Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ମହାମହିମ ରାଜ୍ୟପାଳଙ୍କୁ ଭେଟିଲା ଏବିଭିପି ଗଞ୍ଜାମର ପ୍ରତିନିଧି ମଣ୍ଡଳ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ମହାମହିମ ରାଜ୍ୟପାଳଙ୍କୁ ଭେଟିଲା ଏବିଭିପି ଗଞ୍ଜାମର ପ୍ରତିନିଧି ମଣ୍ଡଳ

ବ୍ରହ୍ମପୁର: ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ, ଗଞ୍ଜାମ ଶାଖା ତରଫରୁ ରାଜ୍ୟ ସହସମ୍ପାଦକ ସ୍ୱାଗତ କୁମାର ତ୍ରିପାଠୀଙ୍କ ନେତୃତ୍ୱରେ ଏକ ପ୍ରତିନିଧି ମଣ୍ଡଳ ଓଡ଼ିଶାର ମହାମହିମ ରାଜ୍ୟପାଳ ପ୍ରଫେସର ଶ୍ରୀ ଗଣେଶୀ ଲାଲଙ୍କୁ ସାକ୍ଷାତ କରି ୧୨ ଗୋଟି ଦାବି ସମ୍ବଳିତ ଏକ ଦାବିପତ୍ର ପ୍ରଦାନ କରି ଗଞ୍ଜାମ, ଘୁମୁସର ଓ କନ୍ଧମାଳ ଜିଲ୍ଲାର ସାଂପ୍ରତିକ ଶିକ୍ଷାବ୍ୟବସ୍ଥା ବିଷୟରେ ଆଲୋଚନା କରିଛି । ବିଶ୍ୱବିଦ୍ୟାଳୟର ୨୪ତମ ସମାବର୍ତ୍ତନ ଉତ୍ସବରେ ଯୋଗଦେଇ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ଓ ତତ୍ ସଂଲଗ୍ନ ସମସ୍ତ ମହାବିଦ୍ୟାଳୟ ଗୁଡ଼ିକରେ ଶିକ୍ଷାବ୍ୟବସ୍ଥା ଉପରେ ବିଦ୍ୟାର୍ଥୀ ପରିଷଦର କାର୍ଯ୍ୟକର୍ତ୍ତାଙ୍କ ଠାରୁ ପଚାରି ବୁଝିଥିଲେ । ଏହି ଆଲୋଚନା ବେଳେ ବିଦ୍ୟାର୍ଥୀ ପରିଷଦ କନ୍ଧମାଳରେ ଏକ ଜାତୀୟ ଜନଜାତି ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ନିମନ୍ତେ ଦାବିକୁ ଦୋହରାଇଥିଲା । ମହାମହିମ ରାଜ୍ୟପାଳଙ୍କ ସମ୍ମୁଖରେ ନିମ୍ନଲିଖିତ ୧୨ ଗୋଟି ଦାବିକୁ ଉପସ୍ଥାପନ କରାଯାଇଥିଲା । (୧). ଖଲ୍ଲିକୋଟ ବିଶ୍ୱବିଦ୍ୟାଳୟ ‘ବିଶ୍ୱବିଦ୍ୟାଳୟ’ ମାନ୍ୟତା ପାଇବାର ଏକ ବର୍ଷରୁ ଉର୍ଦ୍ଧ୍ୱ ସମୟ ହୋଇଥିଲେ ମଧ୍ୟ ଏହାକୁ ଟଏଉ ମାନ୍ୟତା ମିଳିପାରିନାହିଁ । (୨). ଜିଲ୍ଲାରେ ଜନଜାତି ଛାତ୍ରଛାତ୍ରୀମାନଙ୍କ ନିମନ୍ତେ ମହାବିଦ୍ୟାଳୟ ଗୁଡିକରେ ଛାତ୍ରାବାସ ନିର୍ମାଣ ହୋଇଥିଲେ ମଧ୍ୟ ତାହା ଅଦ୍ୟାପି କାର୍ଯ୍ୟକ୍ଷମ ହୋଇନାହିଁ । (୩).