Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଗୋରୁ ବୋଝେଇ ପିକଅପ ଜବତ, ୨୫ ଗୋରୁ ଉଦ୍ଧାର - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଗୋରୁ ବୋଝେଇ ପିକଅପ ଜବତ, ୨୫ ଗୋରୁ ଉଦ୍ଧାର

ସୋର,ବାଲେଶ୍ୱରଜିଲ୍ଲାସୋର ବ୍ଲକ ନଦୀଗାଁ ପଞ୍ଚାୟତ ନଦୀଗାଁ ଛକ ନିକଟରୁ ଗତକାଲି ବିଳମ୍ବିତ ରାତିରେ ସ୍ଥାନୀୟ ଲୋକେ ଏକ ଗୋରୁ ବୋଝେଇ ପିକଅପକୁ ଜବତ କରି ସୋର ପୁଲିସକୁ ହସ୍ତାନ୍ତର କରିଛନ୍ତି ।ଗତକାଲି ବିଳମ୍ବିତ ରାତିରେ ଓଆର ୦୧ ପି ୦୮୨୧ ନମ୍ବର ବିଶିଷ୍ଟ ଏକ ପିକଅପ ଭ୍ୟାନ ୨୫ଟି ଗୋରୁ ବୋଝେଇ କରି କଲିକତା ଅଭିମୁଖେ ଯାଉଥିବା ଜାଣିପାରି ସ୍ଥାନୀୟ ଲୋକେ ପିକଅପ ଟିକୁ ଅଟକାଇ ସୋର ପୁଲିସକୁ ଖବର ଦେଇଥିଲେ । ପୁଲିସ ଘଟଣାସ୍ଥଳରେ ପହଞ୍ଚିବା ପୂର୍ବରୁ ପିକଅପର ଡ୍ରାଇଭର ଓ ହେଲ୍ପର ଘଟଣା ସ୍ଥଳରୁ ଚତୁରତାର ସହ ଚମ୍ପଟ ମାରିଥିଲେ । ସ୍ଥାନୀୟ ଲୋକେ ପିକଅପ ସହ ୨୫ ଟି ଗୋରୁଙ୍କୁ ଜବତ କରି ସୋର ପୁଲିସକୁ ହସ୍ତାନ୍ତର କରିଥିଲେ । ସୋର ପୁଲିସ ପିକଅପ ସହ ଗୋରୁ ଗୁଡିକୁ ଜବତ କରି ଥାନାକୁ ଆଣିଥିବା ବେଳେ ଆଜି ଭୋର ସମୟରେ ମଇତାପୁର ଗୋଶାଳାରେ ଗୋରୁ ଗୁଡିକୁ ଛାଡିଥିବା ଜଣାପଡିଛି । ତେବେ ୨୫ ଟି ଗୋରୁ ମଧ୍ୟରୁ ଗୋଟିଏ ଗୋରୁ ମରିଯାଇଥିବା ଜଣାପଡିଛି ।

Leave a Reply