Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଲାଉଡ ସ୍ପିକର ଉପରେ ବ୍ୟାନ ଲଗାଇଲେ ସାଉଦି ଆରବ ସରକାର - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଲାଉଡ ସ୍ପିକର ଉପରେ ବ୍ୟାନ ଲଗାଇଲେ ସାଉଦି ଆରବ ସରକାର


ନୂଆଦିଲ୍ଲୀ: ଲାଉଡ ସ୍ପିକର ଯୋଗୁଁ ଶବ୍ଦ ପ୍ରଦୂଷଣ ସହ ଅନେକ ଲୋକଙ୍କ ପାଇଁ ବିଭିନ୍ନ ସମସ୍ୟା ଜାତ ହେଉଛି । ବିଶେଷ କରି ଛାତ୍ରଛାତ୍ରୀ ଏବଂ ଅସୁସ୍ଥ ଏବଂ ହୃଦଘାତ ସମସ୍ୟା ଥିବା ରୋଗୀମାନଙ୍କ ପାଇଁ ଏହା ଖୁବ ସମସ୍ୟା ହୋଇ ପଡୁଛି । ନାନା ପର୍ବପର୍ବାଣୀରେ କିମ୍ବା ବିବାହ ଆଦି କାର୍ଯ୍ୟକ୍ରମରେ ଉଚ୍ଚ ସ୍ୱରରେ ଲାଉଡ ସ୍ପିକର ବାଜିବାରୁ ସମସ୍ୟା ସୃଷ୍ଟି କରୁଥିବା ଅଭିଯୋଗ ଆସେ । ତେଣୁ ଏହି ଲାଉଡ ସ୍ପିକରକୁ ନେଇ ଏକ ବଡ ନିଷ୍ପତି ନିଆଯାଇଛି । ଆସନ୍ତା ରମଜାନରେ ଲାଉଡ ସ୍ପିକରର ସଂଖ୍ୟା କମାଇବା ପାଇଁ ନିଦେ୍ର୍ଦଶ ଦେଇଛନ୍ତି ସାଉଦି ଆରବ ସରକାର । ମାର୍ଚ୍ଚ ୨୨ ତାରିଖରୁ ଆରମ୍ଭ ହେଉଛି ପବିତ୍ର ରମଜାନ ପର୍ବ । କିନ୍ତୁ ଏହାପୂର୍ବରୁ ମାସକ ପାଇଁ ବିଭିନ୍ନ ପ୍ରତିବନ୍ଧକ ଲାଗୁ କରିଛନ୍ତି ସାଉଦି ଆରବ ସରକାର । ରମଜାନ ସମୟରେ ଲାଉଡ ସ୍ପିକର ସଂଖ୍ୟା କମ୍ କରିବା ସହ ମସଜିଦ ଭିତରେ ଅଜାନର ପ୍ରସାରଣ ଉପରେ ମଧ୍ୟ ରୋକ ଲଗାଯାଇଛି । ମସଜିଦ ଭିତରେ ଲାଉଡ ସ୍ପିକରକୁ ବାରଣ କରିଥିବା ବେଳେ ଆଇଡି ବିନା କୌଣସି ବ୍ୟକ୍ତି ଇତିକାଫ ହେବନାହିଁ ଏବଂ ନମାଜର କୌଣସି ପ୍ରସାରଣ ନ କରିବା ଏବଂ ମସଜିଦ ମଧ୍ୟରେ ଇଫତାର ନ କରିବା ପାଇଁ ସରକାରଙ୍କ ତରଫରୁ ନିଦେ୍ର୍ଦଶନାମା ଜାରି ହୋଇଛି । ଇସଲାମୀ ମନ୍ତ୍ରୀ ଶେଖ ଡ. ଅବଦୁଲଲତୀଫ ବିନ ଅବଦୁଲଅଜୀଜଅଲ-ଅଲ- ଅଲଶେଖ ଏହାକୁ ନେଇ ନିଦେ୍ର୍ଦଶ ଦେଇଛନ୍ତି । ନମାଜ ପଢିବା ସମୟରେ ପିଲାମାନଙ୍କୁ ମସଜିଦକୁ ନ ଆଣିବା ପାଇଁ ସରକାର ଅନୁରୋଧ କରିଛନ୍ତି । ଏହାଦ୍ୱାରା ନମାଜରେ ଅସୁବିଧାରେ ପକାଇବା ସହ ଭକ୍ତିଭାବରେ ଭଙ୍ଗ ସୃଷ୍ଟି କରିଥାଏ । ପବିତ୍ର ରମଜାନ ମାସରେ ଇମାମ ଏବଂ ମୁଏଜିନ ଅନୁପସ୍ଥିତ ରହିବା ଉଚିତ ନୁହେଁ । ତେବେ ଆବଶ୍ୟକ ହେଲେ ନିଜ ଅନୁପସ୍ଥିତି ସମୟରେ ଅନ୍ୟ ଜଣଙ୍କୁ ଦାୟିତ୍ୱ ହସ୍ତାନ୍ତର କରିପାରିବେ । କିନ୍ତୁ ଏହା ମନ୍ତ୍ରଣାଳୟର ଶାଖାର ଅନୁମୋଦନ କ୍ରମେ କରାଯିବ । ତେବେ ଏହି ଅନୁପସ୍ଥିତିର ଅବଧି ସ୍ୱୀକାର୍ଯ୍ୟ ଅବଧିରୁ ଅଧିକ ହୋଇ ପାରିବ ନାହିଁ । ସରକାରଙ୍କ ଏହି ନିଦେ୍ର୍ଦଶନାମାରେ ପ୍ରାର୍ଥନାକୁ ନେଇ ଅଧିକ ଗୁରୁତ୍ୱ ପ୍ରଦାନ କରାଯାଇଛି । ଲାଉଡ ସ୍ପିକର ବ୍ୟାନ ହୋଇଥିବା ବେଳେ ଉଚ୍ଚ ସ୍ୱରରେ ପ୍ରାର୍ଥନା ନ କରିବା ପାଇଁ ଆଦେଶ ଦେଇଛନ୍ତି ସରକାର । ଏହାସହିତ ନମାଜର କୌଣସି ପ୍ରସାରଣକୁ ମଧ୍ୟ ସେ ବାରଣ କରିଛନ୍ତି ।

Leave a Reply