Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ବିଦେଶରେ ଭାରତ ବିରୋଧୀ କାର୍ଯ୍ୟ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ବିଦେଶରେ ଭାରତ ବିରୋଧୀ କାର୍ଯ୍ୟ

ସୌମେନ୍ଦ୍ର ଜେନା

 ଜେନେଭାରେ ନାମବିହୀନ ଭାରତ ବିରୋଧୀ ବ୍ୟାନର ସବୁ ସଡକ କଡରେ ଲାଗିବାକୁ ନେଇ ଭାରତର ବିଦେଶ ବିଭାଗ ସ୍ୱିଜରଲାଣ୍ଡର ରାଷ୍ଟ୍ରଦୂତଙ୍କୁ ନୂଆଦିଲ୍ଲୀରେ ସତର୍କ କରାଇଛନ୍ତି । ସେମିତି ଅଷ୍ଟ୍ରେଲିଆରେ କମ୍ଦିନ ମଧ୍ୟରେ ୪ଥର ମନ୍ଦିର ଉପରେ ଖାଲିସ୍ଥାନୀଙ୍କ ଆକ୍ରମଣ ହୋଇଛି । ଆମେରିକାର ରାଷ୍ଟ୍ରପତି ପ୍ରାର୍ଥୀ ନିକି ହେଲୀଙ୍କ ବିରୋଧରେ ଏନ୍ ଫୋଲ୍ଟର ନାମକ ଜଣେ ଲେଖିକା ଭାରତ ବିରୋଧୀ ମନ୍ତବ୍ୟ ଦେଇଛନ୍ତି । ଏସବୁ ଆକସ୍ମିକ ନୁହେଁ ବରଂ ଦୀର୍ଘଦିନ ଧରି ·ଲି ଆସିଥିବା ପ୍ର·ରର ପରିଣାମ ।  ସେମିତି ଆମେରିକାରେ ଜଷ୍ଟିସ ଫର୍ ଅଲ୍ ସଂଗଠନ ଓ ପାକ୍ର ଷଡଯନ୍ତ୍ରର ପରିଣାମ ହେଉଛି ବିଦେଶରେ ଭାରତକୁ ବଦନାମ କରିବାର ଅପପ୍ରୟାସ, ସ୍ୱେଚ୍ଛାସେବୀ ସଂଗଠନ ନାମରେ ଅସ୍ୱଚ୍ଛ କାର୍ଯ୍ୟର ସ୍ପଷ୍ଟ ଉଦାହରଣ । କୋସୋଭୋ ଠାରୁ ବହୁ ଦୂରରେ କୋସୋଭା ଟାସ୍କ ଫୋର୍ସ ନାମରେ ସଂଗଠନ ଗଢାଯିବା ପରି କାଶ୍ମୀରଠାରୁ ଦୂରରେ ରହି ଏହି ସଂଗଠନ ଭିନ୍ନ ଭିନ୍ନ ନାମରେ ·ନ୍ଦା ସଂଗ୍ରହର ଅଭିଯାନ ଜାରି ରଖିଛି । ଜଷ୍ଟିସ ଫଲ୍ ଅଲ୍ ଅନେକଗୁଡିଏ ପ୍ରକଳ୍ପ ଆମେରିକାରୁ ଭିନ୍ନ ଭିନ୍ନ ଦେଶକୁ ନିୟନ୍ତ୍ରଣ କରିବା ପାଇଁ, ·ନ୍ଦା ଆଦାୟ ପାଇଁ ଚଳାଇଛି । ଏହା ମାଧ୍ୟମରେ ବର୍ଷା ସାରା ପ୍ର·ର ଯୁଦ୍ଧ ·ଲୁ ରହିବ ଏବଂ ଅର୍ଥାଗମ ଧାରା ଜାରିରହିବ । ଏହି ସବୁ ପ୍ରକଳ୍ପ ହେଲା ଶ୍ରୀଲଙ୍କା ଟାସ୍କ  ଫୋର୍ସ, ଫ୍ରି କାଶ୍ମୀର, ସେଭ୍ ୟୁଘୁର, ଫ୍ରି ସବିର ଶାହ, ସେଭ୍ ଇଣ୍ଡିଆ, ଫେଥ୍ କୋଆଲିସନ,  ବର୍ମା ଟାସ୍କ ଫୋର୍ସ । ଏସବୁ ପ୍ରକଳ୍ପ ଆରମ୍ଭ କରିବା ପୂର୍ବରୁ ଜେଏଫ୍ଏ ବର୍ମା ମୁସଲିମ ଏବଂ ବଙ୍ଗଳାଦେଶ ଆଲର୍ଟ ନାମରେ ଦୁଇଟି  ପ୍ରକଳ୍ପ ଚଳାଉଥିଲେ ମଧ୍ୟ ପାକ୍ ସଂପର୍କରେ ଗୋଟିଏ ମଧ୍ୟ ପ୍ରକଳ୍ପ କରିନାହିଁ । 
୫ ଅଗଷ୍ଟ ୨୦୧୯ରେ ଭାରତ ସରକାର କାଶ୍ମୀରରୁ ଧାରା ୩୭୦ ହଟାଇବା ପରେ ଫ୍ରି କାଶ୍ମୀର ପ୍ରକଳ୍ପ ଆରମ୍ଭ ହୋଇଥିଲା । ଆମେରିକାରେ ଥିବା ଅନେକଗୁଡିଏ ଭାରତୀୟ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନରୁ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ୭ ଅଗଷ୍ଟ ୨୦୧୯ରେ  ଆମେରିକାରେ ପ୍ରଥମେ ବିକ୍ଷୋଭ ପ୍ରଦର୍ଶନ କରାଯିବା ପରଠାରୁ କାର୍ଯ୍ୟକ୍ରମ ହୋଇ ୧୩ ଅଗଷ୍ଟ ୨୦୧୯ରେ ଏହାର ୱେବସାଇଟ ଖୋଲାଯାଇଥିଲା ,ଯାହାର ନାମଥିଲା କାଶ୍ମୀର ଆକ୍ସନ୍ ଡଟ୍ ଓଆର୍ଜି  । ଏହା ଆରମ୍ଭ ହେବାପରେ ଷ୍ଟାଣ୍ଡ୍ ୱିଥ୍ କାଶ୍ମୀର, ୱ୍ାର୍ଲ୍ଡ କାଶ୍ମୀର ଫ୍ରୀଡମ୍ ମୁଭମେଣ୍ଟ , ଦି ଜଷ୍ଟିସ ଫାଉଣ୍ଡେସନ, କାଶ୍ମୀର ଇନ୍ଷ୍ଟିଚୁ୍ୟଟ ଅଫ୍ ଇଣ୍ଟରନେସନାଲ ସଂଗଠନ ସହ ମିଶି କାର୍ଯ୍ୟ କଲା । ଆମେରିକାରେ କାଶ୍ମୀର ନାମରେ ଅନେକଗୁଡିଏ ସଂସ୍ଥା ବର୍ଷସାରା କାମ କରିବାକୁ ·ନ୍ଦା ସଂଗ୍ରହ କରିଥାନ୍ତି କିମ୍ବା ପାକ୍ରୁ ନିୟମିତ ଅର୍ଥ ପାଇଥାନ୍ତି । ପାକ୍ ସରକାର ବିଦେଶରେ ଭାରତ ବିରୋଧୀ ପ୍ର·ର ପାଇଁ ଯେଉଁ ଅର୍ଥ ଦେଇଥାନ୍ତି ସେଥିରୁ ଅଧିକ ଆମେରିକା, ବ୍ରିଟେନ, କାନାଡାରେ ଉପଯୋଗ ହୋଇଥାଏ ।
