ଦୁର୍ଗାବାହିନୀ ପ୍ରାନ୍ତୀୟ ସୌର୍ଯ୍ୟ ପ୍ରଶିକ୍ଷଣ ଶିବିର

ଯାଜପୁର : ବିଶ୍ୱହିନ୍ଦୁ ପରିଷଦ ପୂର୍ବପ୍ରାନ୍ତ ପକ୍ଷରୁ ଦୁର୍ଗା ବାହିନୀ ପ୍ରାନ୍ତୀୟ ସୌର୍ଯ୍ୟ ପ୍ରଶିକ୍ଷଣ ଶିବିର କୁଆଖିଆସ୍ଥ ମଧୁବନ ଶିଶୁମନ୍ଦିର ଠାରେ ଅନୁଷ୍ଠିତ ହୋଇଯାଇଛି । ଓଡ଼ିଶାର୨୨ ଗୋଟି ଜିଲାରୁ ୧୩୦ ଜଣ ଶିକ୍ଷାର୍ଥୀ ୨୦ ଜଣ ଶିକ୍ଷକ, ୩୦ ଜଣ ପ୍ରବନ୍ଧକଙ୍କୁ ନେଇ ୮ଦିନଧରି ପ୍ରଶିକ୍ଷଣ ଶିବିର ଚାଲିଥିଲା । ପ୍ରଶିକ୍ଷଣ ଶିବିରରେ ୧୫ ରୁ ୩୫ ବର୍ଷ ଯୁବତୀ ଓ ମହିଳା ମାନଙ୍କୁ ପ୍ରଶିକ୍ଷଣ ଦିଆଯାଇଥିଲା । ଶିବିରରେ ମୁଖ୍ୟତଃ ସେବା ସୁରକ୍ଷା ସଂସ୍କାର ମୂଳକ କାର୍ଯ୍ୟରେ କିପରି ନାରୀ ନିଜକୁ ନିୟୋଜିତ କରିବେ ଗୁରୁତ୍ୱ ପ୍ରଦାନ କରାଯାଇଥିଲା । ନାରୀମାନେ ନିଜେ ନିଜର ଓ ସମାଜର କିପରି ଆତ୍ମ ରକ୍ଷା କରିପାରିବେ ସାତ ଦିନ ଧରି ବିଭିନ୍ନ ଯୁଦ୍ଧ କୌଶଳ ଶିକ୍ଷା ପ୍ରଦାନ କରାଯାଇଥିଲା । ଶିବିରର ଶେଷ ଦିନରେ ସମାହାର କାର୍ଯ୍ୟକ୍ରମରେ ଶିକ୍ଷାର୍ଥୀ ମନେ ଶିଖିବା ଯୁଦ୍ଧ କୌଶଳୀର ପ୍ରଦର୍ଶନି କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଅତିଥିରୁପେ ଦୁର୍ଗାବାହିନୀ କେନ୍ଦ୍ରୀୟ ସଂଯୋଜିକା ସୁଶ୍ରୀ ପ୍ରଜ୍ଞାପରମିତା ମାହାଲା, ପ୍ରାନ୍ତୀୟ ସଂଯୋଜିକା ସିପ୍ରା ରାଉତ, ରାଜ୍ୟ ବିଶ୍ୱହିନ୍ଦୁ ପରିଷଦ ଉପସଭାପତି ପ୍ରଶାନ୍ତ ପଣ୍ଡା, ରାଜ୍ୟ ମାତୃଶକ୍ତି ସମ୍ପାଦିକା ଝରଣା ଜେନା, ଯାଜପୁର ଜିଲାଦୁର୍ଗା ବାହିନୀ ସଂଯୋଜିକା ରୋଜାଲିନି ନାୟକ, ଜିଲା ବିଶ୍ୱହିନ୍ଦୁ ପରିଷଦ ସଭାପତି ଅକ୍ଷୟ ବଳ ପ୍ରମୁଖ ଯୋଗ ଦେଇଥିଲେ ।

Leave a Reply

Your email address will not be published. Required fields are marked *