Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ରାଷ୍ଟ୍ରପତିଙ୍କ ଦ୍ୱାରା ସୁଖୋଇ ୩୦ ଏମକେଆଇ ଯୁଦ୍ଧ ବିମାନର ଏକ ଐତିହାସିକ ଉଡାଣ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ରାଷ୍ଟ୍ରପତିଙ୍କ ଦ୍ୱାରା ସୁଖୋଇ ୩୦ ଏମକେଆଇ ଯୁଦ୍ଧ ବିମାନର ଏକ ଐତିହାସିକ ଉଡାଣ

ନୂଆଦିଲ୍ଲୀ : ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଆଜି (ଏପ୍ରିଲ ୮, ୨୦୨୩) ଆସାମର ତେଜପୁର ସ୍ଥିତ ବାୟୁସେନା ଘାଟୀରୁ ସୁଖୋଇ ୩୦ ଏମ୍େକିଆଇ ଯୁଦ୍ଧ ବିମାନରେ ଏକ ଐତିହାସିକ ଉଡାଣ କରିଥିଲେ । ଭାରତୀୟ ସଶସ୍ତ୍ର ବାହିନୀର ସର୍ବୋଚ୍ଚ କମାଣ୍ଡର ଥିବା ରାଷ୍ଟ୍ରପତି ବାୟୁସେନା ଘାଟୀକୁ ଫେରିବା ପୂର୍ବରୁ ହିମାଳୟର ଦୃଶ୍ୟ ସହିତ ବ୍ରହ୍ମପୁତ୍ର ଏବଂ ତେଜପୁର ଉପତ୍ୟକା ଉପରେ ପ୍ରାୟ ୩୦ ମିନିଟ୍ ଉଡ଼ାଣ କରିଥିଲେ । ଏହି ଯୁଦ୍ଧ ବିମାନକୁ ୧୦୬ ସ୍କ୍ୱାଡ୍ରନର କମାଣ୍ଡିଂ ଅଫିସର ଗୃପ କ୍ୟାପଟେନ୍ ନବୀନ କୁମାରଙ୍କ ଦ୍ୱାରା ଉଡାଯାଇଥିଲା । ଏହି ବିମାନ ସମୁଦ୍ର ପତନଠାରୁ ପ୍ରାୟ ଦୁଇ କିଲୋମିଟର ଉଚ୍ଚରେ ଏବଂ ଘଣ୍ଟା ପ୍ରତି ପ୍ରାୟ ୮୦୦ କିଲୋମିଟର ବେଗରେ ଉଡିଥିଲା । ରାଷ୍ଟ୍ରପତି ମୁର୍ମୁ ହେଉଛନ୍ତି ତୃତୀୟ ରାଷ୍ଟ୍ରପତି ଏବଂ ଦ୍ୱିତୀୟ ମହିଳା ରାଷ୍ଟ୍ରପତି ଯିଏକି ଏଭଳି ଉଡାଣ କରିଛନ୍ତି । ପରେ ପରିଦର୍ଶକ ପୁସ୍ତକରେ ରାଷ୍ଟ୍ରପତି ଏକ ସଂକ୍ଷିପ୍ତ ମତ ଲେଖି ନିଜର ଭାବନା ପ୍ରକାଶ କରିଥିଲେ ଯେଉଁଥିରେ ସେ କହିଥିଲେ ଯେ ଭାରତୀୟ ବାୟୁସେନାର ଶକ୍ତିଶାଳୀ ସୁଖୋଇ -୩୦ ଏମକେଆଇ ଯୁଦ୍ଧ ବିମାନରେ ଉଡ଼ିବା ମୋ ପାଇଁ ଏକ ଉତ୍ସାହଜନକ ଅନୁଭୂତି ଥିଲା । ଏହା ଏକ ଗର୍ବର ବିଷୟ ଯେ ଭାରତର ପ୍ରତିରକ୍ଷା କ୍ଷମତା ସ୍ଥଳ, ବାୟୁ ଏବଂ ସମୁଦ୍ରର ସମସ୍ତ ସୀମାକୁ ବିସ୍ତାର କରିପାରିଛି । ମୁଁ ଏହି ଉଡାଣର ଆୟୋଜନ ପାଇଁ ଭାରତୀୟ ବାୟୁସେନା ଏବଂ ବାୟୁସେନାର ତେଜପୁର ଘାଟୀର ସମସ୍ତ ଦଳକୁ ଅଭିନନ୍ଦନ ଜଣାଉଛି । ରାଷ୍ଟ୍ରପତିଙ୍କୁ ବିମାନର କାର୍ଯ୍ୟକ୍ଷମ କ୍ଷମତା ଏବଂ ଭାରତୀୟ ବାୟୁ ସେନା (ଆଇଏଏଫ୍) ବିଷୟରେ ମଧ୍ୟ ସୂଚନା ଦିଆଯାଇଥିଲା । ଆଏଏଫ୍ ର କାର୍ଯ୍ୟ ପ୍ରସ୍ତୁତି ଉପରେ ସେ ସନ୍ତୋଷ ପ୍ରକଟ କରିଥିଲେ । ସୁଖୋଇ ୩୦ ଏମକେଆଇ ଯୁଦ୍ଧ ବିମାନରେ ରାଷ୍ଟ୍ରପତିଙ୍କ ଉଡାଣ ହେଉଛି ଭାରତୀୟ ସଶସ୍ତ୍ର ବାହିନୀର ସର୍ବୋଚ୍ଚ କମାଣ୍ଡର ଭାବରେ ସଶସ୍ତ୍ର ବାହିନୀ ସହିତ ଜଡିତ ହେବାର ପ୍ରୟାସର ଏକ ଅଂଶ । ମାର୍ଚ୍ଚ ୨୦୨୩ ରେ, ରାଷ୍ଟ୍ରପତି ଆଇଏନଏସ୍ ବିକ୍ରାନ୍ତ ପରିଦର୍ଶନ କରିଥିଲେ ଏବଂ ସ୍ୱଦେଶୀ ର୍ନିମିତ ବିମାନବାହୀ ଜାହାଜରେ ଥିବା ଅଧିକାରୀ ଏବଂ ନାବିକମାନଙ୍କ ସହ ଆଲୋଚନା କରିଥିଲେ ।

Leave a Reply