Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଘୋଡାବନ୍ଧ ଗ୍ରାମ ମନ୍ଦିରକୁ ନେଇ ବିବାଦ ମାମଲା - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଘୋଡାବନ୍ଧ ଗ୍ରାମ ମନ୍ଦିରକୁ ନେଇ ବିବାଦ ମାମଲା


ନୂଆଁଗା : ପାନପୋଷ ଉପଖଣ୍ଡ ଅଞ୍ଚଳର ନୂଆଁଗା ବ୍ଲକ ତଥା ହାତିବାଡି ଥାନା ଅନ୍ତର୍ଗତ ଲିମଡା ଗ୍ରାମ ପଞ୍ଚାୟତରେ ଥିବା ଘୋଡାବନ୍ଧ ଗ୍ରାମରେ ଥିବା ଟୁଙ୍ଗରୀ ଉପରେ ପୂଜା ପାଉଥିବା ଦେଦେବ ମହାଦେବ ଶିବଙ୍କ ମନ୍ଦିର ଏବଂ ପୂଜାସ୍ଥଳକୁ ନେଇ ଆଖପାଖରେ ବସବାସ କରୁଥିବା କିଛି ଖ୍ରୀଷ୍ଟିୟାନ ଲୋକମାନେ ବିବାଦ ସୃଷ୍ଟି କରିବା ସହ ଏନେଇ ଥାନାରେ ଅଭିଯୋଗ କରିବା ପରେ ଘଟଣାର ଗମ୍ଭୀରତାକୁ ଦେଖିବା ପରେ ପୋଲିସ ଦ୍ୱାରା ପ୍ରଦାନ କରାଯାଇଥିବା ରିପୋର୍ଟ ଏବଂ ବୀରମିତ୍ରପୁର ତଲସିଲଦାରଙ୍କ ଘଟଣାସ୍ଥଳରେ ପରିଦର୍ଶନ ପରେ ପ୍ରଦାନ କରାଯାଇଥିବା ରିପୋର୍ଟକୁ ଆଦ୍ଧାର କରି ପାନପୋଷ ଉପଜିଲ୍ଲାପାଳ ଗତ ଫେବୃୟାରୀ ମାସରୁ ଅସ୍ଥାୟୀ ଶିବ ମନ୍ଦିରରେ ଥିବା ଟୁଙ୍ଗରୀ ପାହାଡରେ ୧୪୪ ଧାରା ଜାରି କରିବା ସହ ପୂଜା ପାଠ ଉପରେ ପ୍ରତିବନ୍ଧକ ଲଗାଯାଇଥିଲା । ଫଳରେ ଗତ ୨୧/୨/୨୩ରୁ ମନ୍ଦିରରେ ତାଲା ପଡିଥିବା ସହ ପୂଜା ବାଦ ପଡିଛି । ଅପରପଟେ ଆଇନଶ୍ୃଙ୍ଖଳା ପରିସ୍ଥିତିକୁ ବଜାୟ ରଖିବା ପାଇଁ ପୋଲିସ ପକ୍ଷରୁ ଉଭୟ ଖ୍ରୀଷ୍ଟୟାନ ଏବଂ ହିନ୍ଦୁମାଙ୍କର (୨୧+୨୧) ୪୨ ଜଣଙ୍କ ନାମରେ ୧୦୭ ରେ କେସ ମଧ୍ୟ ଦିଆଯାଇଅଛି । ଏସବୁ ଘଟଣା ମଧ୍ୟରେ ସତ୍ୟତା ଜାଣିବା ପାଇଁ ଆମ ସୁନ୍ଦରଗଡ ଜିଲ୍ଲା ପ୍ରତିନିଧି ଗଦାଧର ସାହୁ ଆଜି