Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
‘ଦ କେରଳ ଷ୍ଟୋରୀ’-ଶୀଘ୍ର ଶୁଣାଣି କରିବାକୁ ମନା କଲେ ସୁପ୍ରିକୋର୍ଟ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

‘ଦ କେରଳ ଷ୍ଟୋରୀ’-ଶୀଘ୍ର ଶୁଣାଣି କରିବାକୁ ମନା କଲେ ସୁପ୍ରିକୋର୍ଟ

ନୂଆଦିଲ୍ଲୀ: କେରଳର ଜିହାଦ ଏବଂ ଆତଙ୍କବାଦ ଦ୍ୱାରା ପ୍ରଭାବିତ ହୋଇଥିବା ଅଣ-ମୁସଲମାନ ଝିଅଙ୍କ ଜୀବନୀ ଉପରେ ଆଧାରିତ ଫିଲ୍ମ ଦି କେରଳ ଷ୍ଟୋରୀ ଉପରେ ରୋକ ମାମଲା ଆବେଦନ ଉପରେ ସୁପ୍ରିମକୋର୍ଟ ତୁରନ୍ତ ଶୁଣାଣି କରିବାକୁ ମନା କରି ଦେଇଛନ୍ତି । ଶୀର୍ଷ ଅଦାଲତ କହିଛନ୍ତି, ସେନ୍ସର ବୋର୍ଡ ଏହି ଚଳଚ୍ଚିତ୍ରକୁ ସବୁଜ ସଙ୍କେତ ଦେଇଛି, ତେଣୁ ଆବେଦନକାରୀ ଏହି ଚଳଚ୍ଚିତ୍ରର ପ୍ରମାଣପତ୍ରକୁ ଚ୍ୟାଲେଞ୍ଜ କରିବା ସହ ସମ୍ପୃକ୍ତ ସଂସ୍ଥାକୁ ଆବେଦନ କରିବା ଉଚିତ । ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ଜଷ୍ଟିସ କେଏମ ଜୋସେଫ ଏବଂ ଜଷ୍ଟିସ ବି.ଭି ନାଗରନôାଙ୍କ ନେତୃତ୍ୱରେ ଗଠିତ ଏକ ବେଞ୍ଚ କହିଛନ୍ତି, ଫିଲ୍ମ ସମ୍ବନ୍ଧୀୟ ଆବେଦନକୁ ଘୃଣା ଭାଷଣ ଆବେଦନ ସହିତ ମିଶ୍ରଣ କରାଯାଇପାରିବ ନାହିଁ । ଏହା ଏକ ସମ୍ପୂର୍ଣ୍ଣ ଭିନ୍ନ ପ୍ରସଙ୍ଗ । କଂଗ୍ରେସର ପୂର୍ବତନ ନେତା ତଥା ବରିଷ୍ଠ ଆଡଭୋକେଟ କପିଲ ସିବଲ ଏବଂ ଆଡଭୋକେଟ ନିଜାମ ପାଶା ସୁପ୍ରିମକୋର୍ଟରେ ଦି କେରଳ ଷ୍ଟୋରୀ ଉପରେ ପ୍ରତିବନ୍ଧକ ଲଗାଇ ଏହି ଚଳଚ୍ଚିତ୍ର ଘୃଣାର ବକ୍ତବ୍ୟକୁ ପ୍ରୋତ୍ସାହିତ କରୁଛି ବୋଲି ଅଭିଯୋଗ ଆଣିଥିଲେ ।
‘ଦ କେରଳ ଷ୍ଟୋରି’ ଏକ ବିବାଦୀୟ ଚଳଚ୍ଚିତ୍ର । ଏହି ଚଳଚ୍ଚିତ୍ରକୁ ପ୍ରଦର୍ଶନ କରିବା ଉଚିତ ନୁହେଁ ବୋଲି କେରଳ ସରକାର ଆହ୍ୱାନ ଦେଇଛନ୍ତି । କେରଳର ପ୍ରାୟ ୩୨ ହଜାର ମହିଳାଙ୍କୁ ପ୍ରଲୋଭିତ କରି ସିରିୟା ଏବଂ ଆଫଗାନିସ୍ତାନରେ ଆତଙ୍କ ଖେଳାଉଥିବା ସଂଗଠନ ଇସଲାମିକ ଷ୍ଟେଟରେ ସାମିଲ କରିବା ଭଳି କାହାଣୀ ଏହି ଚଳଚ୍ଚିତ୍ରରେ ପ୍ରଦର୍ଶିତ ହୋଇଛି । ସିନେମା ହଲ ମାଲିକମାନଙ୍କ ସଂଗଠନ (ଫିଲ୍ମ ଏକ୍ସିବିଟରସ ୟୁନାଇଟେଡ ଅର୍ଗାନାଇଜେସନ ଅଫ କେରଳ) ଫୁ୍ୟକ ପକ୍ଷରୁ କୁହାଯାଇଛି ଯେ, ଏହି ଚଳଚ୍ଚିତ୍ରକୁ ଦେଖିବା ପାଇଁ ଲୋକେ ବ୍ୟଗ୍ର ଅଛନ୍ତି । କୋଚିରେ ନିଜର ଥିଏଟର କମ୍ପ୍ଲେକ୍ସ ଥିବା ତଥା ଫୁ୍ୟକର ସୁରେଶ ସେନୋୟ ନାମକ ଜନୈକ ଅଧିକାରୀ କହିଛନ୍ତି ଯେ, ଏହି ଚଳଚ୍ଚିତ୍ରକୁ ଲୋକେ ଯେ କୌଣସି ମାଧ୍ୟମରେ ଦେଖିବା ପାଇଁ ଇଚ୍ଛୁକ ଅଛନ୍ତି । ତେଣୁ କେରଳ ସରକାରଙ୍କ ଏଭଳି ପଦକ୍ଷେପ ଗ୍ରହଣୀୟ ନୁହେଁ ।

Leave a Reply