ମୋହନା ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ଅଷ୍ଟାଦଶ ବାର୍ଷିକ ଉତ୍ସବ

ମୋହନା,: ବିଦ୍ୟାଳୟ ପରିସର ମଧ୍ୟରେ ଆଡମ୍ବର ସହ ଅଷ୍ଟାଦଶ ବାର୍ଷିକ ଉତ୍ସବ ପାଳନ ହୋଇଯାଇଛି । ଏହି ଉତ୍ସ୍ୱ ରେ ମୋହନା ବ୍ଲକ ଅଧକ୍ଷ ରଞ୍ଜୀବ ଶବର ମୁଖ୍ୟ ଅତିଥି ଭାବେ ଉପସ୍ଥିତ ଥିବା ବେଳେ ବିଦ୍ୟାଳୟ ର ପରିଚାଳନା ସମିତି ସଭାପତି ଅବସର ପ୍ରାପ୍ତ ସେନା ଅଧିକାରୀ ପୂର୍ଣ ଚନ୍ଦ୍ର ଦଳାଇ ସଭାପତିତ୍ୱ କରିଥିଲେ । ବିଦ୍ୟାଳୟ ର ସମ୍ପାଦକ ରବି କୁମାର ପାତ୍ର ବିଦ୍ୟାଳୟ ର ବିବରଣୀ ପଠନ କରିଥିବା ବେଳେ ସ୍ତାନୀୟ ବିଧାୟକ ଦାଶରଥି ଗମାଙ୍ଗ ବିଦ୍ୟାଳୟ କୋଠା ନିର୍ମାଣ ପାଇଁ ପାଞ୍ଚ ଲକ୍ଷ ଟଙ୍କା ନିଜ ହାତ ପାଣ୍ଠିରୁ ପ୍ରଦାନ କରିଥିବା ସମ୍ପାଦକ ପ୍ରକାଶ କରିଥିଲେ ।ଏହି ଉତ୍ସବରେ ଶିକ୍ଷା ଅଧିକାରୀ ଦେବଦାସ ତମରାପୁ, ଦଣ୍ଡାସି ସାହୁ, ରମେଶ ମହାପାତ୍ର, ବାବୁଲା ସେଠି, ପ୍ରଧାନ ଗୁରୁମା ଆରତୀ ପାଢ଼ୀ, ମାର୍ଶାଲ ନାୟକ, ଥାନା ଅଧିକାରୀ ପ୍ରଶାନ୍ତ କୁମାର ନିସିକା, ସୀମାଞ୍ଚଳ କାର୍ଜି, ପ୍ରମୁଖ ଉପସ୍ଥିତ ରହି ବିଦ୍ୟାଳୟ ସୁପରିଚାଳନା ନିମନ୍ତେ ଅନୁଷ୍ଠାନର ଗୁଣ ଗାନ କରିଥିଲେ ।ଏହି କାର୍ଯ୍ୟକ୍ରମ କୁ ବିଦ୍ୟାଳୟ ର ପରିଚାଳନା କମିଟିର ସଭ୍ୟ ଏବଂ ଅନୁଷ୍ଠାନର କର୍ମଚାରୀ ପରିଚାଳନା ସହ ବିଭିନ୍ନ ସ୍ଥାନରେ କୃତକାର୍ଯ୍ୟ ହୋଇଥିବା ଛାତ୍ର ଛାତ୍ରୀ ଙ୍କୁ ଅନୁଷ୍ଠାନ ପକ୍ଷରୁ ପୁରସ୍କୃତ କରିଥିଲେ । ଏହା ସହ ଦୀର୍ଘ ଦୁଇ ବର୍ଷ ପରେ ଏହି ଅନୁଷ୍ଠାନ ମଧ୍ୟରେ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଉଥିବାରୁ ଉତ୍ସାହ ଅଧିକ ଥିବା ଉପଲବ୍ଧି ଦେଖିବାକୁ ମିଳିଥିଲା । ଏହା ସହ ଛାତ୍ର ଛାତ୍ରୀ ଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

Leave a Reply

Your email address will not be published. Required fields are marked *