Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ବେଆଇନ୍ ଗୋଚାଲଣ, ଗୋ ହତ୍ୟା ଓ ଗୋ ମାଂସ ରପ୍ତାନୀ କାରିଙ୍କ ବିରୁଦ୍ଧରେ ଆରକ୍ଷୀ ଅଧିକ୍ଷକଙ୍କୁ ଦାବିପତ୍ର ପ୍ରଦାନ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ବେଆଇନ୍ ଗୋଚାଲଣ, ଗୋ ହତ୍ୟା ଓ ଗୋ ମାଂସ ରପ୍ତାନୀ କାରିଙ୍କ ବିରୁଦ୍ଧରେ ଆରକ୍ଷୀ ଅଧିକ୍ଷକଙ୍କୁ ଦାବିପତ୍ର ପ୍ରଦାନ

ପୁରୀ: ବେଆଇନ୍ ଗୋଚାଲଣ, ଗୋ ହତ୍ୟା ଓ ଗୋ ମାଂସ ରପ୍ତାନୀ କାରିଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରି ସଂସ୍କୃତି ଓ ଗୋ ସୁରକ୍ଷା ମଞ୍ଚ ପକ୍ଷରୁ ସୋମବାର ଆରକ୍ଷୀ ଅଧିକ୍ଷକଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ମଞ୍ଚ ଅଭିଯୋଗ ପତ୍ରରେ ଦର୍ଶାଇଛି ପୋଲିସ୍ ପ୍ରଶାସନ ଆଢୂଆଳରେ ଦୈନଦିନ ରାଜରାସ୍ତାରେ ଯେଭଳି ଭାବେ ଅମାନୁସିକ ଭାବେ ସମସ୍ତ ଆଇନ୍ କୁ ଭଲଘଂନ କରି ରାଜ୍ୟ ବାହାରକୁ ଗୋ ସଂମ୍ପଦ ଚାଲଣ ହେଉଛି ଏହା ଏକ ବିଡ଼ମ୍ବନାର ବିଷୟ ଅଟେ । ଗୋ ଚାଲାଣ କାରୀମାନେ ଜିଲାର ବିଭିନ୍ନ ସ୍ଥାନରୁ ଛୋଟ ଛୋଟ ଯାନରେ ଗୋ ଚାଲାଣ ଉଦେ୍ଦଶ୍ୟରେ ଗୋରୁ ଗାଇ ମାନଙ୍କୁ ନିର୍ଯ୍ୟାତନା ଦେଇ ବୋହିଆଣି ନିଦ୍ଧିଷ୍ଟ କେତୋଟି ସ୍ଥାନ ଯଥା ସତ୍ୟବାଦୀର ଅହମଦ୍ପୁର, ପିପିଲି ବଜାର ନିକଟ ମୁସିଲମ ବସ୍ତି, ପିପିଲି ଦାନୋଗହିର ସହିତ ବଳଙ୍ଗା, ନିମାପଡ଼ା ଅଞ୍ଚଳର କେତୋଟି ସ୍ଥାନରେ ଅତି ଦୟନୀୟ ଅବସ୍ଥାରେ ଖରାବର୍ଷାରେ ଖାଇବାନୁ ନେଦେଇ ବାନ୍ଧି ଦୈନଦିନ ୪ ଚକିଆ ଯାନ ଠାରୁ ଆରମ୍ଭକରି ୧୦ ଚକିଆ ଯାନରେ ପନିପରିବା ବୋଝେଇ କଲାଭଳି ଓଭର ଲୋଡ଼ିଙ୍ଗ କରି ବାହାର ରାଜ୍ୟକୁ ଚାଲାଣ କରୁଛନ୍ତି । ଏହି ଚାଲାଣ ଗାଡ଼ିକୁ ଜାତୀୟରାଜ ପଥରେ ପାସିଂ କରିବା ପାଇଁ ଗୋଚାଲାଣ କାରୀମାନେ ମାରଣାସ୍ତ୍ର ଧରୀ ଯେଉଁଭଳି ଆତଙ୍କ ସୃଷ୍ଟି କରୁଛନ୍ତି ତାହା ପୋଲିସ ଓ ପ୍ରଶାସନ ପ୍ରତି ଖୋଲା ଚାଲେଞ୍ଚ ନା କୌଣସି ବୁଝାମଣା ଅଛି ତାହା ସାଧାରଣରେ ଚଚ୍ଚର୍୍ା