Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ମାଟ୍ରିକ୍ ପରୀକ୍ଷାରେ ବିଦ୍ୟା ଭାରତୀ, ଶିକ୍ଷା ବିକାଶ ସମିତି, ଓଡ଼ିଶାଙ୍କ ସଫଳତା - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ମାଟ୍ରିକ୍ ପରୀକ୍ଷାରେ ବିଦ୍ୟା ଭାରତୀ, ଶିକ୍ଷା ବିକାଶ ସମିତି, ଓଡ଼ିଶାଙ୍କ ସଫଳତା


୨୦୨୩ ମାଟି୍ରକ୍ ପରୀକ୍ଷା ଫଳ ପ୍ରକାଶ ପାଇଛି । ଉକ୍ତ ପରୀକ୍ଷାରେ ବିଦ୍ୟା ଭାରତୀ, ଶିକ୍ଷା ବିକାଶ ସମିତି, ଓଡ଼ିଶାଙ୍କ ଦ୍ୱାରା ପରିଚାଳିତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ଛାତ୍ରଛାତ୍ରୀମାନେ ଅପୂର୍ବ ସଫଳତା ହାସଲ କରିଛନ୍ତି । ଶିକ୍ଷା ବିକାଶ ସମିତି, ଓଡ଼ିଶାଙ୍କ ଦ୍ୱାରା ସାରା ଓଡ଼ିଶାରେ ୯୯୪ଟି ଶିଶୁ ବିଦ୍ୟା ମନ୍ଦିର ପରିଚାଳିତ ହେଉଅଛି । ତନ୍ମଧ୍ୟରୁ ବିଦ୍ୟା ମନ୍ଦିରମାନଙ୍କରେ ମୋଟ ୧୬୮୨୩ ଜଣ ଦଶମ ଶ୍ରେଣୀ ପରୀକ୍ଷା ଦେଇଥିବା ବେଳେ ସେଥିମଧ୍ୟରୁ ୧୬୮୨୩ ଜଣ (୧୦୦%) ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୫୮୯ (୯୮.୧୬%) ନମ୍ବର ରଖି ଯୁଗ୍ମ ପ୍ରଥମ ସ୍ଥାନ ହାସଲ କରିଛନ୍ତି ଶ୍ରୀ ଗୌରୀଶଙ୍କର ନନ୍ଦ, ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର, ଗାନ୍ଧୀମାର୍ଗ, ଅନୁଗୁଳ ଏବଂ ଶ୍ରୀ ବିଶ୍ୱଜିତ ଭୂୟାଁ , ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର, ରାମହରିନଗର, ବ୍ରହ୍ମପୁର । ସମଗ୍ର ରାଜ୍ୟର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ଉତ୍ତୀର୍ଣ୍ଣ ଫଳ ନିମ୍ନରେ ସୂଚୀତ କରାଗଲା ।

A 1 = ୧୨୬୧, A 2 = ୪୫୪୬, B 1 = ୫୨୪୭, B 2 = ୩୫୫୭, C = ୧୬୫୭, D = ୪୭୯, E = ୭୬
ଏହି ପରୀକ୍ଷାରେ ଉକ୍ରର୍ଷତା ହାସଲ କରିଥିବାରୁ ଶିକ୍ଷା ବିକାଶ ସମିତି, ଓଡ଼ିଶାଙ୍କ ସଭାପତି, ସମ୍ପାଦକ, ସଂଗଠନ ସମ୍ପାଦକ ଏବଂ ସମସ୍ତ କାର୍ଯ୍ୟକର୍ତ୍ତା ମେଧାବୀ ଛାତ୍ରଛାତ୍ରୀମାନଙ୍କୁ ଅଭିନନ୍ଦନ ଜଣାଇବା ସହିତ ଶିଶୁ ବିଦ୍ୟା ମନ୍ଦିରର ପ୍ରଧାନାଚାର୍ଯ୍ୟ, ଆଚାର୍ଯ୍ୟଆଚାର୍ଯ୍ୟା ଏବଂ ଅଭିଭାବକମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

Leave a Reply