Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ମହାକାଶରୁ ଭାରତର ସୁନ୍ଦର ଦୃଶ୍ୟ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ମହାକାଶରୁ ଭାରତର ସୁନ୍ଦର ଦୃଶ୍ୟ


ନୂଆଦିଲ୍ଲୀ : ଭାରତୀୟ ମହାକାଶ ଗବେଷଣା
ସଂଗଠନ (ଇସ୍ରୋ) ଭାରତର ଏକ ସୁନ୍ଦର ଫଟୋ ସେୟାର କରିଛି । ଏହି
ଫଟୋଟି ହେଉଛି ଭାରତର । ତାହାବି ପୁଣି ମହକାଶରେ ହଜାର ହଜାର
କିଲୋମିଟର ଦୂରରୁ । ତେବେ ଏହି ସୁନ୍ଦର ଫଟୋଟି ସୋସିଆଲ ମିଡିଆରେ
ଖୁବ୍ ଭାଇରାଲ ହେଉଛି । ପ୍ରକୃତରେ, ଇସ୍ରୋ ଏହାର ଅର୍ଥ ଅବଜରେଭସନ
ସାଟେଲାଇଟ୍ (ଋଙଝ-୦୬) ସାହାଯ୍ୟରେ ପୃଥିବୀର ଏହି ସୁନ୍ଦର ଫଟୋ
ଉଠାଇଛି । ଇସ୍ରୋର ଏହି ସାଟେଲାଇଟ୍ ଓସେନସାଟ୍-୩ ନାମରେ ମଧ୍ୟ ଜଣା ।
ସାଟେଲାଇଟ୍ ତରଫରୁ ମିଳିଥିବା ଡାଟା ଦ୍ୱାରା ହାଇଦ୍ରାବାଦ ସ୍ଥିତ ଇସ୍ରୋ ନାସନାଲ
ରିମୋଟ୍ ସେନ୍ସିଂ ସେଣ୍ଟରରୁ ମୋଜାକ୍ ପ୍ରସ୍ତୁତ କରାଯାଇଛି । ଇସ୍ରୋ ତରଫରୁ
ଜାରି ହୋଇଥିବା ·ରି ଫଟୋ ଜାରି କରାଯାଇଛି । ଯେଉଁଥିରେ ଗୋଟିଏ
ଭାରତର ରହିଛି । ସେହିପରି ବାକି ଫଟୋରେ ପୃଥିବୀର ଅନ୍ୟ ଭାଗ
ଦେଖାଯାଇଛି । ସାଟେଲାଇଟ୍ର ଅନ୍ୱୋର୍ଡ ଓସେନ କଲର୍ ମନିଟର୍ ତରଫରୁ ଫଟୋ
ନିଆଯାଇଛି । ଓସେନସାଟ୍-୩ ସାଟେଲାଇଟ୍ ପିଏସଏଲଭି-୫୪ ମିଶନ୍ର ଅଂଶ
ଭାବରେ ୨୬ ନଭେମ୍ବର ୨୦୨୨ ରେ ଲଞ୍ଚ କରାଯାଇଥିଲା । ଏହି
ସାଟେଲାଇଟ୍ ଦ୍ୱାରା ସମୁଦ୍ର ସହ ବାୟୁମଣ୍ଡଳର ଅଧ୍ୟୟନ କରାଯାଉଛି । ତେବେ
ଫଟୋ ଏବେ ସୋସିଆଲ ଖୁବ୍ ଭାଇରାଲ ହେଉଛି ।

Leave a Reply