ପ୍ରାଦେଶିକ ଓ ଗଣିତ ମେଧା ପରୀକ୍ଷାରେ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ନୀଳକଣ୍ଠ ନଗରର ସଫଳତା

ବ୍ରହ୍ମପୁର: ଗତ ୧୦ତାରିଖରେ ପ୍ରକାଶିତ ଶିକ୍ଷାବିକାଶ ସମିତୀ, ଓଡିଶାର ରାଜ୍ୟସ୍ତରୀୟ ୫ମ, ୭ମ ଓ ୯ମ ଶ୍ରେଣୀ ପ୍ରାଦେଶିକ ଓ ଗଣିତ ମେଧା ପରିକ୍ଷାରେ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର, ନୀଳକଣ୍ଠ ନଗରର ଛାତ୍ରଛାତ୍ରୀମାନେ ରାଜ୍ୟସ୍ତରରେ ରେକର୍ଡ ସଫଳତା ହାସଲ କରି ପୁର୍ବ ଗୌରବକୁ ବଜାୟ ରଖିଛନ୍ତି । ପ୍ରାଦେଶିକ ମେଧା ପରିକ୍ଷାରେ ରାଜ୍ୟସ୍ତରରେ ପ୍ରଥମ ୧୦ଜଣଙ୍କ ମଧ୍ୟରେ ୩ୟ ଶ୍ରେଣୀର ୩ଜଣ, ୫ମ ଶ୍ରେଣୀର ୨ଜଣ, ୭ମ ଶ୍ରେଣୀରେ ୬ଜଣ ଏବଂ ୯ମ ଶ୍ରେଣୀରେ ୩ଜଣ ସେହିପରି ଶ୍ରୀ ଭାରତୀ କୃଷ୍ଣ ଗଣିତ ପ୍ରତିଭା ପରିକ୍ଷାରେ ରାଜ୍ୟସ୍ତରରେ ପ୍ରଥମ ୧୦ଜଣଙ୍କ ମଧ୍ୟରେ ୩ୟ ଶ୍ରେଣୀର ୧ଜଣ, ୭ମ ଶ୍ରେଣୀର ୨ଜଣ ଏବଂ ୯ମ ଶ୍ରେଣୀର ୭ଜଣ ଏହିପରି ଭାବେ ମୋଟ ୨୪ଜଣ ରାଜ୍ୟସ୍ତରରେ ପ୍ରଥମ ୧୦ଜଣ ମଧ୍ୟରେ ସ୍ଥାନ ପାଇଛନ୍ତି । ରାଜ୍ୟସ୍ତରୀୟ ସଫଳତା ହାସଲ କରିଥିବା ଶିଶୁମାନେ ହେଲେ ୩ୟ ଶ୍ରେଣୀ ପ୍ରାଦେଶିକ ମେଧାରେ ୪ର୍ଥ ସ୍ଥାନରେ ପି. କରିନା, ୬ଷ୍ଠ ସ୍ଥାନରେ ଆଶୁତୋଷ ପାତ୍ର ଓ ୯ମ ସ୍ଥାନରେ ଇପ୍ସିତା ସାହୁ, ୫ମ ଶ୍ରେଣୀର ପ୍ରାଦେଶିକ ମେଧାରେ ୩ୟ ସ୍ଥାନରେ ଧ୍ୟାନଲଗ୍ନା ପାଣିଗ୍ରାହୀ, ୧୦ମ ସ୍ଥାନରେ ଆଶୁତୋଷ ପ୍ରସାଦ ପାଢ଼ୀ, ୭ମ ଶ୍ରେଣୀର ପ୍ରାଦେଶିକ ମେଧାରେ ୩ୟ ସ୍ଥାନରେ ଶ୍ରୀୟା ଜ୍ୟୋର୍ତିମୟୀ ପାଢ଼ୀ, ୪ର୍ଥ ସ୍ଥାନରେ ସୌରଭ ଗୌଡ, ୫ମ ସ୍ଥାନରେ ଅଙ୍କିତା ସାହୁ, ୬ଷ୍ଠ ସ୍ଥାନରେ ସୋନମ୍ ଶୁଭଦର୍ଶିନୀ ନାୟକ ଓ ସୁମିତ୍ କୁମାର ଦାଶ, ୧୦ମ ସ୍ଥାନରେ ଅର୍ଚିତା ଆଚାର୍ଯ୍ୟ ସେହିଭଳି ୯ମ ଶ୍ରେଣୀର ପ୍ରାଦେଶିକ ମେଧାରେ ୪ର୍ଥ ସ୍ଥାନରେ ଆୟୁଷ ଆଶୁତୋଷ ବେହେରା, ୫ମ ସ୍ଥାନରେ ଏସ୍.