Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ସାମାଜିକ ସମରସତା ମଂଚ ତରଫରୁ ବାବା ସାହେବ ଆମ୍ବେଦକରଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ସାମାଜିକ ସମରସତା ମଂଚ ତରଫରୁ ବାବା ସାହେବ ଆମ୍ବେଦକରଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ

ଭୁବନେଶ୍ୱର: ଭାରତର ସମ୍ବିଧାନ ପ୍ରଣେତା ଭାରତରନô ବାବାସାହେବ ଡଃ. ଭୀମରାଓ ରାମଜୀ ଆମ୍ବେଦକରଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ପାଳନ ଅବସରରେ ଶୁକ୍ରବାର ସକାଳେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ସାମାଜିକ ସମରସତା ମଂଚ ତରଫରୁ ଭୁବନେଶ୍ୱରର ଏଜି ଛକସ୍ଥିତ ଡଃ. ଆମ୍ବେଦକରଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ ଓ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି । ସଂଘର ପ୍ରାନ୍ତ ସଂଘଚାଳକ ଶ୍ରୀ ସମୀର କୁମାର ମହାନ୍ତି ମୁଖ୍ୟ ଅତିଥିଭାବେଯୋଗଦେଇ ବାବା ସାହେବ ଆମ୍ବେଦକରଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ସଂଘର ପୁରୀ ବିଭାଗ ସଂଘଚାଳକ ମନୋରଂଜନ ସାହୁ, ବିଭାଗ ପ୍ରଚାରକ ଅସିତ କୁମାର ସାହୁ,ସାମାଜିକ ସମରସତା ମଂଚର ପ୍ରାନ୍ତ ସଂଯୋଜକ ଘନଶ୍ୟାମ ମହାପାତ୍ର, ପୁରୀ ବିଭାଗ ସଂଯୋଜକ ରାଜେଶ ରାୟ , ମହାନଗରର ପଦାଧିକାରୀ, ସ୍ୱୟଂସେବକ ଏବଂ ଅନ୍ୟ ନିମନ୍ତ୍ରିତ ଅତିଥିମାନେ ଯୋଗଦେଇ ବାବା ସାହେବ ଆମ୍ବେଦକରଙ୍କ ପ୍ରତିମୂର୍ତିରେ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ । ଏହାପରେ ସଂଘର ପ୍ରାର୍ଥନା କରାଯାଇଥିଲା ।

Leave a Reply