Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଜନଜାତି ବାଳକ ବାଳିକାଙ୍କୁ ପାଠ୍ୟ ପୁସ୍ତକ ବଣ୍ଟନ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଜନଜାତି ବାଳକ ବାଳିକାଙ୍କୁ ପାଠ୍ୟ ପୁସ୍ତକ ବଣ୍ଟନ


ଭୁବନେଶ୍ୱର ମହାନଗର ଅନ୍ତର୍ଗତ ପଥରବନ୍ଧ ,ବସ୍ତି ର ଟାଇଗର କ୍ଲବ ପରିସରରେ ରେ ଆଜି ଜାତି ଜନଜାତି କଲ୍ୟାଣ ପରିଷଦ ତରଫରୁ ପାଠ୍ୟପୁସ୍ତକ ବଣ୍ଟନ କରାଯାଇଛି।ଏହି କାର୍ଯ୍ୟକ୍ରମରେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ର ପୂର୍ବ ପ୍ରାନ୍ତ କାର୍ଯ୍ୟ କାରିଣୀ ସଦସ୍ୟ ଶ୍ରୀ ସିଂମାଞ୍ଚଳ ଖଟୁଆ ମୁଖ୍ୟବକ୍ତା ରୂପରେ ଯୋଗ ଦେଇ ବାଳକ ବାଳିକା ମାନଙ୍କୁ ନିଜର ପାଠ ପଢା ପ୍ରତି ଅଧିକ ପଯତ୍ନ ରହିବାକୁ ଆଗ୍ରହ କରିଛନ୍ତି।ସେଥିପାଇଁ ବସ୍ତି ର ଅଭିଭାବକ ମାନେ ପିଲାଙ୍କ ପାଇଁ କିଛି ସମୟ ଦେବା ପାଇଁ ନିବେଦନ ରଖିଲେ।ସୁଦୂର ଗୁଜୁରାଟ ରୁ ଆସିଥିବା କଲ୍ୟାଣ ଆଶ୍ରମ ର ସର୍ବ ଭାରତୀୟ ସହ ପ୍ରଚାର ପ୍ରମୁଖ ପ୍ରକାଶ କାଲେ ଯୋଗ ଦେଇ ସମସ୍ତେ ସକାଳ ଓ ସନ୍ଧ୍ୟା ରେ ନିୟମିତ ପାଠ ପଢିବା ପାଇଁ ଉପଦେଶ ଦେଇଛନ୍ତି।ଜନଜାତି କଲ୍ୟାଣ ପରିଷଦ ର କୋଷାଧ୍ୟକ୍ଷ ସୁବାସ ଚନ୍ଦ୍ର ରାୟ ଓ ସଂଗଠନ ସଂପାଦକ ଵିଶ୍ଵାମିତ୍ର ମହାନ୍ତ ପୂର୍ଣ ସମୟ ଉପସ୍ଥିତ ରହିଥିଲେ।ପଥରବନ୍ଧ ବସ୍ତି ର ପଦ୍ମାବତୀ ବେହେରା ଓ ବୀଣା ଦିଦିଙ୍କର ଉଦ୍ୟମ ରେ ଏହି ପୁସ୍ତକ ବଣ୍ଟନ କାର୍ଯ୍ୟକ୍ରମ ଟି ସଫଳ ରୂପେ ସମ୍ପନ୍ନ ହେଲା।

Leave a Reply