ଘଟଣାସ୍ଥଳ ପରିଦର୍ଶନରେ ଯାଇଥିଲେ । ଘଟଣାସ୍ଥଳ ପରିଦର୍ଶନବେଳେ ମିଳିଥିବା ରିପୋର୍ଟ ଅନୁସାରେ ଗତ ଦେଢ ବର୍ଷ ତଳେ ଘୋଡାବନ୍ଧ ଗ୍ରାମର ଟିକପଡାରେ ରହୁଥିବା ସାହାଦୁର ମୁଣ୍ଡାରୀଙ୍କୁ ରାତିରେ ହୋଇଥିବା ସ୍ୱପ୍ନାଦେଶ ଅନୁସାରେ ଗ୍ରାମବାସୀମାନେ ଟୁଙ୍ଗରୀରେ ଶିଳା ରୂପରେ ଶିବ ଭଗବାନଙ୍କ ଆର୍ବିଭାବ ହୋଇଥ୍ôବା ଜାଣିବା ପରେ ସେଇଦିଠାରୁ ପୂଜାର୍ଚ୍ଚନା ଚାଲୁଅଛି । ଇତିମଧ୍ୟରେ ଶ୍ରଦ୍ଧାଳୁମାନଙ୍କ ଦ୍ୱାରା ଦିଆଯାଇଥିବା ଦାନରେ ଏବଂ ପୂଜା ଘର ମଧ୍ୟ ନିର୍ମାଣ କରାଯାଇଥିବାବେଳେ ମନ୍ଦିର ବାହାରେ ଶିବଙ୍କ ବାହାନ ବୃଷଭ ମଧ୍ୟ ସ୍ଥାପିତ ହୋଇଛନ୍ତି । ଘୋଡାବନ୍ଧ ଗ୍ରାମ ନିକଟରେ ଥିବା ରେଲାପୋଷ ଗ୍ରାମରେ ରହୁଥିବା ଜୈନିକ ମହିଳା ମୂଳତଃ ହିନ୍ଦୁ ଧର୍ମର ହୋଇଥିବାବେଳେ ସେ କଛି ବର୍ଷ ତଳେ ଖ୍ରୀଷ୍ଟ ଧର୍ମରେ ଦିକ୍ଷୀତ ହୋଇ ଖ୍ରୀଷ୍ଟିଆନ ହୋଇଯାଇôଥଲେ । ତେବେ ସଂପୃକ୍ତ ମହିଳାଙ୍କ ଶରୀରର ଅସୁସ୍ଥସ୍ଥ ଥିବା ବେଳେ ବିଭିନ୍ନ ସ୍ଥାନରେ ଡାକ୍ତରମାନଙ୍କୁ ଦେଖାଇବା ସତ୍ତ୍ୱେ ଶରୀର ସୁସ୍ଥ ନ ହେବାରୁ ସେ ମାନସିକ ଯନ୍ତ୍ରଣା ହୋଇ ଗତି କରୁଥିବାବେଳେ ହଠାତ୍ ସେ ମଧ୍ୟ ଏକ ସ୍ପପ୍ନଦେଶ ପାଇ ଘୋଡାବଦ୍ଧର ଏହି ଟୁଙ୍ଗରୀ ପାହାଡରେ ଥିବା ଶିବ ମନ୍ଦିରକୁ ଯାଇ ପୂଜାର୍ଚ୍ଚନା କରିବା ପରେ ପୂଜକଙ୍କ ଦ୍ୱାର ଦେହରେ ପାଣି ଛିଞ୍ଚାଯିବା ପରେ ୨/୩ ଦିନ ପରେ ସେ ସଂପୂର୍ଣ୍ଣ ସୁସ୍ଥ ହୋଇଯାଇଥିଲେ । ଏହି ଘଟଣା ପରେ ମହିଳା ଜଣଙ୍କ ପୁଣି ନିଜ ଗ୍ରାମର ପୂଜକଙ୍କ ପରାମର୍ଶ ଅନୁସାରେ ସମସ୍ତ ପୂଜାର୍ଚ୍ଚା କରି ନିଜର ମୂଳଧର୍ମ ହିନ୍ଦୁକୁ ପ୍ରତ୍ୟାବର୍ତ୍ତନା