Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ମେ ୨୯ ତାରିଖରୁ ଯୁକ୍ତ ଦୁଇ ନାମଲେଖା ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ମେ ୨୯ ତାରିଖରୁ ଯୁକ୍ତ ଦୁଇ ନାମଲେଖା ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ

ଭୁବନେଶ୍ୱର: ଆସନ୍ତା ମେ ୨୯ ତାରିଖରୁ ଯୁକ୍ତ ଦୁଇ ନାମଲେଖା ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହେବ ।ଜୁନ ୨୦ ଆବେଦନ କରିବାର ଶେଷ ତାରିଖ ରହିଛି । ଝଇଗଝ ପୋର୍ଟାଲ ଜରିଆରେ ଛାତ୍ରଛାତ୍ରୀ ଆବେଦନ କରିପାରିବେ । ଏକାଦଶ ଶ୍ରେଣୀର କ୍ଲାସ ଜୁଲାଇ ୨୯ ତାରିଖ ରୁ ଆରମ୍ଭ ହେବ । ଏନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ନିଦେ୍ର୍ଦଶାଳୟ ପକ୍ଷରୁ ସୂଚନା ଦିଆଯାଇଛି ।ରାଜ୍ୟରେ ଚଳିତବର୍ଷ ଦଶମ ଶ୍ରେଣୀ ଉତ୍ତୀର୍ଣ୍ଣହାର ଅଧିକ ରହିଛି । ସିବିଏସଇରେ ୯୩.୬୪%, ଆଇସିଏସଇରେ ୯୮.୫୪% ଏବଂ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ପ୍ରକାଶ ପାଇଥିବା ପରୀକ୍ଷାଫଳରେ ଉତ୍ତୀର୍ଣ୍ଣ ହାର ୯୬.୪% ରହିଛି । ଏନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ନିଦେ୍ର୍ଦଶାଳୟ ନିର୍ଦେଶକ ରଘୁରାମ ଆୟର କହିଛନ୍ତି ଯେ, ମେ ମାସ ୨୯ ତାରିଖରୁ ଯୁକ୍ତ ଦୁଇ ଆବଦେନ ପ୍ରକ୍ରିୟା ଆରମ୍ଭ ହେବ । ସାମ୍ସ ପୋର୍ଟାଲରେ ଏହା ୨୦ ଜୁନ ପର୍ଯ୍ୟନ୍ତ ଆବେଦନ ପ୍ରକ୍ରିୟା ଚାଲିବ । ପ୍ରଥମ ପର୍ଯ୍ୟାୟ ସିଲେକ୍ସନ ୨୮ ଜୁନ ରେ ପ୍ରକାଶ ପାଇବ । ୨୯ ଜୁନରୁ ୫ ଜୁଲାଇ ପର୍ଯ୍ୟନ୍ତ ପ୍ରଥମ ପର୍ଯ୍ୟାୟରେ ଆଡ଼ମିଶନ ହେବ । ଦିତୀୟ ପର୍ଯ୍ୟାୟ ମେରିଟ ଲିଷ୍ଟ ୧୩ ଜୁଲାଇରେ ବାହାରିବ । ଚଏସ ଲକିଙ୍ଗ ବା ସ୍ଲାଇଡ ଅପ ପାଇଁ ୧୯ ଜୁଲାଇ ସୁଧା କରିବେ । ୨୬ ଜୁଲାଇରୁ ୨୭ ଜୁଲାଇ ସ୍ପଟ ସିଲେକକସନ ରହିବ । ସ୍ପଟ ସିଲେକ୍ସନ ଏଥର ଅନ ଲାଇନ ହୋଇପାରିବ । ଏହା ସହ ୨୯ ଜୁଲାଇ ରେ ଆରମ୍ଭ ହେବ ଯୁକ୍ତ ଦୁଇ ପ୍ରଥମ ବର୍ଷର କ୍ଲାସ । ତେବେ ୧୦୬ଟି ଅପଗ୍ରେଡଡ ହାଇୟର ସେକେଣ୍ଡାରୀ ସ୍କୁଲ ଅନୁମୋଦନ ହୋଇଛି । ସେଥିରେ ମଧ୍ୟ ୧୩୦୦୦ ସିଟ ରହିଛି । ତେଣୁ ଯୁକ୍ତ ଦୁଇ ରେ ସିଟ ଅଭାବ ନେଇ କିଛି ବି ସମସ୍ୟା ହେବା ନାହିଁ ବୋଲି କହିଛନ୍ତି ନିଦେ୍ର୍ଦଶକ ।ରାଜ୍ୟରେ ଚଳିତବର୍ଷ ଦଶମ ଶ୍ରେଣୀ ଉତ୍ତୀର୍ଣ୍ଣହାର ଅଧିକ ରହିଛି । ସିବିଏସଇରେ ୯୩.୬୪%, ଆଇସିଏସଇରେ ୯୮.୫୪% ଏବଂ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ପ୍ରକାଶ ପାଇଥିବା ପରୀକ୍ଷାଫଳରେ ଉତ୍ତୀର୍ଣ୍ଣ ହାର ୯୬.୪% ରହିଛି । ଗତବର୍ଷ ଯୁକ୍ତ ଦୁଇରେ କଟ ଅଫ ମାର୍କ ତଥ୍ୟ ଅନୁସାରେ ଭୁବନେଶ୍ୱରର ବକ୍ସି ଜଗବନ୍ଧୁ ବିଦ୍ୟାପୀଠରେ କଳାରେ ୮୦%, ବାଣିଜ୍ୟରେ ୭୪.୬୪% ଓ ବିଜ୍ଞାନ ରେ ୯୧.୦୦% କଟ ଅଫ ମାର୍କ ରହିଥିଲା । ସେହିଭଳି ଭାବରେ ରମାଦେବୀ କଲେଜରେ କଳାରେ କଟ ଅଫ ମାର୍କ ରହିଥିଲା ୭୭.୩୩%, ବିଜ୍ଞାନ ରେ ୮୬.୮୩ ଓ ବାଣିଜ୍ୟରେ ୫୪.୮୩% କଟ ମାର୍କ ରହିଥିଲା । କଟକର ରେଭେନ୍ସା ଜୁନିଅର କଲେଜ କଳାରେ ଥିଲା ୮୨.୧୭%, ବାଣିଜ୍ୟରେ ୮୧.୮୩% ଓ ବିଜ୍ଞାନ ରେ ଥିଲା ୯୨.୬୭% ସେହିଭଳି ଭାବରେ ଶୈଳବାଳା କଲେଜରେ କଳା ରେ ୭୭.୬୭%, ବିଜ୍ଞାନ ରେ ୮୬.୧୭% ଓ ବାଣିଜ୍ୟରେ ୭୫% କଟ ଅଫ ମାର୍କ ରହିଛି ।ରାଜ୍ୟରେ ୨୦୬୭ ଟି ଯୁକ୍ତ ଦୁଇ କଲେଜ ରହିଥିବା ବେଳେ ଯୁକ୍ତ ଦୁଇ ପ୍ରଥମ ବର୍ଷ ରେ ସିଟ ରହିଛି ୫ ଲକ୍ଷ ୯ ହଜାର ।

Leave a Reply