ଆମେରିକାରେ କାର୍ଯ୍ୟରତ ଜମାତର ଦ୍ୱିତୀୟ ପିଢୀ ତଥା ଘୁଲାମ ନବି ଫାୟିର ପିଲାମାନେ ଏବଂ ତାର ବନ୍ଧୁ ସଂଗଠନ କାଶ୍ମୀର ଆମେରିକାନ୍ କାଉନସିଲ ହିଁ ଷ୍ଟାଣ୍ଡ୍ ୱିଥ୍ କାଶ୍ମୀର  (ଏସ୍ଡବ୍ଲୁକେ)କୁ ଚଳାଉଛନ୍ତି । ଘୁଲାମ ନବି ଫାୟିଙ୍କ ସହଯୋଗୀ ମହମ୍ମଦ ଅକ୍ରାମ ଦରର ପୁଅ ଐଜାଜ୍ ଦର ଷ୍ଟାଣ୍ଡ୍ ୱିଥ୍ କାଶ୍ମୀର ସଂସ୍ଥାର ସଂସ୍ଥାପକ । ତାଙ୍କ ସହ କାଶ୍ମୀର ଆମେରିକାନ କାଉନସିଲର ୟୁସୁଫ ଫାଜିଲିର କନ୍ୟା ହଫସା କଞ୍ଜୱାଲ ଏବଂ ସମୀରା ଫାଜିଲି ରହିଛନ୍ତି । ଅନ୍ୟଜଣେ ଖାଲିସ୍ଥାନୀ ସମର୍ଥକ ହୁମା ଦର ମଧ୍ୟ ସେମାନଙ୍କ ସହ ରହିଛନ୍ତି ।  କାଶ୍ମୀରକୁ ଭାରତଠାରୁ ଅଲଗା କରିବାଲାଗି ଏମାନେ ଆମେରିକାରେ ଭାରତ ବିରୋଧୀ ପ୍ର·ର ଯୁଦ୍ଧ ଜାରି ରଖିଛନ୍ତି । ସେମାନଙ୍କ ଛଡା ଅନ୍ୟ ଏକ ସଂଗଠନ ‘ୱର୍ଲ୍ଡ କାଶ୍ମୀର ଫ୍ରିଡମ୍ ମୁଭମେଣ୍ଟ’ ଆଇଏସ୍ଆଇର ବ୍ୟକ୍ତି ସ୍ୱର୍ଗତ ମହମ୍ମଦ ଅୟୁବ ଠାକୁର ଦ୍ୱାରା ବ୍ରିଟେନରେ ଆରମ୍ଭ ହୋଇଥିଲା । ୧୩ଜୁଲାଇ ୧୯୯୧ରେ ସଂସ୍ଥା  ପ୍ରଥମ ଆନ୍ତର୍ଜାତିକ ସମ୍ମିଳନୀର ଆୟୋଜନ କରିଥିଲା, ଯେଉଁଥିରେ ସିନେଟର ମୁସାହିଦ ହୁସେନ ଯୋଗ ଦେଇଥିଲେ । ଅୟୁବ ଠାକୁରର ମୃତୁ୍ୟପରେ ସଂସ୍ଥା ବନ୍ଦ ହୋଇ ଯାଇଥିଲା । ୨୦୧୬ରେ ଅୟୁବର ପୁଅ ମୁଜାମ୍ମିଲ ଅୟୁବ ଠାକୁର ପୁନର୍ବାର ପାକ୍ ସହଯୋଗରେ ସଂସ୍ଥାକୁ ପଞ୍ଜିକୃତ କରି ପ୍ର·ର ଚଳାଇଛି । ସେହିପରି ଅୟୁବ ଦ୍ୱାରା ୨୦୦୩ରେ ଦି ଜଷ୍ଟିସ ଫାଉଣ୍ଡେସନ ଆରମ୍ଭ ହୋଇଥିଲା ।  ପରେ ସଂସ୍ଥାକୁ ଘୁଲାମ ନବି ଫାୟି ହାତକୁ ନେଇଥିଲା, ଯାହା ୨୦୧୫ରେ ଭାଙ୍ଗି ଯାଇଥିଲା । ମୁଜ୍ଜାମିଲ ଠାକୁର ଅକ୍ଟୋବର ୨୦୧୬ରେ ପୁନର୍ବାର ଏହାକୁ ପଞ୍ଜିକୃତ କରି କାର୍ଯ୍ୟାରମ୍ଭ କରିଛି । 
ଭାରତରୁ କାଶ୍ମୀରକୁ ବିଚ୍ଛିନ୍ନ କରିବା ଉଦେ୍ଦଶ୍ୟ ନେଇ ଜେଏଫ୍ଏ ସଂଗଠନ ଆମେରିକାରେ କିଛି ଲୋକଙ୍କୁ କାର୍ଯ୍ୟରେ ଲଗାଇଛି,ଯାହା ପାକ୍ ପଛରେ ସରକାରଙ୍କ ସମର୍ଥନ ରହିଛି । ସେହି ବ୍ୟକ୍ତିମାନେ ହେଲେ ଆମେରିକାର ପାକ୍ ରାଷ୍ଟ୍ରଦୂତ ମସୁଦ ଖାଁ, ମୁହମ୍ମଦ ଅୟୁବ ଠାକୁରର ପୁଅ ମୁଜ୍ଜାମ୍ମିଲ ଠାକୁର , ମୁଜାଫରାବାଦରେ ହୁରିୟାତ ସଂଯୋଜକ ଭାବେ କାର୍ଯ୍ୟ କରିଥିବା ଘୁଲାମ ମହମ୍ମଦ ସାଫିର କନ୍ୟା ସାଇସ୍ତା ସାଫି,କାଶ୍ମୀରର ମହିଳା ସନ୍ତ୍ରାସୀ ନେତ୍ରୀ ଆସିୟା ଅନ୍ଦ୍ରାବୀର ପୁଅ ଅହମ୍ମଦ ବିନ କାଶିମ, କ୍ରିଟିକାଲ କାଶ୍ମୀର ଷ୍ଟଡିଜର ସହ ସଂସ୍ଥାପକ ଡକ୍ଟର ଅଥର ଜିଆ, କାଶ୍ମୀରୀ ଆମେରିକାନ ଆସୋସିଏନର ନିଦେ୍ର୍ଦଶକ ସର୍ଦ୍ଦାର ଜୁଲଫିକର ଅଲି ଖାଁ । ୨୫ ଜୁଲାଇ  ୨୦୨୦ରେ ଫ୍ରି କାଶ୍ମୀର ପକ୍ଷରୁ ଆୟୋଜିତ ୱେବିନାରକୁ ଉପରୋକ୍ତ ବ୍ୟକ୍ତିମାନଙ୍କ ଛଡା ଅବଦୁଲ ମାଜିଦ ମୁଜାହିଦ ଏବଂ ହେନା ଜୁବେରିଙ୍କୁ ନିମନ୍ତ୍ରଣ କରାଯାଇଥିଲା । ତା ପୂର୍ବରୁ ୧୫ମଇ ୨୦୨୦ରେ ଜେଏଫ୍ଏ ପକ୍ଷରୁ କାଶ୍ମୀର ସଂକ୍ରାନ୍ତରେ ୱେବିନାର ହେନା ଜୁବେରି ଆୟୋଜନ କରି ମୁଜାମ୍ମିଲ ଠାକୁର ଏବଂ ତା ପନôୀ ସାଇସ୍ତା  ସାଫିକୁ ସାମିଲ କରିଥିଲେ । 
ଏଠାରେ ଉଲ୍ଲେଖନୀୟ ବିଷୟ ହେଲା ଯେ ୨୦୧୯ରେ ଅଲ୍ ପାର୍ଟି ହୁରିୟାତ୍ କନ୍ଫରେନ୍ସରୁ ସ୍ୱର୍ଗତ ସୟଦ ଅଲି ଶାହ  ଜିଲାନୀ ଇସ୍ତଫା ଦେଇଥିଲେ । ସେ ଥିଲେ ଏହାର ଅଧ୍ୟକ୍ଷ । ସୈସ୍ତା ସାଫିଙ୍କ ପିତା ଓ ପାକ୍ ଅଧିକୃତ କାଶ୍ମୀର ନେତା ଘୁଲାମ ମହମ୍ମଦ ସାଫିଙ୍କ ସହ ତାଙ୍କର ମତଭେଦ ସୃଷ୍ଟି ହୋଇଥିଲା । ୨୦୧୯ରେ ସୟଦ ଜିଲାନୀ ଘୁଲାମ ମହମ୍ମଦ ସାଫିଙ୍କୁ ଦାୟିତ୍ୱରୁ ହଟାଇ ହିଜବୁଲ ମୁଜାହିଦ୍ଦୀନର ଜଣେ ପୂର୍ବତନ ସଦସ୍ୟଙ୍କୁ ପାକ୍ ଅଧିକୃତ କାଶ୍ମୀରର ଆଲ ପାର୍ଟି ହୁରିୟାତ ସଂଯୋଜକ କରିଥିଲେ । ୨୦୧୮ରେ ଗିଲାନୀ ସାଫିଙ୍କ ବିରୁଦ୍ଧରେ ଅର୍ଥ ତୋଷରପାତର