Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଆକାଶରେ ଦେଖାଗଲା ବିରଳ ଦୃଶ୍ୟ ଜହ୍ନତଳେ ରହିଛି ଉଜ୍ଜ୍ୱଳ ନକ୍ଷତ୍ର - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଆକାଶରେ ଦେଖାଗଲା ବିରଳ ଦୃଶ୍ୟ ଜହ୍ନତଳେ ରହିଛି ଉଜ୍ଜ୍ୱଳ ନକ୍ଷତ୍ର

ଶୁକ୍ରବାର ରାତିରେ ଆକାଶରେ ଏକ ବିରଳ ଦୃଶ୍ୟ ଦେଖାଯାଇଛି । ଜହ୍ନ ତଳେ ଏକ ଉଜ୍ଜ୍ୱଳ ନକ୍ଷତ୍ର ଦେଖିବାକୁ ମିଳିଛି । ଏପରି ଦୃଶ୍ୟ କାହିଁକି ଦେଖାଯାଇଛି ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ । ଦୀର୍ଘ ସମୟ ପର୍ଯ୍ୟନ୍ତ ଏହି ଦୃଶ୍ୟ ଦେଖିବାକୁ ମିଳିଥିଲା । ଏହାକୁ ନେଇ ବିଭିନ୍ନ ଆଲୋଚନା ଓ ପର୍ଯ୍ୟାଲୋଚନା ଜାରି ରହିଛି । ମାର୍ଚ୍ଚ ୨୫ ରୁ ୩୦ ଯାଏଁ ଗୋଟିଏ ରେଖାରେ ୫ଟି ଗ୍ରହ ଦେଖାଯିବେ ବୋଲି ସୂଚନା ରହିଛି । ୨୫ ରୁ୩୦ ମାର୍ଚ୍ଚ ପର୍ଯ୍ୟନ୍ତ ବୃହସ୍ପତି, ବୁଧ, ଶୁକ୍ର, ମଙ୍ଗଳ, ୟୁରେନ୍ସ ଓ ଚନ୍ଦ୍ର ଏକ ସରଳ ରେଖାରେ ଦିଶିବେ । ସେଥିପାଇଁ ଏପରି ବିରଳ ଦୃଶ୍ୟ ଆକାଶରେ ଦେଖାଯାଇଛି ବୋଲି ମଧ୍ୟ ହିନ୍ଦୁ ଧର୍ମାବଲମ୍ୱିମାନେ କହିଛନ୍ତି ।

Leave a Reply