Deprecated: Return type of Wslm_ProductLicense::offsetExists($offset) should either be compatible with ArrayAccess::offsetExists(mixed $offset): bool, or the #[\ReturnTypeWillChange] attribute should be used to temporarily suppress the notice in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/license-manager/ProductLicense.php on line 97

Deprecated: Return type of Wslm_ProductLicense::offsetGet($offset) should either be compatible with ArrayAccess::offsetGet(mixed $offset): mixed, or the #[\ReturnTypeWillChange] attribute should be used to temporarily suppress the notice in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/license-manager/ProductLicense.php on line 101

Deprecated: Return type of Wslm_ProductLicense::offsetSet($offset, $value) should either be compatible with ArrayAccess::offsetSet(mixed $offset, mixed $value): void, or the #[\ReturnTypeWillChange] attribute should be used to temporarily suppress the notice in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/license-manager/ProductLicense.php on line 105

Deprecated: Return type of Wslm_ProductLicense::offsetUnset($offset) should either be compatible with ArrayAccess::offsetUnset(mixed $offset): void, or the #[\ReturnTypeWillChange] attribute should be used to temporarily suppress the notice in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/license-manager/ProductLicense.php on line 109

Deprecated: Return type of ameMetaBoxSettings::offsetExists($offset) should either be compatible with ArrayAccess::offsetExists(mixed $offset): bool, or the #[\ReturnTypeWillChange] attribute should be used to temporarily suppress the notice in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/extras/modules/metaboxes/ameMetaBoxSettings.php on line 88

Deprecated: Return type of ameMetaBoxSettings::offsetGet($offset) should either be compatible with ArrayAccess::offsetGet(mixed $offset): mixed, or the #[\ReturnTypeWillChange] attribute should be used to temporarily suppress the notice in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/extras/modules/metaboxes/ameMetaBoxSettings.php on line 102

Deprecated: Return type of ameMetaBoxSettings::offsetSet($offset, $value) should either be compatible with ArrayAccess::offsetSet(mixed $offset, mixed $value): void, or the #[\ReturnTypeWillChange] attribute should be used to temporarily suppress the notice in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/extras/modules/metaboxes/ameMetaBoxSettings.php on line 119

Deprecated: Return type of ameMetaBoxSettings::offsetUnset($offset) should either be compatible with ArrayAccess::offsetUnset(mixed $offset): void, or the #[\ReturnTypeWillChange] attribute should be used to temporarily suppress the notice in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/extras/modules/metaboxes/ameMetaBoxSettings.php on line 133
ଖଲିସ୍ତାନୀ ତତ୍ୱଙ୍କୁ କଠୋର ହସ୍ତରେ ଦମନ ଜରୁରୀ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଖଲିସ୍ତାନୀ ତତ୍ୱଙ୍କୁ କଠୋର ହସ୍ତରେ ଦମନ ଜରୁରୀ


