ମାଲକାନଗିରି ଜିଲ୍ଲାରେ ବନ୍ଦ ପ୍ରଭାବରେ ଜିଲ୍ଲାରେ ଚକଅଖ ସମ୍ପୂର୍ଣ ବନ୍ଦ

ବାଲିମେଳା: ମାଲକାନଗିରି ଜିଲ୍ଲାରେ ଆଜି ବିଶ୍ୱ ହିନ୍ଦୁ ପରିଷଦ ତରଫରୁ ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି । ଏହି ବନ୍ଦ ପ୍ରଭାବରେ ଜିଲ୍ଲାରେ ଚକଅଖ ସମ୍ପୂର୍ଣ ବନ୍ଦ ରହିଥିବା ବେଳେ ଜିଲ୍ଲାର ସମସ୍ତ ସରକାରୀ ବେସରକାରୀ ଅନୁଷ୍ଠାନ ଓ ଶିକ୍ଷା ଅନୁଷ୍ଠାନ ଗୁଡ଼ିକ ବନ୍ଦ ରହିଥିବା ଦେଖିବାକୁ ମିଳିଛି । ବିଗତ ୧୨ ତାରିଖ ଦିନ ସମ୍ବଲପୁର ଜିଲ୍ଲାର ବିଭିନ୍ନ ହିନ୍ଦୁ ସଂଗଠନ ପକ୍ଷରୁ ହନୁମାନ ଜୟନ୍ତୀ ଉପଲକ୍ଷେ ବାଇକ ଶୋଭାଯାତ୍ରା କରାଯାଉଥିବା ବେଳେ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟର ଲୋକେ ଶୋଭାଯାତ୍ରୀଙ୍କ ଉପରକୁ ପଥର ମାଡ କରିଥିଲେ ଫଳରେ ଅନେକ ପୋଲିସ କର୍ମଚାରୀଙ୍କ ସହ ଶୋଭାଯାତ୍ରୀ କାରୀମାନେ ଗୁରୁତ୍ୱର ଆହତ ହୋଇଥିଲେ । ଯାହାକୁ ନେଇ ସେଠାରେ ୧୪୪ ଧାରା ଲାଗୁ ହେବା ସହ ଏହାକୁ ବିଭିନ୍ନ ହିନ୍ଦୁ ସଙ୍ଗଠନ ନିନ୍ଦା କରିବା ସହ ଆଜି ଓଡ଼ିଶାର ବିଭିନ୍ନ ସ୍ଥାନରେ ଏହି ବନ୍ଦ ଡାକରା ଦିଆଯାଇଛି । ଯାହାର ପ୍ରଭାବ ମାଲକାନଗିରି ଜିଲ୍ଲାରେ ଦେଖିବାକୁ ମିଳିଥିବା ବେଳେ ଜିଲ୍ଲାର ସମସ୍ତ ବ୍ଲକ୍ରେ ବିଶ୍ୱହିନ୍ଦୁ ପରିଷଦର କର୍ମୀମାନେ ରାସ୍ତା ଅବରୋଧ କରିଥିଲେ । ଫଳ ସ୍ୱରୂପ ଜିଲ୍ଲାରେ ଗାଡି ଚଳାଚଳ ଏକ ପ୍ରକାର ଠପ ହୋଇଥିବା ବେଳେ କାଁଭାଁ ଲୋକେ ଯାତ୍ରା କରୁଥିବା ଦେଖିବାକୁ ମିଳିଛି । ଅତ୍ୟାବଶ୍ୟକ ସାମଗ୍ରୀକୁ ବାଦ ଦେଲେ ବାକି ସମସ୍ତ ପ୍ରକାର ଦୋକାନ ବଜାର ବନ୍ଦ ରହିଛି ଲୋକେ ସ୍ୱତପ୍ରତ ଭାବେ ଏହି ବନ୍ଦକୁ ସମର୍ଥନ କରିଥିବା ବେଳେ ସୁରକ୍ଷାକୁ ଦୃଷ୍ଟିରେ ରଖି ପୋଲିସ ପ୍ରଶାସନ ପକ୍ଷରୁ ବିଭିନ୍ନ ସ୍ଥାନରେ କଡା ସୁରକ୍ଷା ବ୍ୟବସ୍ଥା ଆପାଣା ଯାଇଛି ।

Leave a Reply

Your email address will not be published. Required fields are marked *