Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଆମ୍ବଚାଷ ଦେଇଛି ସ୍ୱତନ୍ତ୍ର ପରିଚୟ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଆମ୍ବଚାଷ ଦେଇଛି ସ୍ୱତନ୍ତ୍ର ପରିଚୟ

କପ୍ତିପଦା: କଥାରେ ଅଛି ଚାଷ କାମ ଯାହାର କେଡେ ସୁଖ ତାହାର । ଆଉ ଏହି ଉକ୍ତିକୁ ଯିଏ ବୁଝିପାରିଛି ସେ ଚାଷ କ୍ଷେତ୍ରରେ ସଫଳତା ପାଇଛି । ଆଉ ସେହି ସଫଳତା ହିଁ ଆଣି ଦେଇଛି ଏକ ସ୍ୱତନ୍ତ୍ର ପରିଚୟ । ସେଭଳି ଜଣେ ଚାଷୀ ହେଲେ କପ୍ତିପଦା ବ୍ଲକ ଜେଏସ ଜାମୁଡିହା ପଞ୍ଚାୟତ ଭଣ୍ଡାରୀପାଳ ୧୧ ନମ୍ବର ୱାର୍ଡରେ ବସବାସ କରୁଥିବା ଚାଷୀ ରଣଜିତ୍ ସାହୁ । ଯିଏ କି ଆଜି କପ୍ତିପଦା ଉପଖଣ୍ଡରେ ଜଣେ ସଫଳ ଆମ୍ବଚାଷୀ ଭାବେ ବେଶ୍ ପରିଚିତ । କାରଣ ବିଭିନ୍ନ କିସମର ଆମ୍ବ ଫଳାଇବା ସହିତ ବିଭିନ୍ନ ଜିଲ୍ଲାକୁ ଯାଉଛି ତାଙ୍କ ବାଡିରୁ ଫଳିଥିବା ଆମ୍ବ । ରଣଜିତ୍ ୨୦୧୧ ମସିହାରେ ଉଦଳା ଉଦ୍ୟାନ ବିଭାଗରୁ ୨୮ ଟଙ୍କାରେ ଆମ୍ବ ଚାରା କିଣିଥିଲେ । ଏହି ଆମ୍ବ ଚାରାକୁ ରୋପଣ କରି ଫଳ ଫଳାଇବା ନିମନ୍ତେ ବିଭାଗ ପକ୍ଷରୁ ୨ ବର୍ଷ ଆମ୍ବ ଗଛର ସୁରକ୍ଷା ନିମନ୍ତେ ୨୨ ହଜାର ଟଙ୍କା ପାଇଥିଲେ । ସେହି ଟଙ୍କାକୁ ସମ୍ବଳ କରିବା ସହିତ ନିଜ ପାଖରେ ଥିବା ଟଙ୍କାକୁ ଖର୍ଚ୍ଚ କରି ସେ ଆରମ୍ଭ କରିଥିଲେ ଆମ୍ବଚାଷ । ନିଜର ସାଢେ ୪ ଏକର ଜମିରେ ଲଗାଇଥିଲେ ଆମ୍ବଗଛ । ଆଉ ଆରମ୍ଭ କରିଥିଲେ ଆମ୍ବଚାଷ । ବିଭିନ୍ନ କିସମ ବିଶେଷକରି ତୁଟାପଲ୍ଲୀ, ଆମ୍ରପଲ୍ଲୀ, ଦସରୀ, ଦକ୍ଷିଣ ସାଗର ଆମ୍ବଗଛ ଲଗାଇ ସେଥିରୁ ବେଶ ଭଲ ଆମ୍ବ ଫଳାଇ ପାରିଛନ୍ତି ସେ । ପ୍ରତି ବର୍ଷ ଆମ୍ବ ବଗିଚାର ବାଡ ପାଇଁ ତାଙ୍କୁ ଖର୍ଚ୍ଚ କରିବାକୁ ପଡିଥାଏ ୩୦ ହଜାରରୁ ଅଧିକ ଟଙ୍କା । ଯାହାକୁ ଖର୍ଚ୍ଚ କରି ସେ ଆମ୍ବଚାଷରେ ନିଜକୁ ସମର୍ପି ଶେଷରେ ଆଜି ଜଣେ ସଫଳ ଆମ୍ବଚାଷୀ ଭାବେ ବେଶ୍ ପରିଚିତ । ଗତ ମାସ ସେ ୧୨ କ୍ୱିଣ୍ଟାଲରୁ ଅଧିକ ଆମ୍ବ ଉତ୍ପାଦନ କରିଥିବାବେଳେ ତାହାକୁ ବିକ୍ରି ମଧ୍ୟ କରିଛନ୍ତି । ପ୍ରତି ବର୍ଷ ସେ ଏହି ଆମ୍ବ ସମୟରେ ଲକ୍ଷ ଲକ୍ଷ ଟଙ୍କାର ଆମ୍ବ ବିକ୍ରି କରି ବେଶ୍ ଦି ପଇସା ରୋଜଗାର କରିପାରନ୍ତି । ତାଙ୍କ ଆମ୍ବ ବିକ୍ରି ନିମନ୍ତେ ଉଦଳା, କପ୍ତିପଦା, ବାରିପଦା, ବାଲେଶ୍ୱର ଏପରିକି ପଡୋଶୀ କେଉଁଝର ଜିଲ୍ଲାକୁ ମଧ୍ୟ ଯାଇଥାଏ । କେବଳ ଆମ୍ବଚାଷ କରି ସେ ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରୁଥିବାବେଳେ ଆମ୍ବ ବଗିଚା ଭିତରେ ୫ଶହରୁ ଅଧିକ ସପୁରୀ ଗଛ ଲଗାଇ ମଧ୍ୟ ପଇସା ରୋଜଗାର କରୁଛନ୍ତି । ତେବେ ସରକାରଙ୍କ ପକ୍ଷରୁ ଏହି ସାଢେ ୪ ଏକର ଜମିରେ ଜଳସେଚନ ନିମନ୍ତେ ସୁବିଧା କରାଯାଇପାରିଲେ ସେ କଦଳୀ, ହଳଦୀ ପାଳୁଅ ଆଦି ଚାଷ କରିପାରନ୍ତେ ବୋଲି କହିଛନ୍ତି ରଣଜିତ୍ । ତାଙ୍କର ଚେଷ୍ଟା ଏବଂ ଉଦ୍ୟମ ପାଇଁ ସେ ଆଜି ଜଣେ ସଫଳ ଚାଷୀ ହୋଇପାରିଥିବା କହିଛନ୍ତି ରଣଜିତ୍ ।

Leave a Reply