Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ବନବାସୀ କଲ୍ୟାଣ ଆଶ୍ରମର ପରିଚୟ ବର୍ଗ ଅନୁଷ୍ଠିତ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ବନବାସୀ କଲ୍ୟାଣ ଆଶ୍ରମର ପରିଚୟ ବର୍ଗ ଅନୁଷ୍ଠିତ

ଜୟପୁର : ଜୟପୁର ଗେଟଗୁଡା ସ୍ଥିତ ଶିକ୍ଷା ବିକାଶ ସମିତି ଭବନରେ ବନବାସୀ କଲ୍ୟାଣ ଆଶ୍ରମ, ଓଡିଶା କୋରାପୁଟ ବିଭାଗ ଜୟପୁର ତରଫରୁ ୩ ତିନି ଦିନିଆ ପରିଚୟ ବର୍ଗର ଉଦଘାଟନ ଉତ୍ସବ ଅନୁଷ୍ଟିତ ହୋଇଛି । ଏଠାରେ ରାଜ୍ୟ ସଭାପତି ହରି ଚରଣ ବାନରା, ଜିଲା ସଭାପରି ରୁପୁ ଭତ୍ରା, ନଗର ସଭାପତି ଶଶି ଭୁଷଣ ପଟ୍ଟନାୟକ ତତ୍ୱା ବଧାନରେ ଆୟୋଜିତ ବର୍ଗରେ ଅବିଭକ୍ତ କୋରାପୁଟ ଜିଲାରୁ ୧୭୮ ଜଣ ପ୍ରତିନିଥି ଯୋଗ ଦେଇଥିଲେ । ସମ୍ବାଗ ସଂଗଠନ ମନ୍ତ୍ରୀ ରତି କାନ୍ତ ସାହୁ ଏହି କାଯ୍ୟକ୍ରମର ଉଦେ୍ଦଷ୍ୟ ଜ୍ଞାପନ କରିଥିଲେ । ପ୍ରନ୍ତ ସଂଗଠନ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ଭାଟି ମୁଖ୍ୟ ବକ୍ତା ଭାବେ ଯୋଗ ଦେଇ ରଷ୍ଟ୍ର ଗଠନରେ ବନବାସୀ ମାନଙ୍କ କଥା ବନବାସୀ କଲ୍ୟାଣ ଆଶ୍ରମର ଭୁମିକା ସମ୍ପର୍କରେ ଆଲୋକପାତ କରିଥିଲେ । ନଗର ସମ୍ପାଦକ ଲକ୍ଷ୍ମିକାନ୍ତ ମିଶ୍ର କାଯ୍ୟକ୍ରମର ପରିଚାଳନା କରିଥିଲେ । ଜିଲା ସମ୍ପାଦକ ପ୍ରଭୁଦାନ ପରଜା ଧନ ଭତ୍ର , ମଦନ ମୋହନ ଦିଷାରି, ହରି ବନ୍ଦୁ କେନ୍ଦୁ, ମଇନା ଦିଷାରି ଉପସ୍ଥିତ ଥିଲେ ।

Leave a Reply