ବିରୋଧୀ ଅପ ପ୍ରଚାରରେ ଏହି ଧନରାଶିକୁ ଖର୍ଚ କରା ଯାଇଥିଲାା
୍ଣମାଦୀ ସରକାର ଆସିବା ପରେ ଏଭଳି ଏନଜିଓ ମାନଙ୍କ ଉପରେ ଲଗାମ ନିଶ୍ଚିତ ଭାବେ ଲଗା ଯିବାକୁ ଚେଷ୍ଟା କରା ଯାଇଛି, ଏହା ସତ । ହେଲେ ଏ ବାବଦରେ ଭବିଷ୍ୟତରେ ଅନେକ କିଛି କରିବାକୁ ବାକି ଅଛି । ମାନବିକ ଅଧିକାରର ମୁଖା ପିନ୍ଧି ଭାରତ, ଭାରତୀୟ ସଭ୍ୟତା ଉପରେ ଆକ୍ରମଣ କରୁଥିବା ଏଭଳି ଏନଜିଓ ଗୁଡିକୁ ଭାରତରୁ ସମ୍ପୂର୍ଣ ରୂପେ ବିତାଡିତ କରିବା ହେଉଛି ସମୟର ଆବଶ୍ୟକତା ।

Leave a Reply