Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଆବାସିକ ସରସ୍ୱତୀ ଶିଶୁ ମନ୍ଦିରର ବାର୍ଷିକ ଉତ୍ସବ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଆବାସିକ ସରସ୍ୱତୀ ଶିଶୁ ମନ୍ଦିରର ବାର୍ଷିକ ଉତ୍ସବ

କରଞ୍ଜିଆ: ଠାକୁରମୁଣ୍ଡା ବ୍ଲକ୍ କେନ୍ଦୁଜିଆଣୀସ୍ଥିତ ଆବାସିକ ସରସ୍ୱତୀ ଶିଶୁ ମନ୍ଦିରରେ ୨୭ ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ସଭାପତି କମଳାକାନ୍ତ ମହାନ୍ତଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ଭାବେ ଶ୍ରୀକାନ୍ତ ନାଏକ ଉପଖଣ୍ଡ ମୁଖ୍ୟ ବନାଧିକାରୀ ଦୀପ ପ୍ରଜ୍ୱଳନ କରି ଶୁଭାରମ୍ଭ କରିଥିଲେ । ମୁଖ୍ୟ ବକ୍ତା ରମାକାନ୍ତ ମହାନ୍ତ ସଙ୍ଗଠନ ମନ୍ତ୍ରୀ ଶିକ୍ଷା ବିକାଶ ସମିତି ଓଡ଼ିଶା ମହୋଦୟ, ସମ୍ମାନୀତ ଅତିଥି ରାମଚନ୍ଦ୍ର ନାଏକ ଠାକୁରମୁଣ୍ଡା ବ୍ଲକ୍ ଶିକ୍ଷା ଅଧିକାରୀ, ସମ୍ମାନୀତ ଅତିଥି ଭାଗ୍ୟରଥୀ ମହାନ୍ତି ସହ-ଶିକ୍ଷା ଅଧିକାରୀ ଠାକୁରମୁଣ୍ଡା ପ୍ରମୁଖ ଯୋଗଦେଇ ସଂସ୍କୃତି, ପରମ୍ପରାକୁ ଉଜ୍ଜୀବିତ କରି ଶିଶୁର ବୌଦ୍ଧିକ ବିକାଶ କପରି ହୋଇ ପାରିବ ଯଥା ଉତ୍ତମ ସଂସ୍କାର, ଚରିତ୍ର ଗଠନରେ ଗୁରୁତ୍ୱପୂର୍ଣ୍ଣ ବହୁ ମୂଲ୍ୟବାନ ବକ୍ତବ୍ୟ ରଖିଥିଲେ । ସମ୍ପାଦକ ସନାତନ ମହାନ୍ତ ଅତିଥିମାନଙ୍କ ପରିଚୟ ରଖିଥିବା ବେଳେ ପ୍ରଧାନ ଆଚାର୍ଯ୍ୟ ପର୍ଶୁରାମ ମହାନ୍ତ ବାର୍ଷିକ ବିବରଣୀ ପାଠ କରିଥିଲେ । ବିଗତ ବର୍ଷର ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷାରେ ସର୍ବୋଚ୍ଚ ନମ୍ବର ରଖିଥିବା ଶିଶୁ ଭାଇମାନଙ୍କୁ ମାନପତ୍ର ପ୍ରଦାନ କରାଯାଇଥିବା ବେଳେ, ସାମାଜିକ ଅନୁଷ୍ଠାନ ଭରସା ପରିବାର, ସଂସ୍କାର କେନ୍ଦ୍ର ଏବଂ ଏକଲ ବିଦ୍ୟାଳୟର ଗୁରୁଜୀ ଗୁରୁମାମାନଙ୍କୁ ମଧ୍ୟ ସମ୍ମାନୀତ କରାଯାଇଥିଲା । ଚଳିତ ବର୍ଷରେ ବିଦ୍ୟାଳୟରେ ଶ୍ରେଷ୍ଠ ପ୍ରଦର୍ଶନ କରିଥିବା ଶିଶୁ ଭାଇମାନଙ୍କୁ ମାନପତ୍ର ପ୍ରଦାନ କରାଯାଇଥିଲା । ଶାନ୍ତନୁ ମୋହନ ସ୍ମୃତି ପୁରସ୍କାର ନବମ ଶ୍ରେଣୀର ସର୍ବୋଚ୍ଚ ନମ୍ବର ରଖିଥିବା ଶିଶୁ ଭାଇଙ୍କୁ ଶିକ୍ଷକ ରତିକାନ୍ତ ବୈଦ୍ୟଙ୍କ ଦ୍ୱରା ପ୍ରଦାନ କରାଯାଇଥିଲା । ଏହି ବାର୍ଷିକ ଉତ୍ସବରେ ଶିକ୍ଷା ବିକାଶ ସମିତିର କର୍ମକର୍ତ୍ତା, ପୂର୍ବତନ ପ୍ରଧାନ ଆଚାର୍ଯ୍ୟ, ବିଦ୍ୱତ୍ ପରିଷଦ, ପୂର୍ବ ପରିଚାଳନା ସମିତି, ମାତୃ ମଣ୍ଡଳୀ, ପୂର୍ବ ଛାତ୍ର, ଅଭିଭାବକ ଓ ଅଭିଭାବିକା, ବୁଦ୍ଧିଜୀବୀ, ସ୍ଥାନୀୟ ଅଞ୍ଚଳବାସୀ ଏବଂ ବହୁ ଶୁଭେଚ୍ଛୁ ବୃନ୍ଦ ଉପସ୍ଥିତ ଥିଲେ । ମଞ୍ଚ କାର୍ଯ୍ୟକ୍ରମ ଶେଷରେ ଶିଶୁମାନଙ୍କ ଦ୍ୱାରା ରଙ୍ଗମଞ୍ଚ ପ୍ରଦର୍ଶନ ହୋଇଥିଲା । ମଞ୍ଚ ଓ ରଙ୍ଗମଞ୍ଚକୁ ପରିଚାଳନା କରିଥଲେ ଗୁରୁଜୀ ଭାଗିରଥି ପତି, ତ୍ରିଲୋଚନ ମହାନ୍ତ, ଲକ୍ଷ୍ମଣ ମହାନ୍ତ ଓ ଚିନ୍ମୟ କୁମାର ମହାନ୍ତ ।

Leave a Reply