Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଜାତିସଂଘରେ ସମସ୍ତଙ୍କୁ ଭେଟୋ କ୍ଷମତା ମିଳୁ, ନହେଲେ କାହାକୁ ନମିଳୁ : ଭାରତ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଜାତିସଂଘରେ ସମସ୍ତଙ୍କୁ ଭେଟୋ କ୍ଷମତା ମିଳୁ, ନହେଲେ କାହାକୁ ନମିଳୁ : ଭାରତ

ନ୍ୟୁୟର୍କ : ଭାରତ ବିଶ୍ୱର ସର୍ବାଧିକ ଜନବହୁଳ ରାଷ୍ଟ୍ରର ମାନ୍ୟତା ପାଇଛି ବୋଲି ଖୋଦ ଜାତିସଂଘ ଘୋଷଣା କରିଛି । କିନ୍ତୁ ଜାତିସଂଘର ସୁରକ୍ଷା ପରିଷଦରେ ଭାରତକୁ ସ୍ଥାନୀୟ ସଦସ୍ୟତା ନ ମିଳିବାକୁ ନେଇ ପ୍ରଶ୍ନ ଉଠାଇଛି ଭାରତ । ସବୁ ଦେଶଙ୍କୁ ଜାତିସଂଘରେ ସମାନ ଅଧିକାର ମିଳିବା ଉଚିତ ବୋଲି ଭାରତ କହିଛି । ମିଳିତ ଜାତିସଂଘ ନିରାପତ୍ତା ପରିଷଦର ସ୍ଥାୟୀ ସଦସ୍ୟତା ଏବଂ ଭିଟୋ ଅଧିକାରକୁ ନେଇ ବୁଧବାର ଭାରତ ଏକ ବଡ଼ ବୟାନ ଦେଇଛି । ଭାରତ କହିଛି ଯେ ଭିଟୋ ବ୍ୟବହାର କରିବାର ସ୍ୱତନ୍ତ୍ର ଅଧିକାର କେବଳ ପାଞ୍ଚଟି ଦେଶର ରହିଛି । ଏହା ଦେଶର ସାର୍ବଭୌମ ସମାନତାର ଧାରଣା ବିରୁଦ୍ଧରେ । ଜାତିସଂଘରେ ଭାରତର ସ୍ଥାୟୀ ମିଶନର ପରାମର୍ଶଦାତା ପ୍ରତୀକ ମାଥୁର କହିଛନ୍ତି ଯେ ସମସ୍ତ ଦେଶକୁ ସମାନ ବ୍ୟବହାର କରାଯିବା ଉଚିତ । ନୂତନ ସଦସ୍ୟମାନଙ୍କୁ ମଧ୍ୟ ଭିଟୋ କ୍ଷମତା ମିଳିବା ଉଚିତ୍, ନୋଚେତ କାହାରିକୁ ନମିଳୁ । ଏହା ସ୍ପଷ୍ଟ ଯେ ଭିଟୋ କ୍ଷମତା ର ଅଧିକାର ଏବଂ ସ୍ଥାୟୀ ସଦସ୍ୟତା ସମ୍ପ୍ରସାରଣ ଉପରେ ଭାରତ ନିଜର ମତ ରଖିଛି । ଭାରତ ସ୍ପଷ୍ଟ ସଙ୍କେତ ଦେଇଛି ଯେ ନିଜର ଅଧିକାରକୁ ଆଉ ବଞ୍ଚିତ କରାଯାଇପାରିବ ନାହିଁ । ସ୍ଥାୟୀ ସଦସ୍ୟତା ସମ୍ପ୍ରସାରଣରେ ଭିଟୋ କରିବାର ଅଧିକାର ଥିବା ସ୍ଥାନ ଭାରତକୁ ମିଳିବା ଉଚିତ । ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ବିଶ୍ୱ ସ୍ଥିତି ବଦଳିଯାଇଛି ବୋଲି ଭାରତ ଦୀର୍ଘ ଦିନ ଧରି କହି ଆସୁଛି । ବିଶ୍ୱ ନୂତନ ଆହ୍ୱାନ ଏବଂ ଦାୟିତ୍ୱର ସମ୍ମୁଖୀନ ହେଉଛି ଯାହାର ମୁକାବିଲା ଏବଂ ସମାଧାନ ପାଇଁ ସଂସ୍କାର ଆବଶ୍ୟକ । ବିଶ୍ୱର ସର୍ବବୃହତ ଗଣତାନ୍ତ୍ରିକ ଏବଂ ଜନବହୁଳ ଦେଶକୁ ସ୍ଥାୟୀ ସଦସ୍ୟତା ନଦେବା ଅନ୍ୟାୟ ବୋଲି ଭାରତ କହିଛି

Leave a Reply