Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଚୀନ, ପାକିସ୍ତାନର ମୁକାବିଲା ପାଇଁ ଭାରତ ଗଢିଲା ‘ସାଇବର ସେନା’ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଚୀନ, ପାକିସ୍ତାନର ମୁକାବିଲା ପାଇଁ ଭାରତ ଗଢିଲା ‘ସାଇବର ସେନା’

ନୂଆଦିଲ୍ଲୀ : ଚୀନ ଓ ପାକିସ୍ତାନ ପଟୁ କେବଳ ପାରମ୍ପରିକ ଯୁଦ୍ଧକ୍ଷେତ୍ରରେ ନୁହେଁ, ସାଇବର କ୍ଷେତ୍ରରେ ବି ବିପଦ ଆଶଙ୍କା ବଢିଯାଇଛି । ବିଶେଷକରି ଏ କ୍ଷେତ୍ରରେ ଚୀନ ପଟୁ ସର୍ବାଧିକ ବିପଦ ଆଶଙ୍କା ରହିଛି । ଯୁଦ୍ଧ ସମୟରେ ଚୀନର ହ୍ୟାକରମାନେ ଭାରତର ଗୁରୁତ୍ୱପୂର୍ଣ୍ଣ ପ୍ରତିଷ୍ଠାନ ଓ ନେଟୱର୍କଗୁଡ଼ିକୁ ଟାର୍ଗେଟ୍ କରିବାର ବିପଦ ରହିଛି । ଏହାକୁ ଦୃଷ୍ଟିରେ ରଖି ଭାରତୀୟ ସେନା ଏକ ସାଇବର ସେନା ଗଠନ କରିଛି । ଏହାର ନାଁ ରଖାଯାଇଛି କମାଣ୍ଡ୍ ସାଇବର ଅପରେସନ୍ସ ଏଣ୍ଡ ସପର୍ଟ ୱିଙ୍ଗ୍ (ସିସିଓଏସଡବ୍ଲୁ) । ଗତ ସପ୍ତାହରେ ଅନୁଷ୍ଠିତ ଆର୍ମି କମାଣ୍ଡର ସମ୍ମିଳନୀରେ ଏହି ୱିଙ୍ଗ୍ କାର୍ଯ୍ୟକ୍ଷମ ହେବା ସମ୍ପର୍କରେ ଘୋଷଣା କରାଯାଇଥିଲା । ସେନାଧ୍ୟକ୍ଷ ମନୋଜ ପାଣ୍ଡେ ଏହି ସମ୍ମିଳନୀରେ ଯୋଗ ଦେଇଥିଲେ । ଆଧୁନିକ ସାମରିକ ଜଗତରେ ସାଇବର ଏକ ଗୁରୁତ୍ୱପୂର୍ଣ୍ଣ ରଣାଙ୍ଗନ ଭାବେ ଛିଡ଼ା ହୋଇଛି । ଜରୁରୀକାଳୀନ ସମୟରେ ଗୁରୁତ୍ୱପୂର୍ଣ୍ଣ ପ୍ରତିଷ୍ଠାନ ଓ ଯୋଗାଯୋଗ ବ୍ୟବସ୍ଥାକୁ କାର୍ଯ୍ୟକ୍ଷମ ରଖିବା ବେଶ ଗୁରୁତ୍ୱପୂର୍ଣ୍ଣ ବୋଲି ସମ୍ମିଳନୀରେ ମତ ପ୍ରକାଶ ପାଇଛି । ଗତ କିଛି ବର୍ଷମାନଙ୍କ ଦେଶ ଉପରେ ସାଇବର ଆକ୍ରମଣ ମାମଲା ବଢିଚାଲିଛି । ବିଶେଷକରି ଚୀନର ହ୍ୟାକରମାନେ ଭାରତର ଗ୍ରୀଡ୍, ହସପିଟାଲ, ସରକାରୀ ବିଭାଗ ଆଦିକୁ ଟାର୍ଗେଟ କରୁଛନ୍ତି । ସେନା ବିଭାଗଗୁଡ଼ିକ ମଧ୍ୟ ଏଥିରୁ ମୁକ୍ତ ନାହାନ୍ତି । ଏହାର ମୁକାବିଲା ପାଇଁ ଗଠିତ ଏହି ନୂତନ ଏଜେନ୍ସି ତିନି ସେନାକୁ ସହାୟତା କରିବ ।

Leave a Reply