ଜିଲ୍ଲାର ସଦର ମହକୁମା ସ୍ଥିତ ଛତ୍ରପୁର ବିଜ୍ଞାନ ମହାବିଦ୍ୟାଳୟ, କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟ, ଆସିକା ବିଜ୍ଞାନ ମହାବିଦ୍ୟାଳୟ ଗୁଡିକ ଜିଲ୍ଲାର ସର୍ବପୁରାତନ ମହାବିଦ୍ୟାଳୟ ହୋଇଥିଲେ ସୁଦ୍ଧା ଓ ବାରମ୍ବାର ଦାବି ହୋଇ ଆସୁଥିବା ସତ୍ତ୍ୱେ ଆଜି ପର୍ଯ୍ୟନ୍ତ ସ୍ୱୟଂଶାସିତ ମାନ୍ୟତା ପାଇପାରିଲା ନାହିଁ । (୪).ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ପରିସର ମଧ୍ୟରେ ହରିହର ମର୍ଦ୍ଦରାଜ ଦୂରଶିକ୍ଷା କେନ୍ଦ୍ର ପୂର୍ବରୁ ଚାଲୁଥିଲେ ହେଁ ଆଜକୁ ପ୍ରାୟ ୫ ବର୍ଷ ହେବ ବନ୍ଦ ହୋଇପଡ଼ିଛି । ଏଣୁ ଏହାକୁ ପୁଣି କାର୍ଯ୍ୟକ୍ଷମ କରାଯାଉ । (୫).ନୟାଗଡ଼, କନ୍ଧମାଳ ଜିଲ୍ଲା ଓ ଭଞ୍ଜନଗର ଉପଖଣ୍ଡ ସୀମାନ୍ତବର୍ତ୍ତି ଅଞ୍ଚଳର ଛାତ୍ରଛାତ୍ରୀମାନେ ସ୍ନାତକୋତ୍ତର ପଢ଼ିବା ପାଇଁ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଭଞ୍ଜନଗରଠାରୁ ନୟାଗଡ଼, କନ୍ଧମାଳ ଓ ବ୍ରହ୍ମପୁରର ଦୂରତ୍ୱ ୮୦ କିଲୋମିଟର । ଏଣୁ ସ୍ନାତକୋତ୍ତର ଓ ବୈଷୟିକ ଶିକ୍ଷା ନିମନ୍ତେ ଭଞ୍ଜନଗରଠାରେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ଏକ ଗ୍ରାମୀଣ କ୍ୟାମ୍ପସ ସ୍ଥାପନ କରାଯାଉ । (୬). ରଙ୍ଗେଇଲୁଣ୍ଡାଠାରେ ବିମାନ ବନ୍ଦର ନିର୍ମାଣ ହେତୁ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ତାହାର ୨୫ ଏକର ଜମି ହରାଇଲା । ଏଣୁ ଆଗାମୀ ଭବିଷ୍ୟତକୁ ଦୃଷ୍ଟିରେ ରଖି ବ୍ରହ୍ମପୁର ବିଶ୍ୱବିଦ୍ୟାଳୟକୁ ଦ୍ୱିତୀୟ କ୍ୟାମ୍ପସ ନିମନ୍ତେ ସ୍ଥାନ ନିରୂପଣ କରି ଜମି ପ୍ରଦାନ କରାଯାଉ । (୭).ବ୍ରହ୍ମପୁର ବିଶ୍ୱବିଦ୍ୟାଳୟଠାରେ ତେଲୁଗୁ ଚେୟାର ପ୍ରତିଷ୍ଠା ହୋଇଥିବା ବେଳେ ଏହାର କ୍ରିୟାନ୍ୱୟନ ନିମନ୍ତେ କୌଣସି ଆର୍ଥôକ ସହାୟତା ପ୍ରଦାନ କରାଯାଇ ନାହିଁ ।