ହେଉଛି । ତେଣୁ ଏଭଳି ବେଆଇନ୍ ଗୋଚାଲାଣ , ଗୋ ହତ୍ୟା , ଗୋ ମାଂସ ରପ୍ତାନୀରେ ପୋଲିସ୍ ପ୍ରଶାସନ ରୋକ୍ ନଲଗାଇଲେ ଏହା ଆଗାମୀ ଦିନରେ ଏକ ଭୟାବହ ପରିସ୍ଥିତି ଆଡ଼କୁ ଗତି କରିବ । ଦୈନିକ ରାଜରାସ୍ତା ଯେଉଁଭଳି ଭାବରେ ଗୋ ଚାଲାଣ କରାଯାଉଛି ସେ ଦିଗରେ ପୋଲିସ ପ୍ରଶାସନ ଦୃଷ୍ଟି ଦେ ବା ଆବଶ୍ୟକ ବୋଲି ମଞ୍ଚ କହିଛି ପୁରୀ ଭୁବନେଶ୍ୱର ଜାତୀୟ ରାଜପଥ ସହ ଗ୍ରାମଞ୍ଚଳ ରାସ୍ତା ମାନଙ୍କରେ ଏଭଳି ନିର୍ଯ୍ୟାତିତ ଅ ବସ୍ଥାରେ ଗୋରୁ ଗାଇ ନିଆଯାଉଥିବା ବେଳେ ପୋଲିସ ପ୍ରଶାସନ କରବ ଖବର ପାଇଲେ ମଧ୍ୟ ତାଙ୍କ ଜ୍ଞାତ ସାରରେ ହେଉଛି । ତେବେ ଏଇ ଘଟଣାକୁ ନେଇ ଗତ ବର୍ଷ ୨୦୨୨ ମସିହା ୨୮ ତାରିଖରେ ଉପଖଣ୍ଡ ପୋଲିସ ଅଧିକାରୀଙ୍କୁ ମଞ୍ଚ ପକ୍ଷରୁ ଦାବିପତ୍ର ପ୍ରଦାନ କରାଯାଇଥିଲା ମାତ୍ର ଉପଖଣ୍ଡ ପୋଲିସ ଅଧିକାରୀ ସୂଚନା ଦେଇ କହିଥିଲେ କି ପ୍ରାୟ ଦୈନଦିନ ଗ୍ରାମପଞ୍ଚାୟତ ଠାରୁ ରାଜ ରାସ୍ତାରେ ହେଉଥିବା ଏ ଭଳି ବେଆଇନ କାର୍ଯ୍ୟକୁ ରୋକିବା ପାଇଁ ଆବଶ୍ୟକିୟ ଶକ୍ତି ନଥିବା ଉପଖଣ୍ଡ ପୋଲିସ ଅଧିକାରୀ କହିଥିଲା । ଯାହା ଆଚାର୍ଯ୍ୟ କରିଥିଲା । ତେଣୁ ବେଆଇନ ଭାବରେ ଗୋ ଚାଲାଣ , ଗୋ ହତ୍ୟା ଏବଂ ଗୋ ମାଂସ ରପ୍ତାନୀରେ କରୁଥିବା ବ୍ୟକ୍ତି ବିଶେଷ ମାନଙ୍କ ବିରୋଧରେ ପୋଲିସ ଆଇନଗତ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ପୋଲିସ ପ୍ରଶାସନ ଏଭଳି ବେଆଇନ କାର୍ଯ୍ୟ ରୋକିବା ପାଇଁ ପଦକ୍ଷପ ନେବାକୁ ମଞ୍ଚ ପକ୍ଷରୁ ଦାବି କରାଯାଇଛି । ଦାବିପତ୍ର ପ୍ରଦାନ ସମୟରେ ମଞ୍ଚର ସଂପାଦକ ପ୍ରକାଶ କୁମାର ପ୍ରଧାନ , ସଭାପତି ବାବାଜୀ ଚରର ଦାସ , ସଭ୍ୟ ଅଭିଜିତ୍ ବେହେରା ଏବଂ ଟ୍ରଷ୍ଟ ସଭାପତି ମହେଶ୍ୱର ପ୍ରଧାନ ପ୍ରମୁଖ ଉପସ୍ଥିତି ରହି ଆରକ୍ଷୀ ଅଧିକ୍ଷକଙ୍କ ଉଦେଶ୍ୟରେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ମିହିର ରଂଜନ ପଣ୍ଡାଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ ।

Leave a Reply