ସାଲେପୁର ସଂକୁଳର ସାମୂହିକ ଆଚାର୍ଯ୍ୟ କାର୍ଯ୍ୟଶାଳା

ସାଲେପୁର: ଶିକ୍ଷାବିକାଶ ସମିତି ଓଡ଼ିଶାଙ୍କ ଯୋଜନା ଅନୁଯାୟୀ ସାଲେପୁର ସଂକୁଳର ସାମୂହିକ ଆଚାର୍ଯ୍ୟ କାର୍ଯ୍ୟଶାଳା ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ସାଲେପୁର ଠାରେ ୪ଦିନ ବ୍ୟାପୀ ଅନୁଷ୍ଠିତ ହୋଇଯାଇଛି । ଉଦ୍ଘାଟନୀ ଉତ୍ସବରେ ସଂକୁଳ ପ୍ରମୁଖ ସରୋଜ କୁମାର ଦାଶଙ୍କ ସଭାପତିତ୍ୱରେ କରିଥିବାବେଳେ ବିଦ୍ୟାଳୟର ପ୍ରଧାନଆଚାର୍ଯ୍ୟ, ସଂକୁଳ ସଂଯୋଜକ ଶଙ୍କର୍ଷଣ ପାଣିଗ୍ରାହୀ ଅତିଥି ପରିଚୟ ପ୍ରଦାନ କରିଥିଲେ । ସାଲେପୁର ମଣ୍ଡଳ ଶିକ୍ଷାଅଧିକାରୀ ଜଗବନ୍ଧୁ ଶତପଥୀ ମୁଖ୍ୟଅତିଥି ରୂପେ ଯୋଗ ଦେଇ ନୂତନ ଜାତୀୟ ଶିକ୍ଷାନୀତି ସମ୍ବନ୍ଧରେ ମାର୍ଗଦର୍ଶନ କରିଥିବାବେଳେ ଶିକ୍ଷାବିକାଶ ସମିତି ଓଡ଼ିଶାର ଯୁଗ୍ମ ସଂପାଦକ ତଥା ବିଦ୍ୟାଳୟର ସଭାପତି ଡଃ ତରୁଲତା ଦେବୀ କାର୍ଯ୍ୟଶାଳାର ଉଦେ୍ଦଶ୍ୟ ସଂପର୍କରେ ଆଲୋଚନା କରିଥିଲେ । ମୁଖ୍ୟବକ୍ତା ଭାବେ ଉତ୍ତର-ପୂର୍ବ ସମ୍ଭାଗର ସଦସ୍ୟ ସରୋଜିନୀ ଦେବୀ, ହିନ୍ଦୁ ଜୀବନଶୈଳୀରେ ବୈଜ୍ଞାନିକତାର ଭୂମିକା ସଂପର୍କରେ ବକ୍ତବ୍ୟ ରଖିଥିଲେ । ସେହିପରି ଉଦ୍ୟାପନୀ ଉତ୍ସବରେ ମୁଖ୍ୟଅତିଥି ଭାବେ ସାଲେପୁର ଅତିରିକ୍ତ ମଣ୍ଡଳ ଶିକ୍ଷା ଅଧିକାରୀ ଅଶୋକକୁମାର ପତି, ସମ୍ମାନିତ ଅତିଥି ରୂପେ ଆଞ୍ଚଳିକ ସାଧନ କେନ୍ଦ୍ରର ସଂଯୋଜକ ଅନ୍ତର୍ଯ୍ୟାମୀ ଭୋଳ ଯୋଗଦାନ କରିଥିବାବେଳେ ମୁଖ୍ୟବକ୍ତା ଭାବେ ହିନ୍ଦୁଜାଗରଣ ମଞ୍ଚର ପ୍ରାକ୍ତନ ସଂପାଦକ ତନ୍ମୟ କୁମାର ଶତପଥୀ ଯୋଗଦାନ କରି ରାଷ୍ଟ୍ର ସର୍ବୋପରି ପ୍ରସଙ୍ଗରେ ବକ୍ତବ୍ୟ ପ୍ରଦାନ କରିଥିଲେ । ଏହି କାର୍ଯ୍ୟଶାଳାରେ ସଂକୁଳର ୯ଟି ବିଦ୍ୟାଳୟର ଆଚାର୍ଯ୍ୟ ଆଚାର୍ଯ୍ୟାଙ୍କ ସମେତ ୧୩୩ଜଣ ଆଚାର୍ଯ୍ୟଆଚାର୍ଯ୍ୟା ଯୋଗଦାନ କରିଥିଲେ । କାର୍ଯ୍ୟଶାଳାରେ ଜାତୀୟ ଶିକ୍ଷାନୀତି ନିୟମ ଅନୁଯାୟୀ ୪ଟି ବିଭାଗରେ ୧୦ଟି ଲେଖାଁ ଶୈକ୍ଷିକ କାଳାଂଶ ଓ ୬ଟି ସାମୂହିକ କାଳାଂଶରେ ବିଭିନ୍ନ ପ୍ରଶିକ୍ଷଣ ପ୍ରଦାନ କରାଯାଇଥିଲା । ରାଜ୍ୟ ତଥା ଜିଲ୍ଲାସ୍ତରରେ ଇଂରାଜୀ ବିଷୟର ଦକ୍ଷ ପ୍ରଶିକ୍ଷକ ରମାକାନ୍ତ ମିଶ୍ର ଶିକ୍ଷାଦାନର କୌଶଳ ସମ୍ବନ୍ଧରେ ଆଲୋଚନା କରିଥିଲେ । ଏହି କାର୍ଯ୍ୟଶାଳାରେ ସରସ୍ୱତୀ ଶିଶୁବିଦ୍ୟାମନ୍ଦିରର ସଂପାଦକ ଦେବେନ୍ଦ୍ର ପଣ୍ଡା, ଯୁଗ୍ମ ସଂପାଦକ ମନୋରଂଜନ ଭୂୟାଁ, କୋଷାଧ୍ୟକ୍ଷ ଅରୁଣ ଭୂୟାଁ, ସଦସ୍ୟ ବିଶ୍ୱଜିତ୍ ଭୂୟାଁ, ନିଶ୍ଚିନ୍ତକୋଇଲି ସଭାପତି ଦୀପାଞ୍ଜଳି ମିଶ୍ର, ସଂପାଦକ ତପନ କୁମାର ଦାସ, ସାଆନ୍ତପୁର ପରିଚାଳନା ସମିତି ସଭାପତି ଭୈରବ ଚନ୍ଦ୍ର ଜେନା, ଉପସଭାପତି ବୈକୁଣ୍ଠନାଥ ବରାଳ, ସଂପାଦକ ଅମୂଲ୍ୟ କୁମାର ମହାନ୍ତି, ଜପକୁଦ ଶିଶୁମନ୍ଦିରର ଉପସଭାପତି ଚନ୍ଦ୍ରମଣି ଭୂୟାଁ ପ୍ରମୁଖ ଉପସ୍ଥିତ ରହି ପ୍ରଶିକ୍ଷାର୍ଥୀମାନଙ୍କୁ ଉତ୍ସାହିତ କରିଥିଲେ ।

Leave a Reply

Your email address will not be published. Required fields are marked *