Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଶ୍ରୀଲଙ୍କା ପୁଣି ଆର୍ଥିକ ଦୁର୍ଦ୍ଦିନକୁ ଠେଲିହେଉଛି - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଶ୍ରୀଲଙ୍କା ପୁଣି ଆର୍ଥିକ ଦୁର୍ଦ୍ଦିନକୁ ଠେଲିହେଉଛି


କଲମ୍ବୋ: ପୁଣିଥରେ ଶ୍ରୀଲଙ୍କା ଦୁର୍ଦ୍ଦିନ ଭିତରକୁ ଠେଲି ହୋଇଯାଉଥିବା ଜଣାପଡ଼ୁଛି । ଏବେ ଶ୍ରୀଲଙ୍କା ବୈଦେଶିକ ମୁଦ୍ରା ଭଣ୍ଡାର ୫୦୦ ମିଲିୟନ ଡଲାର ହ୍ରାସ ପାଇଥିବା ଜଣାଯାଇଛି । ଶ୍ରୀଲଙ୍କା ମୁଦ୍ରା ମଧ୍ୟ ଗତ ୧ବର୍ଷରେ ୪୫ ପ୍ରତିଶତ ହ୍ରାସ ପାଇଛି । ଏଠାରେ ୧ଡଲାରର ମୂଲ୍ୟ ୩୬୫ ଟଙ୍କାରେ ପହଁଚିଛି । ସେହିପରି ଚୀନ୍ର ଆଇଏମ୍ଏଫ୍ ଓ ପ୍ୟାରିସ୍ କ୍ଲବ ସହ ମିଶି ଋଣ ସର୍ତଉପରେ ଆଉଥରେ ବିଚାର କରାଯିବାର କୌଣସି ସଂକେତ ଦୃଶ୍ୟମାନ ହେଉନାହିଁ । ପରନ୍ତୁ ରାନିଲ ବିକ୍ରମାସିନେ୍ଧଙ୍କ ସରକାର ଏବେ ଦେଶରରେ ୨ ବିଲିୟନ୍ ଡଲାର ଗଚ୍ଛିତ ଥିବା ଦୃଢ଼ୋକ୍ତି ବାଢ଼ିଛନ୍ତି । ଏଥିରୁ ପାଖାପାକି ୧.୫ ବିଲିୟନ୍ ଡଲାର ଚୀନ୍ ବାଲାନ୍ସ ଅଫ୍ ପେମେଂଟସ୍ ସୂତ୍ରରେ ଦେଇଛି । ଶ୍ରୀଲଙ୍କା ଏହି ଅର୍ଥର ଉପଯୋଗ ଅତ୍ୟନ୍ତ କଠିନ ପରିସ୍ଥିତିରେ କରାଯିବାର ସର୍ତ ରହିଛି । ଅନ୍ୟପକ୍ଷରେ ଆଇଏମ୍ଏଫ୍ର କରଜ ଉପରେ ବିଶ୍ଳେଷଣ କରି ଭାରତ ଶ୍ରୀଲଙ୍କାକୁ ସଂପୂର୍ଣ୍ଣ ସହାୟତା କରିବ ବୋଲି ଆଶ୍ୱାସନା ଦେଇଛି ।

Leave a Reply