ଡ.ସମନ୍ୱୟ ନନ୍ଦ
ବର୍ତମାନ ପଂଜାବର ଅମୃତପାଲ ସିଂହ ପ୍ରସଙ୍ଗ ସାରା ଦେଶରେ ଚର୍ଚାର କେନ୍ଦ୍ର ବିନ୍ଦୁ ହୋଇଛି । କିଛି ଦିନ ପୂର୍ବରୁ ଅନାମଧେୟ ଥିବା ଏହି ବ୍ୟକ୍ତି ଜଣଙ୍କ ହଠାତ ଯେଭଳି ଭାବେ ଗଣମାଧ୍ୟମର ଚର୍ଚାର କେନ୍ଦ୍ରରେ ରହିଛି । ଜଣେ ସାଧାରଣ ଡ୍ରାଇଭର ହଠାତ ଅଳ୍ପ କିଛି ଦିନ ମଧ୍ୟରେ କିପରି ଏତେ ପ୍ରଭାବଶାଳୀ ହୋଇ ଗଲା ଓ ଦେଶର ଏକତା – ଅଖଣ୍ଡତା ପାଇଁ ଚ୍ୟାଲେଂଜ ସୃଷ୍ଟି କରିବା ଭଳି ସ୍ଥିତି ଉତ୍ପନ୍ନ କଲା ତାହା ଅନେକ କିଛି କଥା ସ୍ପଷ୍ଟ କରୁଛି । ଦେଶବିରୋଧୀ ଶକ୍ତି ମାନେ କିଭଳି ଭାବେ ତାକୁ ହଠାତ ଏତେ କମ ଦିନ ମଧ୍ୟରେ ଖଲିସ୍ତାନୀ ଆନେ୍ଦାଳନର ଚେହେରା ଭାବେ ଠିଆ କରି ଦେଲେ ତାକୁ ଅନୁଶୀଳନ କଲେ ଏହି ଶକ୍ତି ମାନେ କେତେ ଶକ୍ତିଶାଳୀ ସେ ବିଷୟରେ ଅନୁମାନ କରି ପାରିବା । ବ୍ରେକିଂ ଇଣ୍ଡିଆ ଫୋର୍ସ ମାନଙ୍କର ଦେଶ ଭିତରେ ଓ ବିଦେଶରେ କିଭଳି ଭାବେ ଇକୋ ସିଷ୍ଟମ ରହିଛି ତାର ଏକ ବଡ ଉଦାହରଣ ଏହି ମାମଲାରୁ ମିଳୁଛି ।
ଅମୃତପାଲ ସିଂହ ଓ ଖଲିସ୍ତାନୀ ଆନେ୍ଦାଳନ ସହ ଜଡିତ ଲୋକ ମାନେ ବାସ୍ତବ ଭାବେ ପାକିସ୍ତାନର ଗୁଇନ୍ଦା ସଂସ୍ଥା ଆଇଏସଆଇର ହାତର ଖେଳଣା । ଆଇଏସଆଇ ହିଁ ଏମାନଙ୍କୁ ନଚାଇ ଥାଏ । ସେମାନେ ତାଙ୍କ କଥାରେ ଉଠ ବସ୍ ହୋଇଥାନ୍ତି । ଆତଙ୍କବାଦୀ ସଂଗଠନ ବବର ଖାଲସାର ମୋଷ୍ଟ ବାଂଟେଡ ନେତାଙ୍କୁ ପାକିସ୍ତାନ ତା ଦେଶରେ ଶରଣ ଦେଇଛି । ଆଇଏସଆଇ ଶିଖ ଯୁବକ ମାନଙ୍କୁ ବ୍ରେନ ବାଶ୍ କରି ସେମାନଙ୍କୁ ରେଡିକାଲାଇଜ କରୁଥିବାର ଅନେକ ପ୍ରମାଣ ମିଳି ସାରିଛି ।
ପାକିସ୍ତାନର ସ୍ଥିତି ବର୍ତମାନ ଆଦୌ ଭଲ ନାହିଁ । ପାକିସ୍ତାନର ଆର୍ଥିକ ସ୍ଥିତି ଅତ୍ୟନ୍ତ ଖରାପ ରହିଛି । ତାର ନାଗରିକ ମାନେ ଦୁଇ ଓଳି ଖାଇବାକୁ ପାଉ ନାହାନ୍ତି । ପାକିସ୍ତାନର ରାଜନୈତିକ ଅସ୍ଥିରତା ମଧ୍ୟ ଚରମରେ ରହିଛି । ଏହା ସତ୍ୱେ ପାକିସ୍ତାନର କୁଖ୍ୟାତ ଗୁଇନ୍ଦା ସଂସ୍ଥା ଇଂଟର ସର୍ଭିସେସ ଇଂଟେଲିଜେନ୍ସ ବା ଆଇଏସଆଇ ତାର ଭାରତ ବିରୋଧୀ କାର୍ଯ୍ୟକଳାପ ଜାରୀ ରଖିଛି । ଅନ୍ୟ ଶବ୍ଦରେ କହିବାକୁ ଗଲେ ଆଇଏସଆଇ ଭାରତକୁ ଅସ୍ଥିର କରିବାକୁ ଦୀର୍ଘ ଦିନରୁ ଖଲିସ୍ତାନୀ ପ୍ରଜେକ୍ଟରେ ଇନଭେଷ୍ଟମେଂଟ କରି ଆସୁଛି । ଏବେ କାଶ୍ମୀରରେ କିଛି ଆଖି ଦୃଶିଆ କରିବା ସ୍ଥିିତିରେ ନ ଥିବା କାରଣରୁ ଖଲିସ୍ତାନୀ ପ୍ରଜେକ୍ଟକୁ ଆଗକୁ କରିଛି ।
ପାକିସ୍ତାନୀ ଗୁଇନ୍ଦା ସଂସ୍ଥା ଆଇଏସଆଇ କେ-୨ ଯୋଜନାରେ କାମ କରେ । ଭାରତକୁ ଆଭ୍ୟନ୍ତରୀଣ ଭାବେ ଅସ୍ଥିର କରିବାକୁ ଏହି କେ-୨ ଯୋଜନା । କେ-୨ର ପ୍ରଥମ ଭାଗଟି ହେଲା କାଶ୍ମୀର ଓ ଦ୍ୱିତୀୟ ଭାଗଟି ହେଲା ଖଲିସ୍ତାନ । ବର୍ତମାନ ପାକିସ୍ତାନ କାଶ୍ମୀରରେ କିଛି କରି ପାରିବା ଭଳି ସ୍ଥିତିରେ ନ ଥିବା କାରଣରୁ ଖଲିସ୍ତାନ ପ୍ରସଙ୍ଗକୁ ତାଙ୍କ ହାତର କଣ୍ଢେଇ ମାନଙ୍କ ଜରିଆରେ ଆଗକୁ ବଢାଉଛି ।
ଅମୃତପାଲ ସିଂହ ସମ୍ପର୍କରେ ଯେଉଁ ସୂଚନା ସାମନାକୁ ଆସୁଛି ତାହା ଅତ୍ୟନ୍ତ ଭୟଙ୍କର । ଅମୃତ ପାଲ ସିଂହ କିଛି ଦିନ ତଳେ ଦୁବାଇରେ ଡ୍ରାଇଭର କାମ କରୁଥିଲା । ଏହା ପରେ ଆଇଏସଆଇର ଯୋଜନାରେ ସେ କିଛି ଅଜ୍ଞାତ ସ୍ଥାନରେ ଟ୍ରେନିଂ ନେଇ ପଂଜାବ ଆସିଲା ଓ ଧୀରେ ଧୀରେ ତାର ଖଲିସ୍ତାନୀ ଗତିବିଧି ଆରମ୍ଭ କଲା । ପଂଜାବରେ ଏକ ଥାନାରେ ପ୍ରବେଶ କରି ଅଭିଯୁକ୍ତଙ୍କୁ ଜୋର ଜବରଦସ୍ତି ମୁକୁଳାଇ ନେଇ ଗଲା । ଏହା ପରେ ବ୍ରେକିଂ ଇଣ୍ଡିଆ ଫୋର୍ସର ଦେଶରେ ଥିବା ଇକୋ ସିଷ୍ଟମର ଲୋକ ମାନେ ତାକୁ ଖୁବ ବଡ ନେତା ବୋଲି ପ୍ରଚାର କରିବା ଆରମ୍ଭ କରିଦେଲେ ।
ଭାରତକୁ ଅସ୍ଥିର କରିବାକୁ ଆରମ୍ଭ ହୋଇଥିବା ଏହି ଖଲିସ୍ତାନୀ ପ୍ରଜେକ୍ଟକୁ ପ୍ରଥମେ ଇଂରେଜ ମାନେ ଆରମ୍ଭ କରିଥିଲେ । ବିଦେଶୀ ଆକ୍ରମଣକାରୀ ମୁସଲମାନ ମାନଙ୍କ ଠାରୁ ହିନ୍ଦୁ ଧର୍ମକୁ ରକ୍ଷା କରିବାକୁ ଖାଲସା ପନ୍ଥର ସ୍ଥାପନା କରା ଯାଇଥିବା ବେଳେ ଇଂରେଜ ମାନେ ସର୍ବ ପ୍ରଥମେ ଶିଖ ମାନଙ୍କୁ ହିନ୍ଦୁ ମାନଙ୍କ ଠାରୁ ଭିନ୍ନ ବୋଲି ଦର୍ଶାଇବା ଆରମ୍ଭ କରିଥିଲେ । ପରେ କଂଗ୍ରେସ ଶାସନ କାଳରେ ତକ୍ରାଳୀନ କଂଗ୍ରେସ ନେତୃତ୍ୱ ନିଜର ରାଜନୈତିକ ସ୍ୱାର୍ଥ ସାଧନ ପାଇଁ ଖଲିସ୍ତାନୀ ତତ୍ୱଙ୍କୁ ପ୍ରୋତ୍ସାହନ ଦେଇଥିଲେ । ଭାରତର ଗୁଇନ୍ଦା ସଂସ୍ଥା ରିସର୍ଚ ଏଣ୍ଡ ଆନାଲିସିସ ବିଙ୍ଗ ବା ର ର ଜଣେ ବରିଷ୍ଠ ଅଧିକାରୀ ଜିବିଏସ ସିଦ୍ଧୁ ତାଙ୍କର ପ୍ରସିଦ୍ଧ ପୁସ୍ତକ ଦି ଖାଲିସ୍ତାନ କନସ୍ପିରେସି ରେ କିଭଳି ଭାବେ ସେତେବେଳର ନେତୃତ୍ୱ ଖଲିସ୍ତାନୀ ତତ୍ୱଙ୍କୁ ନିଜର ରାଜନୈତିକ ସ୍ୱାର୍ଥ ସାଧନ ପାଇଁ ବ୍ୟବହାର କରିଥିଲା ତାର ତଥ୍ୟ ପ୍ରମାଣ ଦେଇଛନ୍ତି । େସେତେବେଳେ ଅକାଳୀ ମାନଙ୍କୁ ୁପରାଜିତ କରିବାକୁ ଖଲିସ୍ତାନୀ ତତ୍ୱ ମାନଙ୍କୁ ସରକାରୀ ପ୍ରୋତ୍ସାହନ ଦେଇଥିଲା । ଫଳରେ ଭିଣ୍ଡରେବାଲା ତିଆରି ହୋଇଥିଲା । ସେ ଏତେ ବଡ ହୋଇ ଯାଇଥିଲା ଯେ ତାକୁ ତିଆରି କରିଥିବା କଂଗ୍ରେସ ନେତୃତ୍ୱକୁ ହିଁ ସେ ଚାଲେଂଜ କରିଥିଲା ।
କଂଗ୍ରେସ ନେତୃତ୍ୱ ଏହାକୁ ବୁଝିବା ବେଳକୁ ଖୁବ ଡେରୀ ହୋଇ ଯାଇଥିଲା । ଏହାର ଭୟଙ୍କର ପ୍ରଭାବ ଦେଖିବାକୁ ମିଳିଥିଲା । ସରକାରଙ୍କୁ ଅପରେସନ ବ୍ଲୁ ଷ୍ଟାର ଚଳାଇବାକୁ ପଡିଥିଲା । ପାକିସ୍ତାନର ଗୁଇନ୍ଦା ସଂସ୍ଥା ଏହାର ଲାଭ ଉଠାଇଥିଲା । ଆଇଏସଆଇର ସମସ୍ତ ପ୍ରକାର ଫଣ୍ଡିଂ ଓ ଅନ୍ୟ ସହାୟତାରେ ପଂଜାବରେ ଆତଙ୍କବାଦ ଆରମ୍ଭ ହୋଇ ଯାାଇଥିଲା । ଶହ ଶହ ନୀରିହ ଲୋକ ଏହାର ଶୀକାର ହେଲେ । ଖଲିସ୍ତାନୀ ମାନଙ୍କର ପଂଜାବରେ ଶିଖ ମାନଙ୍କ ମଧ୍ୟରେ କୌଣସି ସ୍ୱୀକାର୍ଯ୍ୟତା ନ ଥିବା କାରଣରୁ ଶେଷରେ ଏହା ବିଫଳ ହେଲା । କେପିଏସ ଗିଲଙ୍କ ନେତୃତ୍ୱରେ ପଂଜାବ ପୋଲିସ ଏହି ଖଲିସ୍ତାନୀ ତତ୍ୱ ମାନଙ୍କୁ ଦୃଢ ହସ୍ତରେ ଦମନ କରିଥିଲେ । ଫଳରେ ପଂଜାବରେ ପୁଣି ଥରେ ଶାନ୍ତି ଫେରି ଆସିଥିଲା ।
