Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଲଣ୍ଡନରେ ହବ ଜଗନ୍ନାଥ ମନ୍ଦିର - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଲଣ୍ଡନରେ ହବ ଜଗନ୍ନାଥ ମନ୍ଦିର

ନବରଙ୍ଗପୁର:ସମଗ୍ର ବିଶ୍ୱ ୨୦୨୦ ମସିହାରେ ଯେତେବେଳେ କରୋଣା ରେ ପେସି ହୋଇ ଯାଉଥିଲା ଲଣ୍ଡନରେ କେତେକ ଜଗନ୍ନାଥ ପ୍ରେମୀ ଜଗନ୍ନାଥ ମନ୍ଦିର ଗଢିତୋଳି ବାକୁ ଏକ କମିଟି ଗଠନ କରିଥିଲେ ।ପରେ ପରେ ଜଗନ୍ନାଥ ଧାମ ପୁରୀ ଠାରୁ ଭଗବାନ ଜଗନ୍ନାଥ .ବଳଭଦ୍ର ଭଉଣୀ ସୁଭଦ୍ରା ଙ୍କ ମୂର୍ତ୍ତି ନେଇ ନଭେମ୍ବର ୨୦୨୧ ପ୍ରଥମ ସପ୍ତାହରେ ପୂଜାର୍ଚ୍ଚନା ଆରମ୍ଭ କରିଥିଲେ । ଏକ ଆୟୋଜିତ ସଭାରେ ଭଗବାନ ଜଗନ୍ନାଥ ସର୍ବପ୍ରଥମ ସର୍ବୋଚ୍ଚ ସୃଷ୍ଟିକର୍ତ୍ତା, ସମସ୍ତଙ୍କର ଉତ୍ସ, ତାଙ୍କୁ ପ୍ରାୟ ସମସ୍ତ ବିବିଧ ଧାର୍ମିକ ସମ୍ରାଦୟ ଦ୍ୱାରା ପୂଜା କରାଯାଏ , ଭଗବାନ ଜଗନ୍ନାଥଙ୍କ ପରମ୍ପରା ସ୍ପଷ୍ଟ ଭାବରେ ‘‘ ମହାନ ସମନ୍ୱୟ ’କୁ ପ୍ରତିପାଦିତ କରେ । ଏହି ଅନନ୍ତ ଏବଂ ମୌ ଳିକ ସତ୍ୟଗୁଡିକ ଆଜି ମାନବଜାତି ଦ୍ୱାରା ଭଲ ଭାବରେ ବୁଝିବା ଏବଂ ଗ୍ରହଣ କରିବାକୁ ପଡିବ ବୋଲି ପୁରୁଷୋତ୍ତମ ମନ୍ଦିର ପରିଚାଳନା କମିଟିର ସଭାପତି ତାଙ୍କ ମୂଖ୍ୟ ଅଭିଭାଷଣରେ ଏହା ପ୍ରକାଶ କରିଛନ୍ତି । ୨୩ ଏପ୍ରିଲ ୨୦୨୩ ରବିବାର ଦିନ ନାଭନାଟ କେନ୍ଦ୍ରରେ ଶ୍ରୀ ଜଗନ୍ନାଥ ସୋସାଇଟି ୟୁକେ ଦ୍ୱାରା ଆୟୋଜିତ ହୋଇଥିବା ପ୍ରଥମ ଶ୍ରୀ ଜଗନ୍ନାଥ ସମ୍ମିଳନୀ ଲଣ୍ଡନକୁ ସମ୍ବୋଧିତ କରି ଗଜପତି ମହାରାଜ ‘ପ୍ରଭୁ ଜଗନ୍ନାଥଙ୍କ ପରମ୍ପରା ଏବଂ ପୁରୁଷୋତ୍ତମ କ୍ଷେତର ମହତ୍ତ୍ୱ ବିଷୟରେ କହିଥିଲେ । ସେ ନିଜ ଆନନ୍ଦ ଘୋଷଣା କରିଛନ୍ତି ଯେ ଭଗବାନ ଜଗନ୍ନାଥଙ୍କ ଉପାସନା ଧୀରେ ଧୀରେ ଭାରତର ବିଭିନ୍ନ ଭାଗରେ ଏବଂ ବିଶ୍ୱ ର ବିଭିନ୍ନ ଦେଶରେ ବ୍ୟାପିଛି । ଭଗବାନ ଜଗନ୍ନାଥଙ୍କ ଉପରେ ଏହି ସମ୍ମିଳନୀ ପାଇଁ ୬୦୦ ରୁ ଅଧିକ ଭକ୍ତ ପଞ୍ଜୀକୃତ ହୋଇଥିଲେ ଏହି ଅବସରରେ ଶ୍ରୀ ବିଶ୍ୱନାଥ ପଟ୍ଟନାୟକ ଘୋଷଣା କରିଛନ୍ତି ଯେ ଲଣ୍ଡନରେ ପ୍ରଭୁ ଜଗନ୍ନାଥଙ୍କ ପାଇଁ ଏକ ଚମକôାର ମନ୍ଦିର ନିର୍ମାଣ ଦିଗରେ ୨୫୦ କୋଟି ଟଙ୍କା ଦେବା ପାଇଁ ପ୍ରତିଶୃତି ଦେଇଛନ୍ତି ।

Leave a Reply