(୮)ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ଅନୁବନ୍ଧିତ ଲିଙ୍ଗରାଜ ଆଇନ ମହାବିଦ୍ୟାଳୟର ଶୈକ୍ଷିକ ଭିତ୍ତିଭୂମି ଯଥା ଅଧ୍ୟାପକ, ଶ୍ରେଣୀଗୃହ, ପାଠାଗାର, ଇ-ପାଠାଗାର ସହିତ ଅନ୍ୟାନ୍ୟ ଭିତ୍ତିଭୂମିକୁ ସୁଦୃଢ କରାଯାଉ ।(୯)ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ କବିସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ ନାମରେ ନାମିତ ହୋଇଥିଲେ ମଧ୍ୟ ବିଶ୍ୱବିଦ୍ୟାଳୟରେ ସାହିତ୍ୟର ଗବେଷଣା ପାଇଁ ଏକ ଗବେଷଣାକେନ୍ଦ୍ର ପ୍ରତିଷ୍ଠା କରାଯାଉ ।(୧୦)ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ଏବଂ ଖଲ୍ଲିକୋଟ ବିଶ୍ୱବିଦ୍ୟାଳୟ ଅନ୍ତର୍ଗତ ସମସ୍ତ ମହାବିଦ୍ୟାଳୟରେ ଆଣ୍ଟିରାଗିଂ ସେଲ ସହ ମହିଳା ସେଲ ଗଠନ କରାଯାଇ ତାହାକୁ କ୍ରିୟାଶୀଳ କରାଯାଉ । (୧୧).ଗଞ୍ଜାମ ଜିଲ୍ଲାର ସୀମାବର୍ତ୍ତୀ ଅଞ୍ଚଳ ଚିଲିକା ଓ ସମୁଦ୍ର ସହିତ ସଂଯୋଗ ରହିଛି ତଥା ଏହି ଅଞ୍ଚଳ ସଂଲଗ୍ନ ଋଷିକୁଲ୍ୟା ନଦୀର ମୁହାଣ ଅଞ୍ଚଳରେ ବିରଳ ଅଲିଭ୍ ରିଡଲେ କଇଁଛମାନଙ୍କ ଗଣ ଅଣ୍ଡାଦାନ ପ୍ରକ୍ରିୟା ରହେ, ଏଥି ନିମନ୍ତେ ସେମାନଙ୍କ ସୁରକ୍ଷା ପାଇଁ ଗଞ୍ଜାମ ଜିଲ୍ଲାର ପୁରୁଣା ବନ୍ଧଠାରୁ ଚିଲିକା ସଂଲଗ୍ନ ଅଞ୍ଚଳକୁ ଜାତୀୟ ସାମୁଦ୍ରିକ ଅଭୟାରଣ୍ୟର ମାନ୍ୟତା ଦିଆଯାଉ ଓ ତତ୍ ସହିତ ଏହି ଅଞ୍ଚଳରେ ସାମୁଦ୍ରିକ ବିଜ୍ଞାନ ର ଗବେଷଣା ନିମନ୍ତେ ଏକ ସାମୁଦ୍ରିକ ବିଜ୍ଞାନ ପାର୍କ ପ୍ରତିଷ୍ଠା କରାଯାଉ । (୧୨).ବ୍ରହ୍ମପୁର ଓ ଖଲିକୋଟ ବିଶ୍ୱବିଦ୍ୟାଳୟର ଭଗ୍ନ ଅବସ୍ଥାରେ ଥିବା ଛାତ୍ରାବାସକୁ ପୁନଃ ନିର୍ମାଣ କରାଯାଉ ।ଏହି ଦାବିପତ୍ର ପ୍ରଦାନ ବେଳେ ରାଜ୍ୟ ସାମାଜିକ ଗଣମାଧ୍ୟମ ପ୍ରମୁଖ ପ୍ରତ୍ୟୁଷ ରଞ୍ଜନ ଦାଶ, ଘୁମୁସର ଜିଲ୍ଲା ସଂଯୋଜକ ଅନୀଲ କୁମାର ସ୍ୱାଇଁଙ୍କ ସମେତ ଆସିକା, ଭଞ୍ଜନଗର ଓ ବ୍ରହ୍ମପୁରର ଅନେକ ଛାତ୍ରନେତା ଉପସ୍ଥିତ ଥିଲେ ।

Leave a Reply