ପାକିସ୍ତାନୀ ଆଇଏସଆଇ ଏହି ଖଲିସ୍ତାନୀ ପ୍ରଜେକ୍ଟ ପାଇଁ ଡ୍ରଗ୍ସରୁ ମିଳୁଥିବା ଅର୍ଥକୁ ବହୁଳ ମାତ୍ରାରେ ବ୍ୟବହାର କରୁଛି । ପାକିସ୍ତାନ ବିଭିନ୍ନ ଉପାୟରେ ପଂଜାବରେ ଡ୍ରଗସର ପ୍ରସାରରେ ଲାଗିଛି । ଏହା ଦ୍ୱାରା ସେମାନେ ପଂଜାବର ଯୁବକ ମାନଙ୍କ ଭବିଷ୍ୟତକୁ ନଷ୍ଟ କରିବା ସହ ଏହି ଅର୍ଥରେ ଖଲିସ୍ତାନୀ ତତ୍ୱ ମାନଙ୍କୁ ଫଣ୍ଡିଂ କରୁଛି । ତେଣୁ ଖଲିସ୍ତାନୀ ଆନେ୍ଦାଳନ ଉପରେ ରୋକ ଲଗାଇବାକୁ ହେଲେ ଡ୍ରଗସକୁ ରୋକିବା ଅତ୍ୟନ୍ତ ଜରୁରୀ ।
ଖଲିସ୍ତାନୀ ଆନେ୍ଦାଳନ ବିଶେଷ ଭାବେ ବିଦେଶରେ ଓ ଗୋରା ଦେଶ ମାନଙ୍କରେ ହିଁ ରହିଛି । ସେଠାରେ ସେମାନେ ବାକ ସ୍ୱାଧୀନତା ନାମରେ ଅନେକ ପ୍ରକାର କାର୍ଯ୍ୟକଳାପ କରିଥାନ୍ତି । କାନାଡା ପରି ଦେଶରେ ଖଲିସ୍ତାନୀ ମାନଙ୍କ ସମର୍ଥନରେ ସେଠାକାର ପ୍ରଧାନମନ୍ତ୍ରୀ ସରକାର ଚଳାଉଛନ୍ତି । ଖଲିସ୍ତୀନୀ ମାନେ ଅଷ୍ଟ୍ରେଲିଆ ସମେତ ଅନ୍ୟ ଦେଶ ମାନଙ୍କରେ ହିନ୍ଦୁ ମନ୍ଦିର ଉପରେ ଆକ୍ରମଣ କରିବା ଭଳି ଘଟଣା ମାନ ଏବେ ବହୁଳ ଭାବେ ଦେଖିବାକୁ ମିଳୁଛି । ସେମାନଙ୍କର ଏପରି କରିବାର ଉଦେ୍ଦଶ୍ୟ ହେଲା ଯେ ଏପରି କଲେ ହିନ୍ଦୁ ମାନେ ମଧ୍ୟ ପ୍ରତିକ୍ରିୟାରେ ପ୍ରତି ଆକ୍ରମଣ କରିବେ । ଏହା ଦ୍ୱାରା ହିନ୍ଦୁ- ଶିଖ ମାନଙ୍କ ମଧ୍ୟରେ ଦୂରତ୍ୱ ବଢିବ । ପାକିସ୍ତାନୀ ଆଇଏସଆଇ ଓ ଖାଲିସ୍ତାନୀ ମାନେ ଏହା ହିଁ ଚାହାନ୍ତି । କିନ୍ତୁ ହିନ୍ଦୁ ଓ ଶିଖଙ୍କ ମଧ୍ୟରେ କୌଣସି ପ୍ରଭେଦ ନ ଥିବା କାରଣରୁ ଭାରତରେ ଏହାର ପ୍ରତିକ୍ରିୟା ଦେଖିବାକୁ ମିଳୁ ନାହିାଁ ଏହା ଆଇଏସଆଇ ଓ ଖଲିସ୍ତାନୀ ମାନଙ୍କୁ କଷ୍ଟ ଦେଉଛି ।
ତେବେ ଖଲିସ୍ତାନୀ ମାନଙ୍କୁ ଦୃଢ ହସ୍ତରେ ଦମନ କରିବାର ସମୟ ଆସି ଯାଇଛି । ସେମାନଙ୍କୁ କରା ଯାଉଥିବା ଫଣ୍ଡିଂ ଉପରେ କିପରି ରୋକ ଲଗା ଯାଇ ପାରିବ ସେ ନେଇ କଠୋର ପଦକ୍ଷେପ ନିଆ ଯିବା ଆବଶ୍ୟକ । ବିଦେଶରେ ରହି ଏହି ଆନେ୍ଦାଳନ ଚଳାଉଥିବା ଖଲିସ୍ତାନୀ ମାନଙ୍କୁ ଚିହ୍ନଟ କରା ଯିବା ସହ ସେମାନଙ୍କୁ କିଭଳି ଭବିଷ୍ୟତରେ ଭାରତରେ ପ୍ରବେଶ ଉପରେ ସମ୍ପୂର୍ଣ ରୋକ ଲଗା ଯିବ ସେ ନେଇ ମଧ୍ୟ ଆବଶ୍ୟକୀୟ ପଦକ୍ଷେପ ନିଆ ଯିବା ଆବଶ୍ୟକ ।

Leave a Reply