ନିହାର ରଞ୍ଜନ ପାତ୍ର ଓ ୯ମ ସ୍ଥାନରେ ଗିତାଳି ପାଢ଼ୀ ରହିଛନ୍ତି । ସେହିପରି ପ୍ରକାଶ ପାଇଥିବା ୩ୟ ଶ୍ରେଣୀ ଗଣିତ ପ୍ରତିଭାରେ ରାଜ୍ୟସ୍ତରରେ ଆଶୁତୋଷ ପାତ୍ର ୬ଷ୍ଠ ସ୍ଥାନ ଅଧିକାର କରିଛନ୍ତି । ୭ମ ଶ୍ରେଣୀ ଗଣିତ ପ୍ରତିଭାରେ ୬ଷ୍ଠ ସ୍ଥାନରେ ସୁମିତ୍ କୁମାର ଦାଶ ଓ ୧୦ମ ସ୍ଥାନରେ ଶ୍ରୀୟା ଜ୍ୟୋର୍ତିମୟୀ ପାଢ଼ୀ ସ୍ଥାନ ପାଇଛନ୍ତି । ୯ମ ଶ୍ରେଣୀ ଗଣିତ ପ୍ରତିଭାରେ ୨ୟ ସ୍ଥାନରେ ବେଦାନ୍ତ ମହାରଣା, ୩ୟ ସ୍ଥାନରେ ଆୟୁଷ ଆଶୁତୋଷ ବେହେରା ଓ ଏସ୍. ନିହାର ରନ ପାତ୍ର, ୭ମ ସ୍ଥାନରେ ସାଇ ପ୍ରସାଦ ପରିଡା, ୮ମ ସ୍ଥାନରେ ସତ୍ୟପ୍ରୀୟା ବେହେରା ଓ ଶିବାଶ୍ରୀତା ପାଢ଼ୀ ଓ ୯ମ ସ୍ଥାନରେ ବିଷାଖା ତରାଇ ଅଧିକାର କରି ବିଦ୍ୟାଳୟର ପୂର୍ବ ଗୌରବକୁ ବଜାୟ ରଖିଛନ୍ତି । ରାଜ୍ୟସ୍ତରରେ ଆମ୍ଭ ବିଦ୍ୟାଳୟର ମୋଟ ୨୪ ଜଣ ଛାତ୍ରଛାତ୍ରୀ ପ୍ରଥମ ୧୦ଟି ସ୍ଥାନ ଅଧିକାର କରି ଥିବାରୁ ଅନୁଷ୍ଠାନ ପରିଚାଳନା ସମିତିର ସଭାପତି ଜିବାନନ୍ଦ ତ୍ରିପାଠୀ, ଉପସଭାପତି ରବିନ୍ଦ୍ରନାଥ ଜେନା, ସମ୍ପାଦକ ନାରାୟଣ ପଣ୍ଡା, ଯୁଗ୍ମ ସମ୍ପାଦକ ନିଳକଣ୍ଠ ସାହୁ, କୋଷାଧ୍ୟକ୍ଷ ସୋମନାଥ ନନ୍ଦ, ସଦସ୍ୟା ପ୍ରଣତି ସାମଲ ଓ ବାସନ୍ତି ବେହେରା ଉପଦେଷ୍ଟା ଡ.ଶ୍ରୀକାନ୍ତ ମହାପାତ୍ର, ଡ. ହରିକୃଷ୍ଣ ନାୟକ, ମମତା ପାଣିଗ୍ରାହୀ, ଧର୍ମରାଜ ସାହୁ, ପୂର୍ଣ୍ଣଚନ୍ଦ୍ର ପଣ୍ଡା, ନରସିଂହ ଚୌଧୁରୀ, ସୁଦର୍ଶନ ପାଢ଼ୀ, ହରିକୃଷ୍ଣ ପାଢ଼ୀ, ବିଦ୍ୟାମନ୍ଦିର ପ୍ରଧାନ ଆଚାର୍ଯ୍ୟ ଏସ୍. ମୋହନ ରାଓ, ଶିଶୁ ମନ୍ଦିର ପ୍ରଧାନ ଆଚାର୍ଯ୍ୟ ସୁରେଶ କୁମାର ଆଚାର୍ଯ୍ୟ ଏବଂ ବିଦ୍ୟାଳୟ ଶୈକ୍ଷିକ ପ୍ରଶାସକ ଶ୍ରୀ ଉମାଧବ ମହାନ୍ତି, ସମସ୍ତ ଆଚାର୍ଯ୍ୟ ଆଚାର୍ଯ୍ୟା ତଥା ସମସ୍ତ ଅଭିଭାବକଙ୍କ ତରଫରୁ ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା ଜ୍ଞାପନ କରାଯାଇଛି ।

Leave a Reply

Your email address will not be published. Required fields are marked *