ଭାରତର ପଡୋଶୀଙ୍କୁ ଲୋନ୍ ଦେଇ ବଡ଼ ଖେଳ ଖେଳୁଛି ଚୀନ


ନୂଆଦିଲ୍ଲୀ: ଚୀନର ଋଣ ନୀତି ଜାଲରେ ଫସି ଅନେକ ଦେଶ ବରବାଦ ହୋଇଛନ୍ତି । ଶ୍ରୀଲଙ୍କା ଏହାର ପରିମାଣ ଏବେ ଭୋଗୁଛି । ଅନ୍ୟପଟେ ଏବେ ପାକିସ୍ତାନର ସ୍ଥିତି ମଧ୍ୟ ଶ୍ରୀଲଙ୍କା ପରି ହୋଇସାରିଛି । ଏହାରି ଭିତରେ ଆମେରିକା ଚେତାବନୀ ଦେଇଛି ଯେ ଭାରତର ପଡୋଶୀଙ୍କୁ ଲୋନ୍ ଦେଇ ଚୀନ ବଡ଼ ଖେଳ ଖେଳୁଛି । ଆମେରିକା ବିଦେଶ ମନ୍ତ୍ରାଳୟର ଦକ୍ଷିଣ ଏବଂ ମଧ୍ୟ ଏସିଆ ମାମଲାରେ ସହାୟକ ବିଦେଶ ମନ୍ତ୍ରୀ ଡୋନାଲ୍ଡ ଲୁ’ ବିଦେଶ ମନ୍ତ୍ରୀ ଆଂଟନୀ ବ୍ଲିଙ୍କନଙ୍କ ଭାରତ ଯାତ୍ରା ପୂର୍ବରୁ ସାମ୍ୱାଦିକଙ୍କୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ ଭାରତର ପଡୋଶୀ ଦେଶ ପାକିସ୍ତାନ ଏବଂ ଶ୍ରୀଲଙ୍କାକୁ ଦେଇଥିବା ଲୋନ ପରିବର୍ତୀ ଚୀନ ବଳପୂର୍ବକ ଲାଭ ନେଇପାରେ ବୋଲି ଆମେ ଚିନ୍ତିତ ଅଛୁ । ଆମେରିକା ଏହି ଅଂଚଳରେ ଥିବା ଦେଶ ଗୁଡିକ ସହ କଥା ଜାରି ରଖିଛି ଏବଂ ବାହାର ଚାପରେ ନ ପଡି ନିଜ ନିଷ୍ପତି ନିଜେ ନେବାକୁ କହିଛି । ଏହି କ୍ଷେତ୍ରର ଦେଶଗୁଡିକୁ ନିଜେ ନିଷ୍ପତି ନେବାରେ କିପରି ସହଯୋଗ କରିପାରିବୁ ସେନେଇ ଆମେ ଭାରତ ସହ ଆଲୋଚନା କରୁଛି । ଏହି ନିଷ୍ପତି ଗୁଡିକରେ ଚୀନର ହସ୍ତକ୍ଷେପ ନ ରହିବା ଦରକାର । ଏହା ପୂର୍ବରୁ ପାକିସ୍ତାନର ଅର୍ଥମନ୍ତ୍ରୀ ଘୋଷଣା କରି କହିଥିଲେ ଯେ ଚୀନ ବିକାଶ ବ୍ୟାଙ୍କ (ସିଡିବି)ର ବୋର୍ଡ ଦେଶକୁ ୭୦ କୋଟି ଆମେରିକୀୟ ଡଲାର ରୁଣକୁ ମଞ୍ଜୁରୀ ଦେଇଛି ।

Leave a Reply

Your email address will not be published. Required fields are marked *