Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଲଣ୍ଡନରେ ଜଗନ୍ନାଥ ମନ୍ଦିର ନିର୍ମାଣ ପାଇଁ ୨୫୦କୋଟି ଟଙ୍କା ଦେଲେ ଓଡ଼ିଆ ବ୍ୟବସାୟୀ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଲଣ୍ଡନରେ ଜଗନ୍ନାଥ ମନ୍ଦିର ନିର୍ମାଣ ପାଇଁ ୨୫୦କୋଟି ଟଙ୍କା ଦେଲେ ଓଡ଼ିଆ ବ୍ୟବସାୟୀ

ଭୁବନେଶ୍ୱର: ବ୍ରିଟେନର ରାଜଧାନୀ ଲଣ୍ଡନରେ ପ୍ରଥମ ଜଗନ୍ନାଥ ମନ୍ଦିର ନିର୍ମାଣ ନିମନ୍ତେ ଓଡ଼ିଆ ବ୍ୟବସାୟୀ ବିଶ୍ୱନାଥ ପଟ୍ଟନାୟକ ୨୫ମିଲିୟନ ଡଲାର(ପ୍ରାୟ ୨୫୦କୋଟି ଟଙ୍କା) ଟଙ୍କା ଦାନ ଦେଇଛନ୍ତି । ଲଣ୍ଡନସ୍ଥିତ ଶ୍ରୀଜଗନ୍ନାଥ ସୋସାଇଟି ଏହି ଦାନ ଟଙ୍କାରେ ମନ୍ଦିର ନିର୍ମାଣ ପାଇଁ ପ୍ରକ୍ରିୟା ଆରମ୍ଭ କରିଛି । ଗତ ରବିବାର ଅକ୍ଷୟ ତୃତୀୟାରେ ଲଣ୍ଡନରେ ପୁରୀ ଗଜପତି ମହାରାଜା ଦିବ୍ୟସିଂହ ଦେବ ଓ ମହାରାଣୀ ଲୀଳାବତୀଙ୍କ ଉପସ୍ଥିତିରେ ଏହି ସୋସାଇଟି ଦ୍ୱାରା ଶ୍ରୀଜଗନ୍ନାଥ ସମ୍ମିଳନୀର ଆୟୋଜନ ହୋଇଥିଲା । ଏହି ସମ୍ମିଳନୀରେ ଶ୍ରୀ ପଟ୍ଟନାୟକ ୨୫୦କୋଟି ଟଙ୍କା ଦାନ ଦେଇଥିବା ସମ୍ପର୍କରେ ଘୋଷଣା ହୋଇଥିଲା ।ସୂଚନା ଅନୁସାରେ, ଅକ୍ଷୟ ତୃତୀୟାରେ ଆୟୋଜିତ ଶ୍ରୀଜଗନ୍ନାଥ ସମ୍ମିଳନୀରେ ଲଣ୍ଡନସ୍ଥିତ ଫିନେଷ୍ଟ ଗ୍ରୁପ୍ ଅଫ କମ୍ପାନୀର ପ୍ରତିଷ୍ଠାତା ବିଶ୍ୱନାଥ ପଟ୍ଟନାୟକ ବ୍ରିଟେନରେ ପ୍ରଥମ ଜଗନ୍ନାଥ ମନ୍ଦିର ନିର୍ମାଣ କରିବା ପାଇଁ ନିଜର ପ୍ରତିବଦ୍ଧତା ବ୍ୟକ୍ତ କରିଥିଲେ । ଏହି ମନ୍ଦିର ନିର୍ମାଣ ପାଇଁ ଲଣ୍ଡନରେ ପ୍ରାୟ ୧୫ଏକର ଜମି ଅଧିଗ୍ରହଣ ନିମନ୍ତେ ପ୍ରକ୍ରିୟା ଆରମ୍ଭ ହୋଇଛି ।ଏଥିପାଇଁ ୭୦କୋଟି ଟଙ୍କା ବ୍ୟୟ କରାଯିବ ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ । ସେହିପରି ଫିନନେଷ୍ଟ କମ୍ପାନୀର ପରିଚାଳନା ନିଦେ୍ର୍ଦଶକ ଅରୁଣ କର କହିଥିଲେ ଯେ, ତାଙ୍କ କମ୍ପାନୀର ଅଧ୍ୟକ୍ଷ ଲଣ୍ଡନରେ ଶ୍ରୀଜଗନ୍ନାଥ ମନ୍ଦିର ନିର୍ମାଣ ପାଇଁ ୨୫୦କୋଟି ଟଙ୍କା ଦାନ ବ୍ରିଟେନସ୍ଥିତ ଶ୍ରୀଜଗନ୍ନାଥ ସୋସାଇଟିକୁ କରିଛନ୍ତି । ଶ୍ରୀ କର ମଧ୍ୟ ଏହି ମନ୍ଦିର ନିର୍ମାଣ ପାଇଁ ମୋଟା ଅଙ୍କର ଦାନ କରିଛନ୍ତି । ୨୦୨୪ ମସିହା ସୁଦ୍ଧା ମନ୍ଦିରର ପ୍ରଥମ ପର୍ଯ୍ୟାୟ ନିର୍ମାଣ କାର୍ଯ୍ୟ ଶେଷ ହେବ । ଆଜକୁ ୩ବର୍ଷ ପୂର୍ବେ ବ୍ରିନେଟରେ ରହୁଥିବା ଶ୍ରୀଜଗନ୍ନାଥପ୍ରେମୀଙ୍କ ଦ୍ୱାରା ଶ୍ରୀଜଗନ୍ନାଥ ସୋସାଇଟି ଗଠନ କରାଯାଇଥିଲା ।ସୂଚନାଯୋଗ୍ୟ, ଶ୍ରୀଜଗନ୍ନାଥ ମନ୍ଦିର ନିର୍ମାଣ ପାଇଁ ପ୍ରଥମଥର ନିମନ୍ତେ ଏତେ ଟଙ୍କାର ଦାନ କରିବାରେ ଶ୍ରୀ ପଟ୍ଟନାୟକ ଆଗରେ ରହିଛନ୍ତି ।

Leave a Reply