ଗୁଣପୁର ସହରରେ ବିଶ୍ୱହିନ୍ଦୁ ପରିଷଦ ବନ୍ଦ ପ୍ରଭାବ

ଗୁଣପୁର: ଗତ ୧୨ ତାରିଖରେ ସମ୍ବଲପୁରଠାରେ ବିଶ୍ୱ ହିନ୍ଦୁ ପରିଷଦ ନେତୃତ୍ୱରେ ହନୁମାନ ଜୟନ୍ତୀ ଏବଂ ରାମ ନବମୀ ଶୋଭାଯାତ୍ରାରେ କିଛି ମୁସଲିମ ସମ୍ପ୍ରଦାୟର ଲୋକେ ଶାନ୍ତିପୁର୍ଣ ଶୋଭାଯାତ୍ରାରେ ଯାଉଥିବା ହିନ୍ଦୁଙ୍କୁ ଯେଉଁ ଭଳି ମରଣାତଙ୍କ ଆକ୍ରମଣ କରିବା ଫଳରେ ଜଣେ ହିନ୍ଦୁଙ୍କ ମୁତ୍ୟୁ ଘଟିଥିଲା ତାରି ପ୍ରତିବାଦରେ ଆଜି ସମଗ୍ର ଓଡିଶା ବନ୍ଦ ଡାକରା ଦେଇଥିବା ବେଳେ ଗୁଣପୁର ସହରରେ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳିଛି । ବିଶ୍ୱ ହିନ୍ଦୁ ପରିଷଦ ଏବଂ ଭାରତୀୟ ଜନତା ପାର୍ଟି ଏହି ବାର ଘଣ୍ଟିଆ ବନ୍ଦ ଡାକରାରେ ଗୁଣୁପୁର ସହରର ସମସ୍ତ ସରକାରୀ ଏବଂ ବେସରକାରୀ କାର୍ଯ୍ୟାଳୟ ବନ୍ଦ ରହିବା ସହ ସମସ୍ତ ଦୋକାନ ବଜାର ମଧ୍ୟ ପ୍ରଭାବିତ ହୋଇଥିଲା । ଏପରିକି କେନ୍ଦ୍ର ସରକାରଙ୍କ ଅଧୀନରେ ଥିବା ସମସ୍ତ କାର୍ଯ୍ୟାଳୟ ମଧ୍ୟ ବାଦ ପଡି ନ ଥିଲା । ସ୍କୁଲ କଲେଜ ଏବଂ ସମସ୍ତ ସରକାରୀ ଏବଂ ଘରୋଇ ବସ ସେବା ଠପ ହୋଇ ଥିବା ବେଳେ ବିଭିନ୍ନ ସ୍ଥାନକୁ ବସ ଚଳାଚଳ ଓ ଆଟୋରିକ୍ସା ଚଳାଚଳ ବନ୍ଦ ରହିଥିଲା । ବିଭିନ୍ନ ସ୍ଥାନକୁ ଯିବାକୁ ବାହାରିଥିବା ଯାତ୍ରୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ସୋଇଥିଲେ । ବିଶ୍ୱହିନ୍ଦୁ ପରିଷଦ ନେତୃତ୍ୱରେ ଏକ ଶୋଭାଯାତ୍ରାରେ ଭାରତୀୟ ଜନତା ପାର୍ଟିର ଜିଲ୍ଲା ଉପସଭାପତି ୱାଇ ଗଣପତି, ବରିଷ୍ଠ କାର୍ଯ୍ୟକର୍ତ୍ତା ପ୍ରମୋଦ ସାହୁ, ଶ୍ରୀନିବାସ ସ୍ୱାଇଁ, ମଣ୍ଡଳ ସଭାପତି ମର ସାହୁ, ବିଶ୍ୱ ହିନ୍ଦୁ ପରିଷଦର ପ୍ରଭାତ ମହାପାତ୍ର, ଗୋପାଳ ଦେବ ପାତ୍ର, ବିରଞ୍ଚି ପାଢ଼ୀ, ନୁନୁ ପାଢ଼ୀ, ଦିପୁ ପଣ୍ଡା, ଟିଙ୍କୁ ପଣ୍ଡା, ସତ୍ୟ କର ପ୍ରମୁଖ ଯୋଗ ଦେଇ ବିଭିନ୍ନ ସ୍ଥାନରେ ପିକେଟିଙ୍ଗ କରି ବନ୍ଦକୁ ସଫଳ କରାଇଥିଲେ । ବନ୍ଦକୁ ଦୃଷ୍ଟିରେ ରଖି ପୋଲିସ ତରଫରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା ।

Leave a Reply

Your email address will not be published. Required fields are marked *