ପଶ୍ଚିମାଞ୍ଚଳ ବନ୍ଦ ଡାକରାକୁ ଝରିଗାଁରେ ମିଳିଛି ପୂର୍ଣ୍ଣ ସମର୍ଥନ

ଝରିଗାଁ: ପଶ୍ଚିମାଞ୍ଚଳ ବନ୍ଦ ଡାକରାକୁ ମିଳିଛି ପୂର୍ଣ୍ଣ ସମର୍ଥନ, ଯାହାର ପ୍ରଭାବ ସବୁଠି ଦେଖିବାକୁ ମିଳିଛି । ବିଶ୍ୱହିନ୍ଦୁ ପରିଷଦ ଏବଂ ବଜରଙ୍ଗ ଦଳ ତରଫରୁ ଓଡିଶା ପଶ୍ଚିମାଞ୍ଚଳ ଚଉଦ ଜିଲ୍ଲା ବନ୍ଦ ଡାକରା ଦିଆଯାଇଥିବା ବେଳେ ଏହି ବନ୍ଦ ଡ଼ାକରାକୁ ନେଇ ଝରିଗାଁ ଠାରେ ମଧ୍ୟ ପୂର୍ଣ୍ଣ ସମର୍ଥନ ମିଳିଥିଲା । ସକାଳ ଠାରୁ ସମସ୍ତ ଦୋକାନ ବଜାର ଏବଂ ଗାଡି ମଟର ବନ୍ଦ ରହିଥିବା ଦେଖିବାକୁ ମିଳିଛି । ବଜାର ଉପରେ ବଜରଙ୍ଗ ଦଳ ଏବଂ ବିଶ୍ୱହିନ୍ଦୁ ପରିଷଦର ଯୁବକମାନେ ହିନ୍ଦୁ ବଚାଓ ନାରା ଦେଇ ସମସ୍ତ ସରକାରୀ କାର୍ଯ୍ୟାଳୟ ତଥା ବ୍ୟାଙ୍କ । ତହସିଲ ଅଫିସ ଏବଂ ଝରିଗାଁ ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟକୁ ଯାଇ ଶାନ୍ତି ଶୃଙ୍ଖଳାର ସହ ବନ୍ଦ ପାଳନ ଲାଗି ନିବେଦନ କରିଥିଲେ । ଯାହା ଦେକହିବାକୁ ମିଳିଥିଲା କି ପ୍ରାୟ ଦୋକାନୀ ସ୍ୱତ ପ୍ରବୃତ୍ତ ବନ୍ଦ ପାଳନକୁ ପୂର୍ଣ୍ଣ ସମର୍ଥନ କରିଥିଲେ । ବଜରଙ୍ଗ ଦଳ ସଂଯୋଜକ ଗଣେଶ ରାୟ ବାରମ୍ବାର ମୁସଲମାନ ଜିହାଦିଙ୍କ ଦ୍ୱାରା ହିନ୍ଦୁଙ୍କୁ ହତ୍ୟା କରାଯାଉଥିବା ବେଳେ ସରକାରଙ୍କ ନିକଟରେ ଏଥିପ୍ରତି ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବିକରିଛନ୍ତି ଏବଂ ହିନ୍ଦୁଙ୍କ ସୁରକ୍ଷା ଲାଗି ନୂଆ ନିୟମ ଲାଗୁ କରାଯିବା ନେଇ କହିଥିଲେ । ତା’ ଛଡା ବର୍ତ୍ତମାନ ଉମରକୋଟ ଅଞ୍ଚଳରେ ରୋହିଙ୍ଗିଆଙ୍କ ପ୍ରାଦୁର୍ଭାବ ବଢିଚାଲିଥିବା ବେଳେ ସରକାର ଏହାକୁ ଗୁରୁତ୍ୱର ସହ ନେଇ ଏମାନଙ୍କ ବିରୋଧରର ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ନେଇ ଦାବି କରିଛନ୍ତି ।ତେବେ ସମ୍ବଲପୁର ଠାରେ ହନୁମାନ ଜୟନ୍ତୀରେ ହୋଇଥିବା ହତ୍ୟାକାରୀଙ୍କୁ ପୋଲିସ ଶୀଘ୍ର ଆରେଷ୍ଟ କରନ୍ତୁ ନଚେତ ଅନିତଦ୍ଧିଷ୍ଟ କାଳ ପାଇଁ ଓଡିଶା ବନ୍ଦ ଡାକରା ଦେବ ବୋଲି କୁହାଯାଇଛି । ତେବେ ଏହି ପଶ୍ଚିମାଞ୍ଚଳ ବନ୍ଦ ଡାକରାରେ ଝରୀଗାଁ ଠାରେ ବିଶ୍ୱହିନ୍ଦୁ ପରିଷଦ ଏବଂ ବଜରଙ୍ଗ ଦଳର କାର୍ଯ୍ୟକର୍ତ୍ତା ଥବିର ପନକା,ପ୍ରଭାତ ରଥ ଦେବାଶିଷ ପାଣିଗ୍ରାହୀ, ଗଜେନ୍ଦ୍ର ପାଣ୍ଡେ, ରାଜୁ ରାଓ,ଜଗା ସାନ୍ତା, ଘାସିରାମ ସାନ୍ତା, ଭୀମ ଗୌଡ଼, ବୁଡ଼ୁ ଗୌଡ଼, କୁଞ୍ଜ ମାଝୀ, ପ୍ରମୁଖ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *