Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ବାଲିଚନ୍ଦ୍ରପୁର ସାମୂହିକ ଆଚାର୍ଯ୍ୟ କାର୍ଯ୍ୟଶାଳା - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ବାଲିଚନ୍ଦ୍ରପୁର ସାମୂହିକ ଆଚାର୍ଯ୍ୟ କାର୍ଯ୍ୟଶାଳା

ବାଲିଚନ୍ଦ୍ରପୁର: ବଡଚଣା ବ୍ଲକ ଅନ୍ତର୍ଗତ ବାଲିଚନ୍ଦ୍ରପୁରସ୍ଥ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ବିଦ୍ୟା ଭାରତୀ ଶିକ୍ଷା ବିକାଶ ସମିତି ଓଡିଶା ଉତ୍ତର ପୂର୍ବ ସଂଭାଗ ଯାଜପୁର ବିଭାଗ ବାଲିଚନ୍ଦ୍ରପୁର ସଂକୁଳର ସାମୂହିକ ଆଚାର୍ଯ୍ୟ କାର୍ଯ୍ୟଶାଳା ଅନୁଷ୍ଠିତ ହୋଇଯାଇଛି । ଉଦ୍ଘାଟନୀ ଉତ୍ସବରେ ବାଲିଚନ୍ଦ୍ରପୁର ସଂକୁଳର ସଂକୁଳ ପ୍ରମୁଖ ଅଧ୍ୟାପକ ସଂଗ୍ରାମ କିଶୋର ପରିଡା, ମୁଖ୍ୟବକ୍ତା ଭାବରେ ଯୋଗ ଦେଇ ହିନ୍ଦୁ ଜୀବନ ଶୈଳୀ ଉପରେ ଉଦ୍ବୋଧନ ଦେଇଥିଲେ । ବାଲିଚନ୍ଦ୍ରପୁର ଶିଶୁ ବିଦ୍ୟା ମନ୍ଦିରର ସଭାପତି ଡ.ବସନ୍ତ କିଶୋର ସାହୁ, ସଭାପତିତ୍ୱ କରିଥିବା ବେଳେ ଶିଶୁବିଦ୍ୟା ମନ୍ଦିରର ସମ୍ପାଦକ ନାରାୟଣ ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ତଥା ସଂକୁଳ ସଂଯୋଜକ ଶ୍ରୀ କୃତିବାସ ରାଉତ ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ସମାରୋହ ଅବସରରେ ଆର.ଏସ.ଏସର ବରିଷ୍ଠ କାର୍ଯ୍ୟକର୍ତା ଅବସରପ୍ରାପ୍ତ ଶିକ୍ଷକ ଶ୍ରୀ ରମେଶ ଚନ୍ଦ୍ର ଲେଙ୍କା ଯୋଗ ଦେଇ ରାଷ୍ଟ୍ର ସର୍ବୋପରି ଉପରେ ଆଲୋକପାତ କରିଥିଲେ । ବିଦ୍ୟାଳୟର ସହ ପ୍ରଦାନ ଆଚାର୍ଯ୍ୟ ପ୍ରଶାନ୍ତ କୁମାର ରାଉତ ପରିଚାଳନା କରିଥିବା ବେଳେ ବୈରୀ ଶିଶୁ ମନ୍ଦିରର ପ୍ରଧାନ ଆଚାର୍ଯ୍ୟ ଡମ୍ବରୁଧର ରାଉତ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ । ସ୍ଥାନୀୟ ବିଦ୍ୟାଳୟର ଉପଦେଷ୍ଟା ପ୍ରତାପ ଚନ୍ଦ୍ର ପରିଡା, ନିରଞ୍ଜନ ମହାନ୍ତି, ବିପିନ ବିହାରୀ ବଳ, ପ୍ରଭାତ କୁମାର ବଳ, ହିମାଂଶୁ ଶେଖର ବଳ କୋଷାଧ୍ୟକ୍ଷ ଉକ୍ରଳ କୁମାର ବଳ ସାମନ୍ତ, ସଦସ୍ୟା ରାଜଲକ୍ଷ୍ମୀ ସାହୁ, ଓ ସଂକୁଳ ଅନ୍ତର୍ଗତ ଆରୁହା ବୈରୀ, ଧାନମଣ୍ଡଳ, ଛତିଆ, ଆଦିଶିଶୁ ବିଦ୍ୟା ମନ୍ଦିରର ପରିଚାଳନା ସମିତି କାର୍ଯ୍ୟକର୍ତା ଯୋଗଦାନ କରିଥିଲେ । ମୋଟ ୧୧ଟି ଶିଶୁ ବିଦ୍ୟା ମନ୍ଦିରର ପ୍ରଧାନ ଆଚାର୍ଯ୍ୟ, ଆଚାର୍ଯ୍ୟା ସମେତ ୧୫୦ ଜଣ ଗୁରୁଜୀ, ଗୁରୁମା କାର୍ଯ୍ୟଶାଳାରେ ଉପସ୍ଥିତ ଥିଲେ । ଏହି କାର୍ଯ୍ୟଶାଳାକୁ ସ୍ଥାନୀୟ ବିଦ୍ୟାଳୟର ସମସ୍ତ ଗୁରୁଜୀ ଗୁରୁମା ଓ ସେବକ, ସେବିକା ସହଯୋଗ କରିଥିଲେ ।

Leave a Reply