Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଇରାନରେ ଶହ ଶହ ମହିଳାଙ୍କୁ ଦିଆଗଲା ବିଷ! - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଇରାନରେ ଶହ ଶହ ମହିଳାଙ୍କୁ ଦିଆଗଲା ବିଷ!

ଇରାନରେ ଶହ ଶହ ମହିଳାଙ୍କୁ ଦିଆଗଲା ବିଷ!

ତେହେରାନ: ଇରାନରେ ଚମକାଇବା ଭଳି ଏକ ମାମଲା ସାମ୍ନାକୁ ଆସିଛି । ଏଠାରେ ଏକ ସହରରେ ଝିଅମାନଙ୍କୁ ସ୍କୁଲ ଯିବାରୁ ରୋକିବାକୁ ସେମାନଙ୍କୁ ଜହର ବା ବିଷ ଦିଆଯାଇଥିବା ଜଣାପଡିଛି । ଇରାନର ଜଣେ ମନ୍ତ୍ରୀ ଏହି ତଥ୍ୟ ସମ୍ପର୍କରେ ପ୍ରକାଶ କରିଛନ୍ତି । ସେ କହିଛନ୍ତି ଇରାନର ପବିତ୍ର ସହର କୋମ ସମେତ ଅନ୍ୟ ସ୍ଥାନରେ ଝିଅମାନଙ୍କ ସ୍କୁଲକୁ ବନ୍ଦ କରିବାକୁ କେତେଜଣ ଲୋକଙ୍କ ଦ୍ୱାରା କେତେଜଣ ଛାତ୍ରୀଙ୍କୁ ଜହର ଦେଇ ଦିଆଯାଇଛି । ଉକ୍ତ ବିଷକୁ କେମିକାଲ କମ୍ପାଉଣ୍ଡ ଭାବେ ଦିଆଯାଇଥିବା ବେଳେ ଏହି ମାମଲାରେ ଏବେ ପର୍ଯ୍ୟନ୍ତ କେହି ଗିରଫ ହୋଇ ନାହାନ୍ତି । ଏବେ ମାମଲାର ଯାଞ୍ଚ ଚାଲିଛି । ମଡିଆ ରିପୋର୍ଟ ଅନୁଯାୟୀ, ଇରାନର ୪ ସହରରେ ୧୪ ସ୍କୁଲରେ ପଢୁଥିବା ଝିଅମାନଙ୍କୁ ଟାର୍ଗେଟ କରାଯାଇଛି । ଏଥିରେ ଉତ୍ତର ପଶ୍ଚିମ ସହର ଆନେ୍ଦଂବିଲ, ରାଜଧାନୀ ତେହେରାନ, ପଶ୍ଚିମ ସହର ବୋରୋଜର୍ଦ ଓ କୋମ ସହର ସାମିଲ ହୋଇଛି । କୋମକୁ ଇରାନର ପବିତ୍ର ସହର ବୋଲି କୁହାଯାଏ । ଏହା ଖୁବ ରୁଢିବାଦୀ ଓ ଧାର୍ମିକ ଭାବେ କଟ୍ଟର ସହର ବୋଲି କୁହାଯାଇଥାଏ । ଦେଶର ଅଧିକାଂଶ ନେତା ଓ ରାଷ୍ଟ୍ରପତି କୋମ ସହରରୁ ଧାର୍ମିକ ଶିକ୍ଷା ନେଇଛନ୍ତି । ସୋସିଆଲ ମିଡିଆରେ ବି କିଛି ଭିଡିଓ ଦେଖିବାକୁ ମିଳିଥିଲା ଯେଉଁଥିରେ କେତେକ ନାରାଜ ଲୋକେ ଶିକ୍ଷା ସଂସ୍ଥା ବାହାରେ ବିରୋଧ ପ୍ରଦର୍ଶନ କରୁଥିବା ଦେଖାଯାଇଥିଲା ।

Leave a Reply