ଅଭିଯୋଗ ଆଣିଥିଲେ । ଡାକ୍ତରୀ ପଢିବା ପାଇଁ ପାକ୍ ଯାଉଥିବା ଛାତ୍ରଛାତ୍ରୀଙ୍କ ଠାରୁ ସାଫି ସିଟ୍ ବିକ୍ରି ପାଇଁ ·ନ୍ଦା ଆଦାୟ କରୁଥିଲେ ବୋଲି ଅଭିଯୋଗ ହୋଇଥିଲା । ଅବଶ୍ୟ ସେହି ଅଭିଯୋଗ ସତ୍ୟ ଥିଲା । କାରଣ ଏନ୍ଆଇଏର ତଦନ୍ତରୁ ତାହା ଗଣମାଧ୍ୟମକୁ ଆସି ସାରିଥିଲା । ତେବେ ଜିଲାନୀଙ୍କୁ ହଟାଇ ସାଫିଙ୍କୁ ଦାୟିତ୍ୱ ଦେବାଲାଗି ଆଇଏସ୍ଆଇ ·ହୁଁଥିଲା । କଥା ହେଲା ଯେ କାଶ୍ମୀର ନାମରେ ଆଇଏସ୍ଆଇ ଅର୍ଥ ଦେଉଥିବା ହେତୁ ନିଜ ସୁବିଧା ପାଇଁ ସାଫିଙ୍କୁ ଦାୟିତ୍ୱ ଦେଇ ନିଜ ହାତମୁଠାକୁ ଟାଣ କରିବାକୁ ·ହୁଁଥିଲା । କାଶ୍ମୀର ରାଜନୀତିରେ ଆଇଏସ୍ଆଇର ପ୍ରମୁଖ ଭୂମିକା ରହିଥିଲା । 
ଏବେ ପୁଣି ଆମେରିକାରେ ସ୍ୱେଚ୍ଛାସେବୀଙ୍କ ଷଡଯନ୍ତ୍ର କଥା ବି·ର କରାଯାଉ । ଏଥିରେ ଯେଉଁ  ଯେଉଁ ଲୋକେ ସାମିଲ ରହିଛନ୍ତି ସେମାନଙ୍କ ପରିଚୟ ଜାଣିବା ନିହାତି ଜରୁରୀ । ଏମାନଙ୍କ ମଧ୍ୟରୁ ମହମ୍ମଦ ଅବଦୁଲ ଜବ୍ବାର ଅନ୍ୟତମ । ଜବ୍ବାର  ଆମେରିକାବାସୀ ପାକିସ୍ଥାନୀ । ତାର ପୂର୍ବରୁ ସ୍ୱେଚ୍ଛାସେବୀ ସଂଗଠନର ଅନୁଭୂତି ରହିଥିଲା । ଥିଓଲୋଜୀରେ ପିଏଚ୍ଡି ହାସଲ କରିଥିବା ଜବ୍ବାର ସେପ୍ଟେମ୍ବର ୨୦୧୯ରୁ ଫ୍ରି କାଶ୍ମୀର ପ୍ରକଳ୍ପର ମୁଖ୍ୟ ଭାବରେ କାର୍ଯ୍ୟରତ । ପୂର୍ବରୁ ଇସଲାମାବାଦସ୍ଥିତ ଇଣ୍ଟରନେସନାଲ ଇସଲାମିକ ୟୁନିଭରସିଟୀରେ ୨୦ବର୍ଷ ପାଇଁ ଜୁନ୍ ୧୯୮୫ରୁ ମଇ ୨୦୦୫ ଯାଏଁ ସେ ଅଧ୍ୟାପନା କରିଥିଲା । ଏହି ଗୋଷ୍ଠୀର ଅନ୍ୟଜଣେ ପାକିସ୍ଥାନୀ ହେଲେ ଜେଏଫ୍ଏରେ ଅଧ୍ୟକ୍ଷା ଭାବେ କାର୍ଯ୍ୟରତ ଏବଂ ମୁସଲିମ୍ ନେଟୱାର୍କ ଟିଭିର ଉପସ୍ଥାପିକା । ଜେଏଫ୍ର ଫ୍ରି କାଶ୍ମୀର ପ୍ରକଳ୍ପକୁ ଚଳାଉଥିବା ଲୋକଙ୍କ ମଧ୍ୟରେ ସେ ଅନ୍ୟତମ । ଜେଏଫ୍ଏ କାନାଡାର ୱେବସାଇଟରେ ଯେଉଁସବୁ ତଥ୍ୟ ପ୍ରଦାନ କରାଯାଇଛି,ସେସବୁର ଉତ୍ସ କାଶ୍ମୀର ମିଡିଆ ସର୍ଭିସ ଏବଂ ସିଜେ ୱାର୍ଲେମାନ ହିଁ  ରହିଆସିଛି । 
କାଶ୍ମୀର ମିଡିଆ ସର୍ଭିସ ସ୍ୱର୍ଗତ ଶେଖ୍ ତାଜମ୍ମୁଲ ଇସଲାମଙ୍କ ଦ୍ୱାରା ଇସଲାମାବାଦରେ ପଞ୍ଜିକୃତ କାଶ୍ମୀର ସମ୍ବାଦ ସେବା ଯାହା ପାକ୍ର ଦୃଷ୍ଟିକୋଣ ଆଧାରିତ ସମ୍ବାଦ ପରିବେଷଣ କରିଥାଏ । ତାଜମ୍ମୁଲ ଇସଲାମ ଶ୍ରୀନଗର ବାସିନ୍ଦା ହେଲେ ହେଁ ୧୯୮୦ ଦଶକରେ ସେ ପାକ୍କୁ ·ଲିଯାଇଥିଲେ । ୧୯୮୦ଦଶକରେ ସେ ସ୍କୁଲ ପିଲାମାନଙ୍କୁ କାଶ୍ମୀରରେ ଜମିଆତ-ଇ-ତଲାବାରେ କାର୍ଯ୍ୟକରିବା ପାଇଁ ପ୍ରୋତ୍ସାହିତ କରୁଥିଲେ । ସେ ଜମାତେ ଇସଲାମୀର ‘ଦୈ÷ନିକ ଅଜାନ’ର ମୁଖ୍ୟ ସଂପାଦକ ଦାୟିତ୍ୱରେ ଥିଲେ । ସେପ୍ଟେମ୍ବର ୨୦୨୧ରେ ତାଜମ୍ମୁଲଙ୍କର ମୃତୁ୍ୟ ହୋଇଥିଲା । କାଶ୍ମୀର ମିଡିଆ ସର୍ଭିସ ଅନେକ ସମୟରେ ଭାରତ ବିଷୟରେ ମିଛ ଖବରମାନ ପ୍ରସାର କରିଥାଏ । 
ସିଜେ ୱାର୍ଲେମାନ ଜଣେ ଅଷ୍ଟ୍ରେଲିୟ ସାମ୍ବାଦିକ ଯିଏକି ଫରିଦ ଜାକରିଆ, ୱିଲିୟମ  ବ୍ରୋଲେସ ଜୁନିଅର, ରୋବର୍ଟ ପେପେ, ଏଡୁଆର୍ଡୋ ପୋର୍ଟର ଆଦି ଲେଖକଙ୍କ ଲେଖାକୁ କପି କରି ଲେଖିଥାଏ । କାଶ୍ମୀର ଓ ପାଲେଷ୍ଟାଇନ ସଂପର୍କୀତ ଅନେକ ମିଛ ଖବର ସେ ପ୍ରସାରିତ କରିଥାଏ ।  ୨୩ ନଭେମ୍ବର ୨୦୨୧ରେ ଭାରତ ବିରୋଧୀ ବୟକଟ, ଡିଭେଷ୍ଟମେଣ୍ଟ ଏଣ୍ଡ୍ ସାଙ୍କସନ୍ସ ମୁଭମେଣ୍ଟ (ବିିଡିଏସ୍ ମୁଭମେଣ୍ଟ) ରେ ସେ ସାମିଲଥିଲା । ଏମିତି ଦେଖିବାକୁ ଗଲେ ଅନେକ ଗୋଷ୍ଠୀ ଏବଂ ବ୍ୟକ୍ତି କାଶ୍ମୀର ସଂକ୍ରାନ୍ତରେ ଅନବରତ ମିଛ ଖବରମାନ  ପ୍ରସାରିତ କରି ବିଶ୍ୱରେ ଜନସାଧାରଣଙ୍କୁ ଭୁଆଁ ବୁଲାଇ ଆସୁଛନ୍ତି । 

ଭାରତୀୟ ସମ୍ବାଦ ସେବା (ଭାସ୍)
ଭୁବନେଶ୍ୱର-୭୫୧୦୦୩

Leave a Reply