Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ନିମାପଡ଼ା ଥାନାରେ ଗୋଧନ ବାହୁଡ଼ା ପର୍ବ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ନିମାପଡ଼ା ଥାନାରେ ଗୋଧନ ବାହୁଡ଼ା ପର୍ବ

ନିମାପଡ଼ା: ନିମାପଡ଼ା ଥାନାରେ ଗୋଧନ ବାହୁଡ଼ା ପର୍ବ ମହା ସମାରୋହରେ ପାଳନ ହେଉଥିବା ବେଳେ ପୋଲିସ ଓ ଜନତା ଏକକାର ହୋଇଯାଇଛନ୍ତି । ଏହି ଦିନରେ ଥାନା ପକ୍ଷରୁ ବହୁ ଆଡ଼ମ୍ବର ସହକାରେ ଉତ୍ସବ ପାଳନ କରାଯାଇଥାଏ । ହଜାର ହଜାର ଜନସାଧାରଣଙ୍କର ସମାଗମ ଦେଖିବାକୁ ମିଳିଛି । ମିଳିଥିବା ସୂଚନା ଅନୁଯାୟୀ, ପୁରୀ ଜିଲ୍ଲା ନିମାପଡ଼ା ଥାନାରେ ଗୋଧନ ବାହୁଡ଼ା ପର୍ବ ବହୁ ଆବାହନ କାଳରୁ ପାଳନ ହୋଇଆସୁଛି । ଏହି ପର୍ବକୁ ଥାନା ପକ୍ଷରୁ ଆୟୋଜନ କରାଯାଇଥିବା ବେଳେ ଏହି ଦିନରେ ବହୁ ଲୋକ ଏକତ୍ରିତ ହୁଅନ୍ତି । ଥାନା ସମ୍ମୁଖରେ ଥିବା ଗିରି ଗୋବର୍ଦ୍ଧନକୁ ପୂଜା କରାଯାଇ ହୋମଯଜ୍ଞ କରାଯାଇଥାଏ । ଥାନାଧିକାରୀ ପୁରୋଧା ସାଜିଥାନ୍ତି । ଥାନା ପରିସରରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ହଜାର ହଜାର ଦର୍ଶକ ସାଂସ୍କୃତିକ କାର୍ଯ୍ୟକ୍ରମ ଉପଭୋଗ କରିଥିଲେ । ବିଭିନ୍ନ ସାହିରୁ ଠାକୁର ଭୋଗ ଖାଇ ଗିରି ଗୋବର୍ଦ୍ଧନଙ୍କ ନିକଟରେ ପହଞ୍ଚିଥାନ୍ତି । ଏଠାରେ ମଧ୍ୟ ଠାକୁରଙ୍କର ଭୋଗ ନୀତି କରାଯିବା ପରେ ଠାକୁର ରାସବାଡ଼ି ମଠ ନିକଟରେ ଏକତ୍ରିତ ହୁଅନ୍ତି ।

Leave a Reply