Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ବିଏସଏଫରେ ପୂର୍ବତନ ଅଗ୍ନିବୀରଙ୍କ ପାଇଁ ୧୦ ପ୍ରତିଶତ ସଂରକ୍ଷଣ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ବିଏସଏଫରେ ପୂର୍ବତନ ଅଗ୍ନିବୀରଙ୍କ ପାଇଁ ୧୦ ପ୍ରତିଶତ ସଂରକ୍ଷଣ

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ଉଚ୍ଚାକାକ୍ଷୀ ସ୍କିମ ଅଗ୍ନିପଥ ଯୋଜନାରେ ଏକ ନୂଆ ବ୍ୟବସ୍ଥା ଯୋଡ଼ିଛନ୍ତି କେନ୍ଦ୍ର ସରକାର । ବିଏସଏଫରେ ଖାଲିପଦପୀରେ ପୂର୍ବତନ ଅଗ୍ନିବୀରଙ୍କ ପାଇଁ ୧୦ ପ୍ରତିଶତ ସଂରକ୍ଷଣ ରଖାଯାଇଛି । ସୀମା ସୁରକ୍ଷା ବଳ, ଜେନେରାଲ ଡୁ୍ୟଟି କ୍ୟାଡର (ଅଣ ଗେଜେଟେଡ୍) ନିଯୁକ୍ତି ନିୟମ ୨୦୧୫ ସଂଶୋଧନ କରି ଏକ ବିଜ୍ଞପ୍ତି ପ୍ରକାଶ ପାଇଛି । ଏହାକୁ ମାର୍ଚ୍ଚ ୯ରୁ ଲାଗୁ କରାଯାଇଛି । ପୂର୍ବତନ ଅଗ୍ନିବୀରଙ୍କ ପାଇଁ ବୟସ ସୀମା ୫ବର୍ଷ ଏବଂ ଅନ୍ୟମାନଙ୍କ ପାଁ ୩ ବର୍ଷ କୋହଳ କରାଯାଇଛି । ସେହିପରି ପୂର୍ବତନ ଅଗ୍ନିବୀରଙ୍କୁ ଶାରୀରିକ ପରୀକ୍ଷା ହେବାକୁ ପଡ଼ିବନି ।
ଗତ ୨୦୨୨ ଜୁନ୍ ୧୪ରେ ଅଗ୍ନିପଥ ଯୋଜନାର ଶୁଭାରମ୍ଭ କରିଥିଲେ କେନ୍ଦ୍ର ସରକାର । ଅଗ୍ନିପଥ ହେଉଛି ତିନି ବାହିନୀରେ ଏକ ମେଧା-ଆଧାରିତ ନିଯୁକ୍ତି ଯୋଜନା । ସଶସ୍ତ୍ର ବାହିନୀରେ ନିୟମିତ କ୍ୟାଡରରେ ଏମାନଙ୍କୁ କାମ କରିବାର ସୁଯୋଗ ମିଳିବ । ଯେଉଁମାନେ ଅଗ୍ନିପଥ ଯୋଜନାରେ ନିଯୁକ୍ତି ପାଇବେ ସେମାନଙ୍କୁ ‘ଅଗ୍ନିବୀର’ କୁହାଯିବ । ଅଗ୍ନିବୀରମାନଙ୍କୁ ତାଲିମ ଅବଧି ସମେତ ୪ ବର୍ଷ ପାଇଁ ନିଯୁକ୍ତି ମିଳିବ । ୪ ବର୍ଷ ପରେ ମାତ୍ର ୨୫ ପ୍ରତିଶତ ଅଗ୍ନିବୀରଙ୍କୁ ସେମାନଙ୍କ ମେଧା, ଯୋଗ୍ୟତା, ଆଗ୍ରହ ଓ ମେଡିକାଲ ଫିଟ୍ନେସ୍ ଭିତିରେ ପୁଣି ତାଲିମ ଦିଆଯିବ ବା ନିୟମିତ କ୍ୟାଡର ପାଇଁ ତାଲିକାଭୁକ୍ତ କରାଯିବ । ଏହାପରେ ସେମାନେ ଆଉ ୧୫ ବର୍ଷ ବା ପୂରା ଅବଧି ସେନାରେ ଚାକିରି କରିପାରିବେ । ପ୍ରଥମ ଚାରିବର୍ଷ ସେମାନେ ଠିକା ଭିତିରେ ନିଯୁକ୍ତି ପାଇବେ । ଏହାକୁ ଅନ୍ତିମ ପେନସନ ସୁବିଧା ପାଇଁ ବିଚାରକୁ ନିଆଯିବ ନାହିଁ । ବାକି ଯେଉଁ ୭୫ ପ୍ରତିଶତ ୪ ବର୍ଷ ପରେ ସେନାରୁ ବିଦା ହୋଇଯିବେ ସେମାନଙ୍କୁ ୧୧-୧୨ ଲକ୍ଷ ଟଙ୍କାର ଏକ ‘ସେବାନିଧି’ ପ୍ୟାକେଜ ମିଳିବ । ଏହି ଟଙ୍କା ସେମାନଙ୍କ ଚାକିରିକାଳୀନ ଦରମାରୁ କଟିଥିବା ୩୦ ପ୍ରତିଶତ ଦରମାରୁ ମିଳିବ । ଏଥି ସହ ସ୍କୁଲ ସାର୍ଟିଫିକେଟ୍ ଏବଂ ବ୍ୟାଙ୍କ ଲୋନ୍ ବି ମିଳିବ । ଏହି ୧୧-୧୨ ଲକ୍ଷ ଟଙ୍କା ସେମାନଙ୍କୁ ପରବର୍ତୀ କ୍ୟାରିୟର ଗଢ଼ିବାରେ ସାହାଯ୍ୟ କରିବ ।

Leave a Reply