Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଭାରତ ବିକାଶ ପରିଷଦ ବାଣୀବିହାର ଶାଖାର ପ୍ରତିଷ୍ଠା ଦିବସ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଭାରତ ବିକାଶ ପରିଷଦ ବାଣୀବିହାର ଶାଖାର ପ୍ରତିଷ୍ଠା ଦିବସ

ଭୁବନେଶ୍ୱର: ରବିବାର ଭାରତ ବିକାଶ ପରିଷଦ ବାଣୀବିହାର ଶାଖା ୭ମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ରୂପେ ଏମ୍ସ ହସପିଟାଲର ପୂର୍ବତନ ନିଦେ୍ର୍ଦଶକ ଡ.ଅଶୋକ କୁମାର ମହାପାତ୍ର ଯୋଗଦେଇ ଥିବାବେଳେ ମୁଖ୍ୟବକ୍ତା ରୂପେ ଉକôଳମଣି ଗୋପବନ୍ଧୁ ଦାସଙ୍କର ନାତି ସତ୍ୟବାଦୀ ଦାଶ ଯୋଗ ଦେଇଥିଲେ । ସମ୍ମାନୀତ ଅତିଥି ରୂପେ ସିନର୍ଜି ଗ୍ରୃପ୍ ଅଫ ଇନ୍ଷ୍ଟିଚୁ୍ୟସନର ଚେୟାରମାନ୍ ବିନୋଦ ଦାଶ ଯୋଗଦେଇଥିଲେ । ସମାଜର ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଅନୁଷ୍ଠାନ ତରଫରୁ ତିନ ଜଣଙ୍କୁ ସମ୍ବର୍ଦ୍ଦିତ କରାଯାଇଥିଲା । ସେମାନେ ହେଲେ ସମାଜସେବୀ ବିଶ୍ୱନାଥ ପଟ୍ଟନାୟକ, ଗାୟତ୍ରୀପ୍ରଧାନ, ସୁଶାନ୍ତ ମୋହନ ମିଶ୍ର । ଅନୁଷ୍ଠାନର ବରିଷ୍ଠ କର୍ମକର୍ତ୍ତା ୮ ଜଣଙ୍କୁ ସେବାମିତ୍ର, ସମ୍ପର୍କମିତ୍ର, ସଂସ୍କାରମିତ୍ର ସହଯୋଗ ମିତ୍ର ଆଦି ସମ୍ମାନରେ ସମ୍ମାନୀତ କରାଯାଇଥିଲା । ମହିଳା ସଦସ୍ୟାମାନଙ୍କ ମଧ୍ୟରେ ହୋଇଥିବା ବିଭିନ୍ନ ପ୍ରତିଯୋଗିତାର ପୁରସ୍କାର ମଧ୍ୟ ଦିଆଯାଇଥିଲା । ସଭା ପରିଚାଳନା ଜୋତ୍ସ୍ନାରାଣୀ ନନ୍ଦ କରିଥିବା ବେଳେ ପରିଷଦର ସଭାପତି ମୃତୁ୍ୟଞ୍ଜୟ ମହାନ୍ତି ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ସଂପାଦକ ବିଶ୍ୱନାଥ ପତି ବାର୍ଷିକ ବିବରଣୀ ପାଠ କରିଥିଲେ । ଏହି ଅବସରରେ ଅତିଥିମାନଙ୍କ ଦ୍ୱାରା ପରିଷଦର ମୁଖପତ୍ର ବିକାଶ ବାଣୀ ଉନ୍ମୋଚିତ ହୋଇଥିଲା । ପରିଶେଷରେ ସୌମେନ୍ଦ୍ର ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply