Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଚୀନକୁ ୧ ଲକ୍ଷ ମାଙ୍କଡ଼ ବିକିବ ଶ୍ରୀଲଙ୍କା - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଚୀନକୁ ୧ ଲକ୍ଷ ମାଙ୍କଡ଼ ବିକିବ ଶ୍ରୀଲଙ୍କା

କଲମ୍ବୋ : ଶ୍ରୀଲଙ୍କାରୁ ୧ ଲକ୍ଷ ମାଙ୍କଡ ଚୀନ୍ ପଠାଯିବ । ଶ୍ରୀଲଙ୍କା କୃଷିମନ୍ତ୍ରୀ ମହିନ୍ଦା ଅମରବୀରା ଏହି ସୂଚନା ଦେଇଛନ୍ତି । ଏଥି ଲାଗି ଯୋଜନା ପ୍ରସ୍ତୁତ କରାଯାଉଛି । ଏକ ସାକ୍ଷାତକାରରେ ଅମରବୀରା କହିଛନ୍ତି ଯେ ଚୀନ୍ କୁ ଏକ ଲକ୍ଷ ମାଙ୍କଡ ରପ୍ତାନୀ ଲାଗି ଶ୍ରୀଲଙ୍କା ଏବେ ପ୍ରସ୍ତୁତୟ ଉଲ୍ଲେଖଯୋଗ୍ୟ ଯେ ଶ୍ରୀଲଙ୍କା ଏବେ ଗୁରୁତର ଆର୍ଥିକ ସଂକଟ ଦେଇ ଗତି କରୁଛି । ଏହି ସଂକଟରୁ ମୁକୁଳିବା ପାଇଁ ଚୀନ୍ ମାଙ୍କଡ ରପ୍ତାନୀ ଲାଗି ମଧ୍ୟ ପ୍ରସ୍ତୁତ । ଚୀନ୍ ସହିତ ମାଙ୍କଡ ଦିଆନିଆ ନେଇ ଏପର୍ଯ୍ୟନ୍ତ ୩ଟି ପର୍ଯ୍ୟାୟରେ ଆଲୋଚନା ସରିଛି । ଏହି ଆଲୋଚନା ଏବେ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ ଏ ଦିଗରେ ଶ୍ରୀଲଙ୍କାର ପ୍ରସ୍ତୁତି ମଧ୍ୟ ଚୂଡ଼ାନ୍ତ ପର୍ଯ୍ୟାରେ ପହଞ୍ଚିଛି । ଉଲ୍ଲେଖଯୋଗ୍ୟ ଯେ ଟୋକେ ମକାକ ମାଙ୍କଡ଼ ଶ୍ରୀଲଙ୍କାର ସ୍ଥାନୀୟ ପ୍ରଜାତିୟ ଏଣୁ ଗତ ୧୧ ତାରିଖ ଦିନ ଅଧିକାରୀଙ୍କ ସହ ବୈଠକରେ ଶ୍ରୀଲଙ୍କା କୃଷିମନ୍ତ୍ରୀ ରପ୍ତାନୀ ଲାଗି ମାଙ୍କଡଙ୍କୁ ପ୍ରସ୍ତୁତ କରିବା ପାଇଁ ନିଦେ୍ର୍ଦଶ ଦେଇଥିଲେ । ତେବେ ଏହି ରପ୍ତାନୀ ଲାଗି ଏପର୍ଯ୍ୟନ୍ତ ଆର୍ଥିକ ବିବରଣୀ ମିଳି ନାହିଁ । ଏ ନେଇ କୃଷି ମନ୍ତ୍ରୀଳୟରେ ହୋଇଥିବା ବୈଠକରେ ଜାତୀୟ ପ୍ରାଣୀ ସଂଗ୍ରହାଳୟ ଓ ବନ୍ୟପ୍ରାଣୀ ବିଭାଗ ଅଧିକାରୀମାନେ ମଧ୍ୟ ଯୋଗ ଦେଇଥିଲେ । ଶ୍ରୀଲଙ୍କା ଲାଗି ଚୀନକୁ ମଙ୍କଡ ରପ୍ତାନୀ ଏକ ଲାଭଜନକ ବ୍ୟବସାୟ ବୋଲି ବି·ର କରାଯାଉଛି । ଆର୍ଥିକ ସଂକଟ ଦେଇ ଗତି କରୁଥିବା ଶ୍ରୀଲଙ୍କା ମାଙ୍କଡ ବିକି ବେଶ୍ ଦୁଇ ପଇସା ଆୟ କରିବ ବୋଲି ଆଶା ବାନ୍ଧିଛ । ଏହା ଛଡା ଦେଶରେ ମାଙ୍କଡଙ୍କ ସଂଖ୍ୟା ହ୍ରାସ ହେଲେ ଫସଲ ହାନୀ କ୍ଷତି ହ୍ରାସ ପାଇବ । ବାସ୍ତବ କଥା ହେଉଛି ଚୀନ୍ ତାର ପ୍ରାଣୀ ଉଦ୍ୟାନ ପାଇଁ ଟୋକେ ମକାକ ପ୍ରଜାତିର ମାଙ୍କଡ ଆବଶ୍ୟକ କରୁଛି । ଯାହା ଶ୍ରୀଲଙ୍କାରେ ପ୍ରଚୁର ମାତ୍ରାରେ ଦେଖାଯାଆନ୍ତି ।

Leave a Reply