Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଭାରତୀୟ ମଜଦୁର ସଂଘ, କଟକ ଜିଲ୍ଲା ତରଫରୁ ବିଭିନ୍ନ ସଂଗଠନର ଶତାଧିକ କର୍ମକର୍ତାମାନେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଭାରତୀୟ ମଜଦୁର ସଂଘ, କଟକ ଜିଲ୍ଲା ତରଫରୁ ବିଭିନ୍ନ ସଂଗଠନର ଶତାଧିକ କର୍ମକର୍ତାମାନେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ

ମଜଦୁର ସଂଘର ୪ଦଫା ଦାବିପତ୍ର

କଟକ: ଶ୍ରମିକମାନେ ହେଉଛନ୍ତି ଦେଶର ଭବିଷ୍ୟତ । ସେମାନଙ୍କର ପରିଶ୍ରମ ଓ ନିଷ୍ଠା ଯୋଗୁଁ ଦେଶ ତଥା ରାଜ୍ୟ ସମୃଦ୍ଧି ପଥରେ ଆଗେଇପାରିଛି । ମାତ୍ର ଦୁର୍ଭାଗ୍ୟଜନକ ବିଷୟ ହେଉଛି ଯେ, କେନ୍ଦ୍ର ଏବଂ ରାଜ୍ୟ ସରକାର ଉଭୟ ଶ୍ରମିକମାନଙ୍କୁ ଅଣଦେଖା କରୁଛନ୍ତି । ସଂଗଠିତ ଓ ଅସଂଗଠିତ କ୍ଷେତ୍ରରେ କାର୍ଯ୍ୟରତ ଶ୍ରମିକମାନଙ୍କର ଆଇନଗତ ଅଧିକାର ଏବଂ ସୁରକ୍ଷାରୁ ବଚିଂତ କରାଯାଉଛି । ଅଧିକାଂଶ କ୍ଷେତ୍ରରେ ଶ୍ରମିକମାନଙ୍କ ପାଇଁ ସମସ୍ତ ପ୍ରକାର ଆଇନଗତ ବ୍ୟବସ୍ଥା ଥିଲେ ମଧ୍ୟ ତାହା କାର୍ଯ୍ୟକାରୀ କରାଯାଇ ପାରୁନାହିଁ । ଏହାର ପ୍ରତିବାଦରେ ଆଜି ସମଗ୍ର ଦେଶରେ ଭାରତୀୟ ମଜଦୁର ସଂଘର ୨୦ତମ ରାଷ୍ଟ୍ରୀୟ ଅଧିବେଶନରେ ପାରିତ ୪ଟି ପ୍ରସ୍ତାବକୁ ନେଇ ସମଗ୍ର ଦେଶରେ ସମସ୍ତ ଜିଲ୍ଲାର ଜିଲ୍ଲାପାଳଙ୍କ ଜରିଆରେ ପ୍ରଧାନମନ୍ତ୍ରୀଙ୍କ ଉଦେ୍ଦଶ୍ୟରେ ଦାବିପତ୍ର ପ୍ରଦାନ କରାଯାଇଛି । ଏହି ଅବସରରେ ଆଜି ବୁଧୁବାର ଭାରତୀୟ ମଜଦୁର ସଂଘ, କଟକ ଜିଲ୍ଲା ତରଫରୁ ବିଭିନ୍ନ ସଂଗଠନର ଶତାଧିକ କର୍ମକର୍ତାମାନେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ସଂଘର ଏକ ପ୍ରତିନିଧିମଣ୍ଡଳୀ କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚୟିନୀଙ୍କୁ ସାକ୍ଷାତ କରି ଏକ ଦାବିପତ୍ର ପ୍ରଦାନ କରିଥିଲେ । ଦାବିଗୁଡ଼ିକ ମଧ୍ୟରେ ଦେଶର ସମସ୍ତ ଶ୍ରମିକବର୍ଗଙ୍କୁ ସାମାଜିକ ସୁରକ୍ଷା ଅନ୍ତର୍ଗତ ସମସ୍ତ ସୁବିଧା ଉପଲବ୍ଧ କରାଯିବା, ଠିକା ପ୍ରଥାର ଅନ୍ଧ ଅନୁକରଣ ଉପରେ ନିୟନ୍ତ୍ରଣ ସହିତ ଠିକା ଶ୍ରମ (ପ୍ରତିରୋଧ ଏବଂ ନିୟମିତକରଣ) ଅଧିନିୟମର ୧୯୭୦ର ଆବଶ୍ୟକ ସଂଶୋଧନ କରାଯିବା, ଦେଶର ଆର୍ଥିକ ବିକାଶ ନିମିତ୍ତ ଜାତୀୟ ଶ୍ରମ ନୀତି ପ୍ରସ୍ତୁତ କରାଯିବା, ସର୍ବନିମ୍ନ ମଜୁରୀ (ମିନିମମ୍ ୱେଜେସ୍) ବଦଳରେ ଜୀବିକା ଆଧାରିତ ମଜୁରୀ (ଲିଭିଙ୍ଗ୍ ୱେଜେସ୍) ନିର୍ଦ୍ଧାରଣ କରାଯିବା ଆଦି ଅର୍ନ୍ତଭୁକ୍ତ ଅଟେ । କାର୍ଯ୍ୟକ୍ରମରେ ଭାରତୀୟ ମଜଦୁର ସଂଘର ଜିଲ୍ଲା ସଭାପତି ଗୌରାଙ୍ଗ ଚରଣ ରଥ, ଉପସଭାପତି ଅଶୋକ ସ୍ୱାଇଁ, କଟକ ଜିଲ୍ଲା ସମ୍ପାଦକ ଭାଗୀରଥି ବେହେରା, ରାଜ୍ୟ କମିଟି ସଦସ୍ୟ ବସନ୍ତ କୁମାର ସାହୁ, ପୁଷ୍ପଲତା ମହାନ୍ତି, ମନୋରମା ଲେଙ୍କା, ଜ୍ୟୋତ୍ସ୍ନାରାଣୀ ସିଂ, ସୁଧୀର ନାୟକ, ପ୍ରକାଶ ରାଉତ, ଅଶୋକ ସ୍ୱାଇଁ, ନଳିନୀ ନିରୋଦ ମହାନ୍ତି, ସତ୍ୟବ୍ରତ ସ୍ୱାଇଁ, ସୁଶାନ୍ତ କୁମାର ସ୍ୱାଇଁ, ଶାରଦା ପ୍ରସନ୍ନ ପାତ୍ର, ସୁକାନ୍ତ ବେହେରା ପ୍ରମୁଖ ଆନେ୍ଦାଳନର ନେତୃତ୍ୱ ନେଇଥିଲେ ।

Leave a Reply