Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଏନ୍ଆଇଏ ରାଜ୍ୟ ପୋଲିସକୁ ମାଗିଲା ରାମନବମୀ ଦଙ୍ଗା ସହିତ ସମ୍ପର୍କିତ କାଗଜପତ୍ର - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଏନ୍ଆଇଏ ରାଜ୍ୟ ପୋଲିସକୁ ମାଗିଲା ରାମନବମୀ ଦଙ୍ଗା ସହିତ ସମ୍ପର୍କିତ କାଗଜପତ୍ର

କୋଲକାତା : କୋଲକାତା ହାଇକୋର୍ଟର ଆଦେଶ ମୁତାବକ ରାଷ୍ଟ୍ରୀୟ ଯାଂଚ ଏଜେନ୍ସି(ଏନ୍ଆଇଏ) ରାଜ୍ୟ ପୋଲିସ୍କୁ ରାମନବମୀ ସମୟରେ ହାୱଡ଼ା, ହୁଗଲୀ ଏବଂ ରାଜ୍ୟର ଅନ୍ୟ ଅଂଚଳରେ ହୋଇଥିବା ଦଙ୍ଗା ସହିତ ସମ୍ପର୍କୀତ ସମସ୍ତ କାଗଜପତ୍ର ମାଗିଛି । ବୁଧବାର ଦିନ କେନ୍ଦ୍ରୀୟ ଏଜେନ୍ସି ରାଜ୍ୟ ପୋଲିସ୍କୁ ପତ୍ର ପଠାଇ ହିଂସାର ଘଟଣା ସହିତ ସମ୍ପର୍କିତ ପ୍ରାଥମିକୀ ପ୍ରତି ଏବଂ ଯାଂଚ ସମ୍ବନ୍ଧିତ କାଗଜପତ୍ରକୁ କେନ୍ଦ୍ରୀୟ ଏଜେନ୍ସିକୁ ସୁପୁର୍ଦ କରିବାକୁ କହିଛି । ଏନ୍ଆଇଏ ସୂତ୍ର କହିଛି ଯେ ଚନ୍ଦନନଗର ପୋଲିସ୍ କମିଶନରେଟ ଏବଂ ହାୱଡ଼ା ପୋଲିସ କମିଶନରେଟକୁ ଅଲଗା ଅଲଗା ଚିଠି ପଠାଇ ସମସ୍ତ କାଗଜପତ୍ର ମଗାଯାଇଛି । ଏହାବ୍ୟତୀତ ରାଜ୍ୟ ସରକାର ଘଟଣାର ଯାଂଚ ଆଇଡିକୁ ଦେଇଥିଲା । ଏଥିପାଇଁ ପତ୍ର ପ୍ରତି ସିଆଇଡିର ଏଡିଜି ର୍ୟାଙ୍କର ଅଧିକାରୀଙ୍କୁ ମଧ୍ୟ ପଠାଯାଇଛି ଯାହା ଅପରାଧିକ ଯାଂଚର ଦାୟିତ୍ୱ ସମ୍ଭାଳି ଥିଲେ ।

Leave a Reply