ମଧ୍ୟ କରିଛନ୍ତି । ଏହି ମହିଳାଙ୍କୁ ଦେଖି ଆଖପାଖରେ ବସବାସ କରୁଥିବା ଖ୍ରୀଷ୍ଟିୟାନମାନେ ମଧ୍ୟ ମନ୍ଦିରକୁ ଆସି ପୂଜାର୍ଚ୍ଚନା କରିବା ଆରମ୍ଭ କରିଥିଲେ । ଯାହାକୁ ନେଇ ଖ୍ରୀଷ୍ଟିଆନମାନଙ୍କ ମଧ୍ୟରେ ନିଜ ଧର୍ମ ଓ ସଂସ୍କୃତିର ସୁରକ୍ଷାକୁ ନେଇ ଚିନ୍ତା ବଢିଯାଇଅଛି । ନିଜ ଧର୍ମ ଓ ସଂସ୍କୃିର ସୁରକ୍ଷା ପାଇଁ ଗଣତାନ୍ତ୍ରିକ ପଦ୍ଧତିରେ ସମସ୍ତ ବ୍ୟବସ୍ଥା କରିବା ବଦଳରେ ଔଷଧ ରାଗରେ ତାଟିଆ କାମୁଡିବା ସଦୃଶ ଘୋଡାବନ୍ଧର ବିଭିନ୍ନ ପଡାରେ ରହୁଥିବା ଖ୍ରୀଷ୍ଟିୟାନ ମାନେ ସଂଘବଦ୍ଧ ହୋଇ ଗତ ୨୧/୩/୨୩ ରିଖ ଦିନ ମନ୍ଦିର ପୂଜକ ସାହାଦୁର ମୁଣ୍ଡାରୀଙ୍କ ଟିକଟୋଲି ସ୍ଥିତ ଥିବା ବାସ ଭବନକୁ ଯାଇ ପଥର ମାଡ କରିବା ସହ ନିକଟରେ ଥିବା ଟୁଙ୍ଗୁରୀସ୍ଥିତ ଶିବ ମନ୍ଦିରକୁ ଯାଉଥିବା ଶ୍ରଦ୍ଧାଳୁମାନେ । ଯାହାଫଳରେ ଉଭୟ ହିନ୍ଦୁ ଓ ଖ୍ରୀଷ୍ଟିଆନମାନଙ୍କ ମଧ୍ୟରେ ବିବାଦ ବୃଦ୍ଧି ପାଇଁ ଅସନ୍ତୋଷ ଦେଖାଦେବାରୁ ପ୍ରଶାସନ ବର୍ତ୍ତମାନ ଏହି ସ୍ଥାନରେ ୧୪୪ ଧାରା ଲଗାଇ ପୂଜା ବନ୍ଦ କରିଦେଇଥିଲେ । ଜାଗାକୁ ନେଇ ବିବାଦ ଉପୁଜିଥିବାବେଳେ ଭବିଷତ୍ୟରେ ଆଇନଶୃଙ୍କଳା ପରିସ୍ଥିତି ଉପୁଜିବାର ସମ୍କବନାକୁ ଏଡାଇବା ପାଇଁ ୧୪୪ ଧାରା ଜାରି କରି ଏକାଧିକ ଜନସାଧାରଣଙ୍କୁ ଅଟକାଇବା ନିଶ୍ଚିତ ଭାବରେ ସ୍ୱାଗତଯୋଗ୍ୟ ପଦକ୍ଷେପ ତେବେ କେବଳ ଜଣେ ପୂଜକ ଯାଇ ଭଗବାନଙ୍କ ନିକଟରେ ନିତି ଭୋଗ ଲଗାଇବା ବନ୍ଦ କରିବା କେତେ ଦୂର ଠିକ ତାହା ବିଚାର କରିବା କଥା । କ’ଣ ଏହା ସଂଖ୍ୟାଧିକ ହିନ୍ଦୁ ଜନତାଙ୍କ ଭାବନାକୁ କୁଠାରଘାତ ନୁହେଁ କି ?

Leave a Reply