Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ସଂକୁଳସ୍ତରୀୟ ସାମୂହିକ ଆଚାର୍ଯ୍ୟ କାର୍ଯ୍ୟଶାଳା - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ସଂକୁଳସ୍ତରୀୟ ସାମୂହିକ ଆଚାର୍ଯ୍ୟ କାର୍ଯ୍ୟଶାଳା


କଟକ: ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର, ତୁଳସୀପୁର ପରିସରରେ ତ୍ରିଦିବସୀୟ ସଂକୁଳସ୍ତରୀୟ ସାମୂହିକ ଆଚାର୍ଯ୍ୟ କାର୍ଯ୍ୟଶାଳା ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟଶାଳାର ପ୍ରଥମ ଦିବସରେ ଶିକ୍ଷା ବିକାଶ ସମିତି, ଓଡିଶାଙ୍କ ଉତ୍ତର-ପୂର୍ବ ସମ୍ଭାଗର ସଭାପତି ଶିବନାରାୟଣ ସିଂହ ପ୍ରଦୀପ ପ୍ରଜ୍ଜ୍ୱଳନ କରି କାର୍ଯ୍ୟକ୍ରମକୁ ବିଧିବଦ୍ଧ ଭାବେ ଉଦଘାଟନ କରିଥିଲେ । ପ୍ରାରମ୍ଭରେ ତୁଳସୀପୁର ସଂକୁଳର ସଂଯୋଜକ ନାରାୟଣ ପ୍ରସାଦ ଷଡଙ୍ଗୀ ଅତିଥିମାନଙ୍କର ପରିଚୟ ପ୍ରଦାନ କରିଥିଲେ । ମୁଖ୍ୟ ବକ୍ତା ରୂପେ ସଂସ୍କୃତ ଭାରତୀର ସଭାପତି ତଥା ସ୍ୱନାମଧନ୍ୟ ପ୍ରବକ୍ତା ନୃସିଂହ ଚରଣ ପଣ୍ଡା ଯୋଗଦାନ କରି ଆଚାର୍ଯ୍ୟ ଆଚାର୍ଯ୍ୟାମାନଙ୍କୁ କାର୍ଯ୍ୟଶାଳା ସମ୍ବନ୍ଧରେ ସମ୍ୟକ୍ ସୂଚନା ପ୍ରଦାନ କରିଥିଲେ । ଉକ୍ତ କାର୍ଯ୍ୟଶାଳାରେ ତୁଳସୀପୁର ସଂକୁଳ ଅଧୀନରେ ଥିବା ସମସ୍ତ ଶିଶୁ ମନ୍ଦିରର ପ୍ରଧାନ ଆଚାର୍ଯ୍ୟ ଓ ସମସ୍ତ ଆଚାର୍ଯ୍ୟ ଆଚାର୍ଯ୍ୟା ଉପସ୍ଥିତ ଥିଲେ । କାର୍ଯ୍ୟଶାଳାର ଦ୍ୱିତୀୟ ଦିବସରେ ଶିକ୍ଷା ବିକାଶ ସମିତି, ଓଡିଶାର ସଭାପତି ଡ.କିଶୋର ଚନ୍ଦ୍ର ମହାନ୍ତିଙ୍କୁ ଉପଢୌକନ ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା ଏବଂ ତାଙ୍କ ଦ୍ୱାରା ବିଦ୍ୟାଳୟର ସ୍ମାର୍ଟ କ୍ଲାସର ଉଦଘାଟନ କରାଯାଇଥିଲା । ଆଗାମୀ ଦିନରେ ଭାରତ ସରକାରଙ୍କ ଦ୍ୱାରା ପ୍ରସ୍ତୁତ ଜାତୀୟ ଶିକ୍ଷାନୀତିର କ୍ରିୟାନ୍ୱୟନ ସମ୍ବନ୍ଧରେ ଆଲୋକପାତ କରିଥିଲେ । କାର୍ଯ୍ୟକ୍ରମର ତୃତୀୟ ଦିବସରେ ବିଦ୍ୟାଳୟ ପରିଚାଳନା ସମିତିର ଉପସଭାପତି ତଥା ଶ୍ରୀରାମ ଚନ୍ଦ୍ର ଭଞ୍ଜ ଭେଷଜ ମହାବିଦ୍ୟାଳୟର ପ୍ରଫେସର୍ ଡ.ଜୟନ୍ତ କୁମାର ପଣ୍ଡା ସ୍ୱାସ୍ଥ୍ୟ ସଚେତନତା ବିଷୟରେ ଅବଗତ କରାଇଥିଲେ । କାର୍ଯ୍ୟଶାଳାର ସମାରୋପ ଉତ୍ସବରେ ମୁଖ୍ୟ ଅତିଥି ରୂପେ ସ୍ୱାମୀ ସତ୍ୟ ଚୈତନ୍ୟ ମହାରାଜ ଯୋଗଦାନ କରି ଆଶୀର୍ବଚନ ପ୍ରଦାନ କରିଥିଲେ । ମୁଖ୍ୟ ବକ୍ତା ରୂପେ ଅର୍ଥନୀତି ବିଭାଗର ଅବସରପ୍ରାପ୍ତ ପ୍ରାଧ୍ୟାପିକା ତଥା ଉତ୍ତର-ପୂର୍ବ ସମ୍ଭାଗର ସମିତି ସଦସ୍ୟା ଇନ୍ଦୁମତୀ ଦାସ ଓ ଧର୍ମ ଜାଗରଣର କ୍ଷେତ୍ରୀୟ ସଂଯୋଜକ ବିନୟ କୁମାର ଭୂୟାଁ ଯୋଗ ଦେଇଥିଲେ । ଉକ୍ତ କାର୍ଯ୍ୟକ୍ରମରେ ବିଦ୍ୟାଳୟ ପରିଚାଳନା ସମିତିର ସଭାପତି ପ୍ରଶାନ୍ତ ବଲ୍ଲଭ ରାୟ, ସମ୍ପାଦକ ଶରତ କୁମାର ଦାସ, କୋଷାଧ୍ୟକ୍ଷ ସଞ୍ଜୟ କୁମାର ପଟ୍ଟନାୟକ ଓ ସଂକୁଳ ପ୍ରମୁଖ ନିରୋଦ କୁମାର ମନ୍ତ୍ରୀ ଉପସ୍ଥିତ ଥିଲେ । ସମସ୍ତ କାର୍ଯ୍ୟକ୍ରମକୁ ବିଦ୍ୟାଳୟର ବରିଷ୍ଠ ଆଚାର୍ଯ୍ୟ ଚିତ୍ତରଞ୍ଜନ ଭୁକ୍ତା ପରିଚାଳନା କରିଥିଲେ ।

Leave a Reply