Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
କେନ୍ଦ୍ର ସରକାରଙ୍କର ଅଗ୍ନିପଥ ଯୋଜନାକୁ ଦେଶ ହିତରେ ନିଆଯାଇଥିବା ନିଷ୍ପତ୍ତି - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

କେନ୍ଦ୍ର ସରକାରଙ୍କର ଅଗ୍ନିପଥ ଯୋଜନାକୁ ଦେଶ ହିତରେ ନିଆଯାଇଥିବା ନିଷ୍ପତ୍ତି

ଅଗ୍ନିପଥ ଯୋଜନା ବିରୋଧରେ ହୋଇଥିବା ସମସ୍ତ ଆବେଦନ ଖାରଜ

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କର ଅଗ୍ନିପଥ ଯୋଜନାକୁ ଦେଶ ହିତରେ ନିଆଯାଇଥିବା ନିଷ୍ପତ୍ତି ବୋଲି କହିଲେ ଦିଲ୍ଲୀ ହାଇକୋର୍ଟ । ଏଥିସହିତ ଯୋଜନା ବିରୋଧରେ ହୋଇଥିବା ସମସ୍ତ ଆବେଦନକୁ ଖାରଜ କଲେ କୋର୍ଟ । ଅଗ୍ନିପଥ ଯୋଜନାକୁ ନେଇ ହୋଇଥିବା ଆବେଦନର ଆଜି ଶୁଣାଣି କରିଛନ୍ତି ଜଷ୍ଟିସ ସତୀଶ ଚନ୍ଦ୍ର ଶର୍ମା ଓ ସୁବ୍ରମଣ୍ୟମ ପ୍ରସାଦଙ୍କ ଦୁଇ ଜଣିଆ ଖଣ୍ଡପୀଠ । ମାମଲାରେ ଶୁଣାଣି ବେଳେ ଖଣ୍ଡପୀଠ କହିଛନ୍ତି ‘ଦେଶର ସ୍ୱାର୍ଥକୁ ଦୃଷ୍ଟିରେ ରଖି ଓ ସେନାକୁ ସଶସ୍ତ୍ର କରିବାକୁ ପାଇଁ ଅଗ୍ନିପଥ ଯୋଜନା କରାଯାଇଛି ।’ ଏହି ଯୋଜନାରେ ହସ୍ତକ୍ଷେପ କରିବା ଭଳି କୌଣସି କାରଣ ନାହିଁ ବୋଲି ଖଣ୍ଡପୀଠ କହିଛନ୍ତି । ଏଥିସହିତ ଯୋଜନାକୁ ବିରୋଧ କରି କୋର୍ଟରେ ହୋଥିବା ୨୩ଟି ମାମଲାକୁ ଖାରଜ କରିଦେଇଛନ୍ତି । ଖବର ଅନୁସାରେ କେନ୍ଦ୍ର ସରକାରଙ୍କର ଅଗ୍ନିପଥ ଯୋଜନାକୁ ବିରୋଧ କରି ବିଭିନ୍ନ ରାଜ୍ୟର ହାଇକୋର୍ଟ ଗୁଡିକରେ ୨୩ଟି ମାମଲା ହୋଇଥିଲା । ଏହାପରେ ସୁପ୍ରିମକୋର୍ଟ ସମସ୍ତ ମାମଲା ଦିଲ୍ଲୀ ହାଇକୋର୍ଟକୁ ସ୍ଥାନାନ୍ତର କରିଥିଲେ । ଏହା ପୂର୍ବରୁ ଗତବର୍ଷ ଅଗ୍ନିପଥ ଯୋଜନାକୁ ନେଇ ହୋଇଥିବା ବିକ୍ଷୋଭ ପଛର କାରଣ ଖୋଜିବାକୁ ତଦନ୍ତ କରିବା ନେଇ ସୁପ୍ରିମକୋର୍ଟରେ ମାମଲା ହୋଇଥିଲା । ହେଲେ କୋର୍ଟ ଏହାକୁ ଖାରଜ କରିଦେଇଥିଲେ । ସୂଚନା ଥାଉକି, କେନ୍ଦ୍ରର ଅଗ୍ନିପଥ ଯୋଜନାକୁ ଘୋଷଣା ପରେ ଦେଶର ଅନେକ ରାଜ୍ୟରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ସେନାର କମ ସମୟ ଅବଧିକୁ ବିରୋଧ କରି ଏହି ବିରୋଧ ହୋଇଥିଲା । ଏହି ଯୋଜନା ମାଧ୍ୟମରେ ଯୁବକଙ୍କୁ ଅସ୍ଥାୟୀ ଭାବରେ ସେନାରେ ଭର୍ତ୍ତି କରାଯିବ । ସେମାନଙ୍କୁ ଅଗ୍ନିବୀର ବୋଲି କୁହାଯିବ । ଅବସର ପରେ ସେମାନଙ୍କ ଆବଶ୍ୟକୀୟ ଅର୍ଥରାଶି ଓ ଅନ୍ୟ ଚାକିରିରେ ଅଗ୍ନିବୀରଙ୍କୁ ଅଧିକ ଧ୍ୟାନ ଦିଆଯିବ ବୋଲି ସରକାର କହିଥିଲେ । ୪ ବର୍ଷର ଅବଧି ସରିବା ପରେ ଚୟନ ହୋଇଥିବା ଅଗ୍ନିବୀରଙ୍କ ମଧ୍ୟରୁ କେବଳ ୨୫ ପ୍ରତିଶତ ସେନାରେ ଯୋଗ ଦେବେ । ଅନ୍ୟମାନେ ଅବସର ନେବେ । ତେବେ ବୟସ ବ୍ୟବଧାନକୁ ନେଇ ବିରୋଧ ହେବା ପରେ ସରକାର ୨୦୨୨ ପାଇଁ ବୟସକୁ ୨୩ ବର୍ଷ ପର୍ଯ୍ୟନ୍ତ ବଢ଼ାଇ ଦେଇଥିଲେ । ତେବେ ବି ବିଭିନ୍ନ ରାଜ୍ୟରେ ଅଗ୍ନିପଥ ଯୋଜନାକୁ ବିରୋଧରେ ଥାନାରେ ମମଲା ହୋଇଥିଲା । ସୁପ୍ରିମକୋର୍ଟ ଏହାକୁ ଦିଲ୍ଲୀ ହାଇକୋର୍ଟଙ୍କୁ ସ୍ଥାନାନ୍ତର କରିଥିଲେ । ଏହାପରେ ଗତବର୍ଷ ଡିସେମ୍ବର ୧୫ ତାରିଖରେ ଏହି ମାମଲାର ଶୁଣାଣି କରି ନିଜ ନିଷ୍ପତ୍ତି ସଂରକ୍ଷିତ ରଖିଥିଲେ

Leave a Reply