Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ମା’ କାଳୀଙ୍କୁ ଅପମାନ: ୟୁକ୍ରେନକୁ ସମାଲୋଚନା କଲା ରୁଷିଆ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ମା’ କାଳୀଙ୍କୁ ଅପମାନ: ୟୁକ୍ରେନକୁ ସମାଲୋଚନା କଲା ରୁଷିଆ

ମସ୍କୋ: ୟୁକ୍ରେନର ପ୍ରତିରକ୍ଷା ବିଭାଗ ଦ୍ୱାରା ହିନ୍ଦୁ ଦେବୀ ମା’ କାଳୀଙ୍କୁ ଉପହାସ କରିବା ପ୍ରସଙ୍ଗରେ ଭାରତକୁ ରୁଷିଆର ସମର୍ଥନ ମିଳିଛି । ରୁଷିଆ ୟୁକ୍ରେନର ଏହି କାର୍ଯ୍ୟକୁ ନିନ୍ଦା କରିଛି ଏବଂ ୟୁକ୍ରେନକୁ ନାଜିଜିମ ସହିତ ତୁଳନା କରିଛି । ସୂଚନଯୋଗ୍ୟ, ୟୁକ୍ରେନର ପ୍ରତିରକ୍ଷା ବିଭାଗ ନିକଟରେ ଏକ ଟ୍ୱିଟ କରିମା କାଳୀଙ୍କ ଉପରେ ଆପତ୍ତିଜନକ ଫଟୋ ଶେୟାର କରିଥିଲା । ତେବେ ବିବାଦ ପରେ ୟୁକ୍ରେନ ଏହି ଟୁଇଟକୁ ଡିଲିଟ କରିଦେଇଛି । ମିଳିତ ଜାତିସଂଘରେ ରୁଷିଆର ପ୍ରତିନିଧି ଦିମିତ୍ରୀ ପଲିନସ୍କି କହିଛନ୍ତି,ହିନ୍ଦୁ, ମୁସଲମାନ ହେଉ କିମ୍ବା ଖ୍ରୀଷ୍ଟିଆନ ଧର୍ମ ହେଉ, କିଭ ସରକାର କାହାର ବିଶ୍ୱାସ ପ୍ରତି ଧ୍ୟାନ ଦିଅନ୍ତି ନାହିଁ । ୟୁକ୍ରେନ ସୈନିକମାନେ କୋରାନ ଜାଳୁଛନ୍ତି, ମା’ କାଳୀଙ୍କୁ ପରିହାସ କରୁଛନ୍ତି ଏବଂ ଖ୍ରୀଷ୍ଟିଆନମାନଙ୍କର ପବିତ୍ର ସ୍ଥାନଗୁଡିକ ନଷ୍ଟ କରୁଛନ୍ତି । ସେମାନେ କେବଳ ନାଜି ଚିନ୍ତାଧାରାରେ ବିଶ୍ୱାସ କରନ୍ତି । ୟୁକ୍ରେନ ସରକାର ମଧ୍ୟ ଏହାର ପ୍ରତିରକ୍ଷା ବିଭାଗର ଟୁଇଟ ପାଇଁ କ୍ଷମା ପ୍ରାର୍ଥନା କରି ସାରିଛନ୍ତି । ୟୁକ୍ରେନର ଉପ ବୈଦେଶିକ ମନ୍ତ୍ରୀ ଏମିନ ଜାପ୍ରୋଭା ଏକ ବିବୃତ୍ତି ଜାରି କରି କହିଛନ୍ତି, ହିନ୍ଦୁ ଦେବୀ ମା’ କାଳୀଙ୍କୁ ଭୁଲ ଉପାୟରେ ଦେଖାଇଥିବାରୁ ଆମେ ଏବଂ ଆମର ପ୍ରତିରକ୍ଷା ବିଭାଗ ଲଜ୍ଜିତ । ୟୁକ୍ରେନ ଏବଂ ୟୁକ୍ରେନର ଲୋକମାନେ ଭାରତୀୟ ସଂସ୍କୃତିକୁ ସମ୍ମାନ କରନ୍ତି ଏବଂ ସେମାନଙ୍କର ସମର୍ଥନକୁ ପ୍ରଶଂସା କରନ୍ତି । ସେହି ଫଟୋ ଅପସାରିତ ହୋଇଛି ଏବଂ ଆମେ ପାରସ୍ପରିକ ସହଯୋଗ ଏବଂ ପାରସ୍ପରିକ ସମ୍ମାନ ବୃଦ୍ଧି ପାଇଁ ଉତ୍ସର୍ଗୀକୃତ ରହିଛୁ ।

Leave a Reply