ପିପିଲିରେ ମର୍ଯ୍ୟଦା ପରୁଷ ପ୍ରଭୁ ଶ୍ରୀରାମଙ୍କ ଜନ୍ମ ଦିବସ

ପିପିଲି: ମର୍ଯ୍ୟଦା ପରୁଷ ପ୍ରଭୁ ଶ୍ରୀରାମଙ୍କ ଜନ୍ମ ଦିବସ । ଜୟ ଶ୍ରୀରାମ ଧ୍ୱନୀରେ କମ୍ପିଛି ସାରା ରାଜ୍ୟ । ଏହାକୁ ସମଗ୍ର ଦେଶରେ ପାଳନ କରାଯାଉଥିବାବେଳେ ପୁରୀ ଜିଲ୍ଲା ପିପିଲିରେ ରାମଭକ୍ତ ପାଳନ କରିଥିଲେ । ତେବେ ଏମାନଙ୍କ ସହିତ ମୁସଲମାନ ସମ୍ପ୍ରଦାୟ ସାମିଲ ହୋଇ ସମାଜକୁ ଏକ ନୁଆ ବାର୍ତା ଦେଲେ । ମର୍ଯ୍ୟଦା ପୁରୁଷ ପ୍ରଭୁ ଶ୍ରୀରାମଚନ୍ଦ୍ର ଆଜିର ଦିନରେ ଜନ୍ମ ଗ୍ରହଣ କରି ପାପରେ ଭରପୁର ହୋଇଥିବା ରାବଣଙ୍କ ସ୍ୱର୍ଣ୍ଣିମ ଲଙ୍କାପୁରରୁ ପାପମୁକ୍ତ କରିଥିଲେ । ଆଜି ତାଙ୍କରି ଜନ୍ମ ଦିବସକୁ ପରପଲ୍ଲୀ ଠାରୁ ଆରମ୍ଭ କରି ସହର ପର୍ଯ୍ୟନ୍ତ ସବୁଠି ପାଳନ କରାଯାଉଛି । ପିପିଲିରେ ଶ୍ରୀରାମ ନବମୀ ଅନୁଷ୍ଠାନ ପକ୍ଷରୁ ସୁସଜ୍ଜିତ ରଥରେ ରାମ ଲକ୍ଷ୍ମଣ ସୀତା ଏବଂ ହନୁମାନକୁ ରଥାରୁଢ କରାଇ ଏକ ବିରାଟ ଶୋଭାଯାତ୍ରାରେ ପିପିଲିର ବିଭିନ୍ନ ଗ୍ରାମ ପରିକ୍ରମା କରାଇ ଲୋକମାନଙ୍କ ମନରେ ପ୍ରଭୁ ଶ୍ରୀରାମଙ୍କ ପ୍ରତି ଥିବା ଶ୍ରଦ୍ଧା ଏବଂ ଭକ୍ତିଭାବନା ଜାଗ୍ରତ କରାଇବା ପାଇଁ ଏକ ବିରାଟ ଶୋଭାଯାତ୍ରା କରିଥିଲେ । ଚାରିଗୋଟି ଟ୍ରଲରରେ ଘଣ୍ଟ ମାର୍ଦଳ ଯୋଡ଼ି ଶଙ୍ଖ ଶହେରୁ ଅଧିକ ହନୁମାନ ବେଶଧାରୀ ନୃତ୍ୟ ପ୍ରଦର୍ଶନ କରି ସାମିଲ ହୋଇଥିବାବେଳେ ଦୁଇ ହଜାରରୁ ଅଧିକ ମୋଟର ସାଇକେଲ ଶୋଭାଯାତ୍ରାରେ ଉତ୍ସବ ପାଳନ କରିଥିଲେ । ସେପଟେ ମର୍ଯ୍ୟାଦା ପୁରୁଷ ପ୍ରଭୁ ଶ୍ରୀରାମଙ୍କ ଜନ୍ମଦିନ ହିନ୍ଦୁମାନଙ୍କ ପାଇଁ ଯେତିକି ଗୁରୁତ୍ୱ ବହନ କରିଥାଏ ମୁସଲମାନଙ୍କ ପାଇଁ ମଧ୍ୟ ସେତିକି ଭକ୍ତି ଭାବନା ଆଣିଥାଏ । ଶ୍ରୀରାମଙ୍କ ରଥକୁ ପିପିଲି ଦାନୋଗହିର ଗ୍ରାମର ମୁସଲମାନ ସମ୍ପ୍ରଦାୟ ଲୋକମାନେ ସ୍ୱାଗତ କରିବା ସହିତ ପୁଷ୍ପହାର ଦେଇ ରଥକୁ ସ୍ୱାଗତ କରି ପ୍ରଣାମ ଜଣାଇଥିଲେ । ସେହିପରି ସଂଗଠିତ ହିନ୍ଦୁ ପରିବାର ପକ୍ଷରୁ ଶିଉଳା ଜାଗେଶ୍ୱରୀ ମନ୍ଦିର ଠାରୁ ଏକ ବିଶାଳ ଶୋଭାଯାତ୍ରା ବାହାରିଥିଲା । ପିପିଲି ବଜାର ପରିକ୍ରମା କରି ଦାନଗୋହିର ହାଟଛକ ମେଡ଼ିକାଲ ଛକ ବ୍ଲକ ଛକ ଦେଇ ଶେଷରେ ଦାଣ୍ଡ ମୁକୁନ୍ଦପୁର ଛକ ପର୍ଯ୍ୟନ୍ତ ଯାଇ ପଦା ପଡ଼ିଆରେ ଉଦ୍ୟାପିତ ହୋଇଥିଲା ।

Leave a Reply

Your email address will not be published. Required fields are marked *