Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ପାକିସ୍ତାନ ଡ୍ରୋନ୍ ଷଡ଼ଯନ୍ତ୍ର ଫେଲ୍ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ପାକିସ୍ତାନ ଡ୍ରୋନ୍ ଷଡ଼ଯନ୍ତ୍ର ଫେଲ୍

ନୂଆଦିଲ୍ଲୀ: ପାକିସ୍ତାନର ନାପାକ୍ ଷଡ଼ଯନ୍ତ୍ର ବିଫଳ । ପାକ୍ ଡ୍ରୋନକୁ ମାରି ଖସାଇଲା ବିଏସଏଫ । ପଞ୍ଜାବ ପ୍ରାନ୍ତରେ ପାକିସ୍ତାନର ଡ୍ରଗ୍ସ କାରବାରକୁ ଫେଲ୍ କରିଛି ଭାରତୀୟ ସେନା । ଅମୃତସର ସୀମାରେ ନିଶାଦ୍ରବ୍ୟ ନେଇ ଆସୁଥିବା ଏକ ଡ୍ରୋନକୁ ମାରି ଖସାଇ ଦେଇଛି ବର୍ଡର ସିକୁ୍ୟରିଟି ଫୋର୍ସ । ସୋମବାର ରାତିରେ ଏହି ଘଟଣା ଘଟିଛି । ସୁରକ୍ଷାବଳ ଏକ କଳା ରଙ୍ଗର ଡ୍ରୋନକୁ ଭୈନି ରାଜପୁତାନା ଗାଁରୁ ଜବତ କରିଛନ୍ତି । ସେଥିରୁ ୨ ପ୍ୟାକେଟ୍ ଡ୍ରଗସ୍ ମିଳିଛି । ବିଏସଏଫ ସୂଚନ ମୁତାବକ, ଡ୍ରୋନ ମିଳିଥିବା ଡ୍ରଗ୍ସ ଓଜନ ୨ କେଜିରୁ ଅଧିକ ହେବ । ସୋମବାର ବିଳମ୍ବିତ ରାତିରେ ଯବାନ ମାନେ ଏକ ଡ୍ରୋନର ଶବ୍ଦ ଶୁଣିଥିଲେ । ଏହା ପରେ ପୂରା ୟୁନିଟ୍ ଅ ।ଲର୍ଟ ହୋଇଯାଇଥିଲା । ପରେ ଡ୍ରୋନକୁ ଗୁଳି କରି ଖସାଇ ଦିଆଯାଇଥିଲା । ସର୍ଚ୍ଚ ଅପରେସନ ପରେ ଏଥିରୁ ଡ୍ରଗସ୍ ମିଳିଛି । ବିଏସଏଫ ଅଧିକାରୀ କହିଛନ୍ତି, ଡ୍ରୋନ୍ ମାଧ୍ୟମରେ ଏହି ନିଶାଦ୍ରବ୍ୟକୁ ତସ୍କରଙ୍କ ପାଖକୁ ପହ ।ଯାଉଥିଲା । ଏଥିପାଇଁ ଏକ ଛୋଟ ଟର୍ଚ୍ଚ ଲାଇଟ୍ ଫିଟ୍ କରାଯାଇଥିଲା । ଫଳରେ ମାଫିଆମାନେ ଡ୍ରୋନକୁ ସହଜରେ ଟ୍ରାକ୍ କରିପାରିବେ । ହେଲେ ଏହା ଯବାନଙ୍କ ନଜରରେ ପଡ଼ିଯାଇଥିଲା । ସୀମାରେ ଡ୍ରୋନ ଘଟଣା ବଢ଼ିବାରେ ଲାଗିଛି । ପାକିସ୍ତାନ ପଟୁ ଏଲଓସି ପାର୍ କରି ବେଆଇନ ଡ୍ରଗ୍ସ ଭାରତକୁ ପଠାଯାଉଛି । ଗତ କିଛି ଦିନ ମଧ୍ୟରେ ୫ଟି ଡ୍ରୋନ ପାକିସ୍ତାନ ସୀମାରୁ ଭାରତକୁ ପ୍ରବେଶ କରିଛି । ହେଲେ ବିଏସଏଫ ଏହାକୁ ମାରି ଖସାଇ ଦେଇଛି । ୧୯ ମେ’ ଡ୍ରୋନକୁ ଗୁଳି ମାରି ଖସାଇଥିଲେ ଯବାନ । ମାତ୍ର ଏହା ପାକିସ୍ତାନ ସୀମାରେ ପଡ଼ିଯାଇଥିଲା । ଫଳରେ ଏଥିରେ କ’ଣ ଆସୁଥିଲା ତାହା ଖୁଲାସା ହୋଇନାହିଁ ।

Leave a Reply