Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ରାମନାମରେ କମ୍ପିଲା ସହର - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ରାମନାମରେ କମ୍ପିଲା ସହର

ନିମାପଡା: ନିମାପଡା ବିଶ୍ୱହିନ୍ଦୁ ପରିଷଦ, ବଜରଙ୍ଗ ଦଳ ପକ୍ଷରୁ ଏକ ଶୋଭାଯାତ୍ରା ଓ ସାଧାରଣ ସଭା ଅନୁଷ୍ଠିତ ହୋଇଯାଇଛି । ବଜରଙ୍ଗ ଦଳ ସହର ପରିକ୍ରମା କରିବା ସହ ଘଣ୍ଟ ମାଦ୍ଦଳରେ ରାମନାମ ଧରି ଶୋଭଯାତ୍ରା କରିଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ ଆଜି ପୂର୍ବାହ୍ନରେ ନିମାପଡା ସରସ୍ୱତୀ ଶିଶୁମନ୍ଦିର ଠାରୁ ବିଶ୍ୱହିନ୍ଦୁ ପରିଷଦ ବଜରଙ୍ଗ ଦଳ ତରଫରୁ ବିଶାଳ ଶୋଭାରଯାତ୍ରା ବାହାରିଥିଲା । ୨ହଜାରରୁ ଉଦ୍ଧ୍ୱର୍ କାର୍ଯ୍ୟକର୍ତ୍ତାଙ୍କର ସମାଗମ ଘଟିଥିବା ବେଳେ ୭୦ ସଂକୀର୍ତ୍ତନ ମଣ୍ଡଳୀ ଘଣ୍ଟା ମାଦଳ ରାମ ଲକ୍ଷ୍ମଣ ସୀତା ଓ ହନୁମାନଙ୍କ ବେଶରେ ଶୋଭଯାତ୍ରାରେ ବାହାରି ପ୍ରଭୂ ଶ୍ରୀରାମଙ୍କ ୨୨୨ ମଟରସାଇେକେଲ ଶୋଭାଯାତ୍ରାରେ ସାମିଲ ହୋଇଥିଲେ । ଚାରିଆଡେ ଗେରୁଆ ପତାକାରେ ସୁଶୋଭିତ ହେଉଥିବା ବେଳେ ନିମାପଡା ମହାବୀର ମଣ୍ଡପ ଠାରେ ଏକ ଧର୍ମସଭା ଅନୁଷ୍ଠିତ ହୋଇଥିଲା । ଏହି ଧର୍ମସଭାରେ ବିଶ୍ୱହିନ୍ଦୁ ପରିଷଦର ରାଜ୍ୟ ସଂପାଦକ ମହେଶ ସାହୁ, ସହ ସଯୋଂଜକ ପ୍ରଭାତ ତ୍ରୀପାଠୀ, ବଜରଙ୍ଗ ଦଳ ରାଜ୍ୟ ସଂଗଠକ ସଂପାଦକ ଶରତ ପ୍ରଧାନ, ଅମୂଲ୍ୟ ପ୍ରସାଦ ଦାଶ, ପ୍ରମୁଖ ଯୋଗଦେଇଥିଲେ । ମଞ୍ଚ ପରିଚଳାନ କରିଥିଲେ ରାଜ୍ୟ ସହସଂପାଦକ ଉମାଶଙ୍କର ଆଚାର୍ଯ୍ୟ । ଏହି କାର୍ଯ୍ୟକ୍ରମରେ ବହୁ କାର୍ଯ୍ୟକର୍ତ୍ତା ପ୍ରଭୂ ଶ୍ରୀରାମଙ୍କ ବିଷୟରେ ବକ୍ତବ୍ୟ ରଖିଥିଲେ ।

Leave a Reply